ଯଦି ଆପଣଙ୍କ ପାର୍ଟନର ବି ହୋଇଛନ୍ତି କରୋନା ପଜିଟିଭ, ତେବେ ଏସବୁ ବିଷୟ ପ୍ରତି ହୁଅନ୍ତୁ ଅଧିକ ଯତ୍ନବାନ

କରୋନାର ଦ୍ଵିତୀୟ ସଂକ୍ରମଣ ଏବେ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହେଉଛନ୍ତି। ଏଣୁ ବର୍ତ୍ତମାନ ସ୍ଥିତିରେ ନିଜର ତଥା ନିଜ ପରିଜନଙ୍କ ଯତ୍ନ ନେବା ଆବଶ୍ୟକ ହୋଇପଡ଼ିଛି। ସବୁ ପ୍ରକାର ସଚେତନତା ପରେ ବି ଯଦି ଆପଣଙ୍କ ପାର୍ଟନର କରୋନା ସଂକ୍ରମିତ ହେଉଛନ୍ତି ତେବେ ଆସନ୍ତୁ ଜାଣିବା କେମିତି ନେବେ ତାଙ୍କ ଯତ୍ନ…

ପାର୍ଟନର କରୋନା ସଂକ୍ରମିତ ହୋଇଥିଲେ ତାଙ୍କୁ ଅନ୍ୟ ରୁମରେ ଆଇସୋଲେଟ ରଖନ୍ତୁ। ଫଳରେ ଘରର ଅନ୍ୟ ସଦସ୍ୟ ସଂକ୍ରମଣର ଶିକାର ହେବେ ନାହିଁ। ତେବେ ଧ୍ୟାନ ରଖିବେ ଉକ୍ତ ରୁମର କବାଟ ଯେମିତି ସବୁବେଳେ ବନ୍ଦ ରୁହେ।

ଯଦି ଏହି ସମୟରେ ସାଥି ଅସୁସ୍ଥ ହୋଇପଡ଼ିଛନ୍ତି, ତେବେ ତାଙ୍କ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ସେ ବ୍ୟବହାର କରୁଥିବା ବାସନକୁସନକୁ ଅଲଗା ରଖନ୍ତୁ। ତାଙ୍କ ବାସନକୁ ଗରମ ପାଣିରେ ଧୁଅନ୍ତୁ।

ସେ ପିନ୍ଧୁଥିବା ପୋଷକକୁ ଗରମ ପାଣିରେ ସରଫ ଓ ସାବୁନରେ ସଫା କରି ଖରାରେ ଶୁଖାନ୍ତୁ। ଫଳରେ ଜର୍ମ ମରିଯିବେ।

ଶାରୀରିକ ଭାବେ ନୁହେଁ ବରଂ ମାନସିକ ଭାବେ ଓ ଇମୋସନାଲି ତାଙ୍କୁ ସପୋର୍ଟ କରନ୍ତୁ। ସାଥୀଙ୍କୁ ସବୁବେଳେ ଖୁସି ଓ ରିଲାକ୍ସ ରଖନ୍ତୁ।

ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହା ଦ୍ୱାରା ଆପଣ ବି ସଂକ୍ରମିତ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.