ଏଭଳି ଭାବେ ପାଳନ କରନ୍ତୁ ପଡ଼ୋଶୀ ଧର୍ମ, ମଜଭୁତ ହେବ ସମ୍ପର୍କ

ଆମେ ରହୁଥିବା ଅଞ୍ଚଳର ଆଖପାଖରେ ରହୁଥିବା ଲୋକଙ୍କୁ ପଡ଼ୋଶୀ ବୋଲି କହିଥାଉ। ସୁଖ ସୁବିଧା ବେଳେ ସେମାନେ ହିଁ ପ୍ରଥମେ ଆମ ପାଖରେ ଠିଆ ହୋଇଥାନ୍ତି। ରାତି ହେଉ କି ଦିନ ବନ୍ଧୁବାନ୍ଧବଙ୍କ ଅପେକ୍ଷା ପଡ଼ୋଶୀମାନେ ଅଧିକ କାମରେ ଆସନ୍ତି। ଏଣୁ ପଡ଼ୋଶୀଙ୍କ ସହ ଉତ୍ତର ସମ୍ପର୍କ ରଖିବା ନିହାତି ଆବଶ୍ୟକ। ମାତ୍ର ବେଳେବେଳେ କେତେକ ଛୋଟ ଛୋଟ କଥାରୁ ପଡ଼ୋଶୀଙ୍କ ସହ ଝଗଡ଼ା କିମ୍ବା ପାଟି ତୁଣ୍ଡ ହେଇଥାଏ। ଫଳସ୍ୱରୂପ ସମ୍ପର୍କ ଖରାପ ହୋଇଯାଏ। ତେବେ ଆଜି ଆସନ୍ତୁ ଜାଣିବା ପଡ଼ୋଶୀଙ୍କ ସହ କେମିତି ସମ୍ପର୍କ ରଖିବା ଉଚିତ…

More than half of Britons describe their neighbours as 'strangers ...

-ଯଦି ଆପଣ କୌଣସି ନୂଆ ସ୍ଥାନକୁ ଯାଉଛନ୍ତି ତେବେ ପ୍ରଥମେ ପଡ଼ୋଶୀଙ୍କ ସହ ପରିଚିତ ହୁଅନ୍ତୁ। ସେମାନଙ୍କୁ ନିଜ ପରିଚୟ ଦିଅନ୍ତୁ ଓ ସେମାନଙ୍କଠାରୁ ମୋବାଇଲ ନମ୍ବର ଆଦି ଆଣନ୍ତୁ।

-ପଡ଼ୋଶୀଙ୍କ ସହ ସବୁବେଳେ ଭଲ ବ୍ୟବହାର କରନ୍ତୁ। ଯେତେବେଳେ ବି ରାସ୍ତାରେ ଘାଟରେ ଦେଖା ହେଉଛନ୍ତି ହାଏ ହ୍ୟାଲୋ କରିବାକୁ ଯେମିତି ନ ଭୁଲନ୍ତି। ସେମାନଙ୍କ ଭଲ ମନ୍ଦ ପଚାରି ବୁଝନ୍ତୁ। ଏହା ଦ୍ୱାରା ସମ୍ପର୍କ ମଜଭୁତ ହେବ।

Love your neighbour – Drysdale Uniting Church

-ସପ୍ତାହକୁ ଥରେ ପଡ଼ୋଶୀଙ୍କ ସହ ଭେଟନ୍ତୁ। ନଚେତ୍‌ ଫୋନ୍‌ କରି କଥାବାର୍ତ୍ତା ହୁଅନ୍ତୁ। କାରଣ କୌଣସି ବିପଦ ସମୟରେ ବନ୍ଧୁବାନ୍ଧବ ନୁହେଁ ପଡ଼ୋଶୀ ହିଁ କାମରେ ଆସିଥାଆନ୍ତି। ବାହାରକୁ ଯିବା ବେଳେ ସେମାନେ ହିଁ ପିଲାଙ୍କ ଦାୟିତ୍ୱ ନେଇଥାନ୍ତି। ଏଣୁ ସେମାନଙ୍କ ସହ ଭଲ ସମ୍ପର୍କ ରଖନ୍ତୁ।
-ପଡ଼ୋଶୀଙ୍କ ସହ ଆଦୌ କଳି ଝଗଡ଼ା କରନ୍ତୁ ନାହିଁ। ଯଦି କୌଣସି କଥାକୁ ନେଇ ଆପଣମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେଉଛି ତେବେ ତାହାକୁ ସମାଧାନ କରନ୍ତୁ। ଏହା ଦ୍ୱାରା ସମ୍ପର୍କ ଅଧିକ ମଜଭୁତ ହେବ।

Take Five: Inspiring stories of neighbours coming together ...

-ପଡ଼ୋଶୀଙ୍କ ଜୀବନରେ ଅଧିକ ପଶନ୍ତୁ ନାହିଁ। ସେମାନଙ୍କ ଘର କଥା ଜାଣିବାକୁ ଇଚ୍ଛା କରନ୍ତୁ ନାହିଁ। ସବୁବେଳେ ତାଙ୍କ ଠାରୁ ଜିନିଷପତ୍ର ମାଗନ୍ତୁ ନାହିଁ। ଯଦି ପଡ଼ୋଶୀ ଓ ଆପଣଙ୍କ ଗୋଟିଏ କାନ୍ଥ ତେବେ ନିଜ ଘରେ ଅଧିକ ପାଟିତୁଣ୍ଡ କରନ୍ତୁ। ଏହା ଦ୍ୱାରା ପଡ଼ୋଶୀ ବିରକ୍ତ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.