ବହୁତ ଅଳସୁଆ ଅଟନ୍ତି ଏହି ରାଶିର ଝିଅ, ଜାଣନ୍ତୁ ଆପଣ ଏହି ରାଶି ଭିତରେ ନୁହନ୍ତି ତ !

ଜ୍ୟୋତିଷ ଶାସ୍ତ୍ରରେ ରାଶିର ବହୁତ ମହତ୍ତ୍ୱ ଥାଏ । ଏଥିରୁ ବ୍ୟକ୍ତିର ସ୍ୱଭାବ, ଗୁଣ,ଦୋଷ ବିଷୟ ରେ ଜଣାପଡେ । ବହୁତ ଲୋକ କୈାଣସି କାମକୁ ଜଲ୍‌ଦି କରିଦେଉଥିବା ବେଳେ ଆଉ କିଛି ସେହି କାମକୁ ବହୁତ ବିଳମ୍ବ କରିଥାନ୍ତି । ତେଣୁ ଏମାନଙ୍କୁ ଅଳସୁଆ କୁହାଯାଇଥାଏ । ହେଲେ ବାସ୍ତବରେ ଏହା ପଛରେ ଏମାନଙ୍କ ରାଶିର ଲକ୍ଷଣ ରହିଥାଏ । ଆସନ୍ତୁ ଜାଣିବା କେଉଁ ୪ଟି ରାଶିର ଝିଅମାନେ ଅଳସୁଆ ତାଲିକାରେ ଆସିଥାନ୍ତି । ଏହି ରାଶି ଭିତରେ ଆପଣ ନାହାଁନ୍ତି ତ !

ମେଶ ରାଶି(ମାର୍ଚ୍ଚ ୨୧ରୁ ଏପ୍ରିଲ ୧୯ ମଧ୍ୟରେ ଜନ୍ମ) : ଅଳସୁଆଙ୍କ ଭିତରେ ପ୍ରଥମେ ଆସୁଛନ୍ତି ମେଶ ରାଶିର ଝିଅମାନେ । ବହୁତ ପ୍ରଖର ବୁଦ୍ଧି ଯୋଗୁ ବସି ବସି ସମସ୍ୟାର ସମାଧାନ କରିଦେଇଥାନ୍ତି । ଏହି ରାଶିର ଝିଅମାନେ ଶରୀର ଅପେକ୍ଷା ମସ୍ତିସ୍କର କାମ ଅଧିକ କରିଥାନ୍ତି । ଏହି ଆଳସ୍ୟ କାରଣରୁ କେବେ କେବେ ପରିବାର ଭିତରେ ସ୍ଥିର ହୋଇଥିବା ଯୋଜନାକୁ ବିଗାଡି ଦେଇଥାନ୍ତି । ଏମାନେ ନିଜେ କିଛି କାମକୁ ଉପଭୋଗ କରିନଥାନ୍ତି କିମ୍ବା ଅନ୍ୟ କାହାକୁ କରିବାକୁ ଦେଇ ନଥାନ୍ତି । ସର୍ବଦା ବିଛଣାରେ ପଡି ରହିବାକୁ ଭଲ ପାଆନ୍ତି ।

zodiac.JPG-1

ବୃଷ ରାଶି (୨୦ ଏପ୍ରିଲରୁ ୨୧ ମଇ) : ବୃଷ ରାଶି ଝିଅଙ୍କର ପ୍ରଖର ବୁଦ୍ଧି ଥାଏ । ତେଣୁ ଏମାନେ ଶାରିରୀକ କାମ ପ୍ରତି ଋଚି ରଖିନଥାନ୍ତି । ସବୁବେଳେ କାମକୁ ଟାଳି ଦେଇଥାନ୍ତି । ଯଦି ଏମାନଙ୍କ କାରିଅର କଥା ପଡ଼ିଥାଏ ତେବେ ଏମାନେ ଆଳସ୍ୟ ଭୁଲି ଯାଇଥାନ୍ତି । ତେବେ ଜୀବନରେ ଏକ ଭଲ ପୋଜିସନରେ ପହଞ୍ଚିଥାନ୍ତି । ହେଲେ ପର୍ସନାଲ ଲାଇଫରେ ଅଳସୁଆ ହୋଇଥାନ୍ତି । ଯେଉଁ ପାଇଁ ପରିବାର ସଦସ୍ୟ ଏମାନଙ୍କ ଉପରେ ବିରକ୍ତ ହୋଇଥାନ୍ତି ।

ସିଂହ ରାଶି (୨୩ ଜୁଲାଇରୁ ୨୨ ଅଗଷ୍ଟ) : ଆଳସ୍ୟ ମାମଲାରେ ଏହି ରାଶିର ଝିଅ ସବୁଠୁ ଉପରେ ରହିଥାନ୍ତି । କୈାଣସି ବି କାମ ପାଇଁ ଏମାନେ ହଁ କରିନଥାନ୍ତି । ଆଳସ୍ୟ କାରଣରୁ କାମକୁ ପୁରା କରିବାକୁ ଦେଇ ନଥାନ୍ତି । ଏମାନେ ନିଜ ଋଚି ଅନୁଯାୟୀ କାମ କରିଥାନ୍ତି । ଯଦି କାମ ଏମାନଙ୍କର ପସନ୍ଦର ହୋଇଥାଏ । ତେବେ ଦିନରାତି ଏକ କରି କାମ କରିଥାନ୍ତି । ଶାରିରୀକ ଅପେକ୍ଷା କଥାରେ କାମ କରିଦେବାର କ୍ଷମତା ଏମାନଙ୍କ ପାଖରେ ଥାଏ । ନିଜର କଥା ମାଧ୍ୟମରେ ଏମାନେ ଅନ୍ୟକୁ ଜୟ କରିପାରିଥାନ୍ତି ।

zodiac.JPG-2JPG

ମୀନ ରାଶି (୧୯ ଫେବ୍ରୁଆରୀରୁ ୨୦ ମାର୍ଚ୍ଚ) : ଏହି ରାଶିର ଝିଅ ଆଳସ୍ୟରେ ଭରି ହୋଇଥାନ୍ତି । ସବୁ କାମକୁ ସର୍ଟକର୍ଟରେ କିରବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ଠାରେ ଅଧିକ ରାଗ ଓ କମ୍‌ ସହନଶୀଳତା ଥାଏ । ଛୋଟ କଥାକୁ ଏମାନେ ବଡ କରି ଭାବିଥାନ୍ତି । କୈଣସି କାମ ପାଇଁ ଦାୟୀତ୍ତ୍ୱ ନେଇ ନଥାନ୍ତି । ଏମାନେ ସର୍ବଦା ସ୍ୱପ୍ନର ଦୁନିଆରେ ଥାଆନ୍ତି । ସବୁଠୁ ବଡ କଥା ଏମାନେ କାମିକା ଲୋକଙ୍କ ସହ ବନ୍ଧୁତ୍ୱ ବଢ଼ାଇଥାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.