Long Distance Relationshipରେ ରହୁଥିଲେ ଏସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ଅତୁଟ ରହିବ ସମ୍ପର୍କ

ପ୍ରେମ ଜାତି, ଧର୍ମ, ବର୍ଣ୍ଣ ଦେଖେ ନାହିଁ। ପ୍ରକୃତ ପ୍ରେମ ହୃଦୟରୁ ହୋଇଥାଏ। ପ୍ରେମରେ ନିଜ କଥା ସେୟାର କରିବା ଓ ପରସ୍ପରର କେୟାରିଂ କରିବାକୁ ପ୍ରାଥମିକତା ଦିଆଯାଏ। ତେବେ ଏଥିପାଇଁ ପ୍ରେମୀଯୁଗଳ ସବୁବେଳେ ସାଙ୍ଗରେ ରହିବାର କୌଣସି ଆବଶ୍ୟକତା ନାହିଁ। ଯଦି ସାଥୀ ଆପଣଙ୍କ ଠାରୁ ଦୂରରେ ଅଛନ୍ତି ତେବେ ବି ଆପଣ ତାଙ୍କ ସହ ସମ୍ପର୍କ ମଜଭୁତ କରିପାରିବେ। ଏଥିପାଇଁ ସାଥୀଙ୍କୁ ଭଲ ପାଇବା ଦିଅନ୍ତୁ, ସମୟ ଦିଅନ୍ତୁ। ଏହା ଦ୍ୱାରା ସମ୍ପର୍କ ଦୃଢ଼ ହେବ। ତେବେ ଆସନ୍ତୁ ଜାଣିବା ଲଙ୍ଗ୍ ଡିସ୍ଟାନ୍ସ ରିଲେସନ୍ସିପ୍ରେ ଥିଲେ କେମିତି ପ୍ରେମକୁ ଅତୁଟ ରଖିବେ…
ସମୟ ଦିଅନ୍ତୁ:
ରିଲେସନ୍ସିପ୍ରେ ସବୁବେଳେ ପରସ୍ପରକୁ ସମୟ ଦିଅନ୍ତୁ। ସମୟ ଦେଲେ ହିଁ ଆପଣଙ୍କ ଭିତରେ ଦୂରତା କମିବ। ଆପଣ ନିଜ ବିଷୟରେ କଥାବାର୍ତ୍ତା ହେଲେ ହିଁ ଆପେ ଆପେ ସମ୍ପର୍କ ମଧୁର ହେବ। ଏଥିପାଇଁ ଦୂରରେ ରହୁଥିଲେ କଥା ହେବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ କାଢ଼ନ୍ତୁ। ଯଦି ଅଫିସ ଯୋଗୁ ପାର୍ଟନରକୁ ସମୟ ଦେଇପାରୁନାହାନ୍ତି ତେବେ ଅନ୍ତତଃ ରାତିରେ ଶୋଇବା ପୂର୍ବରୁ କିଛି ସମୟ କଥା ହୁଅନ୍ତୁ। ସେ ଆପଣଙ୍କ ପାଇଁ କେତେ ସ୍ପେଶାଲ ତାଙ୍କୁ କୁହନ୍ତୁ। ନିଜ ଭାବନା ପ୍ରକାଶ କରନ୍ତୁ। ଏହା ଦ୍ୱାରା ଦୂରରେ ଥିଲେ ବି ସମ୍ପର୍କ ଅତୁଟ ରହିବ।
ଦାୟିତ୍ୱବାନ୍ ହୁଅନ୍ତୁ:
ଦୂରରେ ରହୁଥିବା କପଲ ବେଳେବେଳେ ପରସ୍ପରକୁ ମିଛ କହିଥାନ୍ତି। ଖାସ୍ କରି ଯଦି କୌଣସି ଅନ୍ୟ ଲୋକଙ୍କ ସହ ଡେଟିଂରେ ଯାଉଥାନ୍ତି ତେବେ ଅଫିସ କାମର ବାହାନା କରିଥାନ୍ତି। ଆପଣ ବି ଯଦି ପାର୍ଟନରଙ୍କୁ ଧୋକା ଦେବା କଥା ଚିନ୍ତା କରୁଥାନ୍ତି ତେବେ ଥରେ ଚିନ୍ତା କରନ୍ତୁ ଏହି କଥା ଆପଣଙ୍କ ପାର୍ଟନର ଜାଣିଲେ କ’ଣ ଭାବିବେ। ଏଣୁ ମିଛର ସାହାରା ନ ନେଇ ସବୁବେଳେ ସତ କୁହନ୍ତୁ। ମିଛ କହି ସମ୍ପର୍କ ରଖିବା ଅପେକ୍ଷା ସତ କି ଭାଙ୍ଗି ଦେବା ଭଲ। ଏଣୁ ରିଲେସନ୍ସିପ୍ରେ ଥିବା ବେଳେ କେବେ ବି କୌଣସି ଏଭଳି କାମ କରନ୍ତୁ ନାହିଁ ଯାହା ଦ୍ୱାରା ଆପଣଙ୍କ ଉପରେ ତାଙ୍କର ବିଶ୍ୱାସ ଭାଙ୍ଗିଯିବ।
ଯେତେ ଥର ସମ୍ଭବ ଦେଖା ହୁଅନ୍ତୁ:
ଦେଖା ହେବା ଦ୍ୱାରା ପରସ୍ପରର ଆହୁରି ନିକଟତର ହେବା ସୁଯୋଗ ମିଳେ। ଏଣୁ ଯଦି ସାଥୀଙ୍କଠାରୁ ଦୂରରେ ରହୁଛନ୍ତି ତେବେ ସେତେବେଳେ ବି ସମୟ ମିଳୁଛି ତାଙ୍କୁ ଭେଟିବାକୁ ଯାଆନ୍ତୁ। ଯଦି ସାଥୀ କୌଣସି ବିପଦରେ ଅଛନ୍ତି ଓ ଆପଣଙ୍କ ସାହାଯ୍ୟ ଚାହୁଁଛନ୍ତି ତେବେ ଅନ୍ୟ କିଛି ଚିନ୍ତା ନ କରି ତୁରନ୍ତ ତାଙ୍କ ନିକଟରେ ପହଞ୍ଚନ୍ତୁ। ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି ଏସବୁ ଆକ୍ଟିଭିଟି ମାଧ୍ୟମରେ ତାଙ୍କୁ ଜଣାନ୍ତୁ।
ଲୟାଲ ରୁହନ୍ତୁ:
ଦୂରରେ ରହିଲେ ମଧ୍ୟ ସାଥୀଙ୍କୁ କେବେ ବି ଧୋକା ଦିଅନ୍ତୁ ନାହିଁ। କାରଣ ଆପଣଙ୍କୁ ସିଏ ନିଜ ଜୀବନଠୁ ବି ଅଧିକ ଭଲ ପାଉଛନ୍ତି, ବିଶ୍ୱାସ କରୁଛନ୍ତି ଓ ଆପଣଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି। ଆପଣ ଦୂରରେ ଥିଲେ ମଧ୍ୟ ସେ ଆପଣଙ୍କ ପାଇଁ ପ୍ରତି ମୁହୂର୍ତ୍ତରେ ପ୍ରାର୍ଥନା କରୁଛନ୍ତି। ଏଣୁ କେବେ ବି ତାଙ୍କୁ ଧୋକା ଦେବା କଥା ମନକୁ ବି ଆଣନ୍ତୁ ନାହିଁ। ସବୁବେଳେ ଲୟାଲ ରହିବାକୁ ଚେଷ୍ଟା କରନ୍ତୁ।