ଚାଣକ୍ୟ ନୀତି: ପତି ପତ୍ନୀଙ୍କ ସୁଖ ଜୀବନ ପାଇଁ ମାନିବା ଉଚିତ୍ ଏହି ୪ ଟି କଥା, ନିଜ ସଂପର୍କର ମଧ୍ୟ ନିଅନ୍ତୁ ଯତ୍ନ

ସମସ୍ତେ ଚାହାଁନ୍ତି ନିଜର ବୈବାହିକ ଜୀବନ ଠିକ୍ ଭାବେ ବିତାଇବା ପାଇଁ। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ କିଛି ଦମ୍ପତିଙ୍କ ବୈବାହିକ ଜୀବନ ଠିକ୍ ଭାବେ ଚାଲିନଥାଏ। କାରଣ ବୁଝାମଣା ମଧ୍ୟ ଭୁଲ୍ ହୋଇଥାଏ। ହେଲେ ସେ ଯେକୌଣସି ସମ୍ପର୍କ ହେଉ ନା କାହିଁକି ସବୁ ସମ୍ପର୍କରେ ବିଶ୍ଵାସ ସହିତ ସଠିକ୍ ବୁଝାମଣା ନିହାତି ରହିବା ଦରକାର୍। ଭଲ ସମ୍ପର୍କ ପାଇଁ କିଛି ଜିନିଷ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।

ତେବେ ଚାଣକ୍ୟ ନୀତି ଅନୁଯାୟୀ, ଯଦି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ କିଛି ଜିନିଷ ଉପରେ ଧ୍ୟାନ ଦିଅନ୍ତି , ତେବେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସୁଖ ରହିଥାଏ। ଆଚାର୍ଯ୍ୟ ଚାଣକ୍ୟ ସୁଖମୟ ଜୀବନଯାପନ କରିବାକୁ ଅନେକ କଥା ଉଲ୍ଲେଖ କରିଛନ୍ତି। କୁହାଯାଏ ଯେ ଆଜିର ଯୁଗରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆପଣାଇ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରାଯାଇପାରିବ। ଏଥି ସହିତ, ପରିବାର ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରଖିବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ଉପଯୋଗୀ।

ଚାଣକ୍ୟ ନୀତି ଅନୁଯାୟୀ, ଏପରି ୪ ଟି ଜିନିଷ ଅଛି ଯାହାକୁ ପ୍ରତ୍ୟେକ ସ୍ୱାମୀ-ସ୍ତ୍ରୀ ମନେ ରଖିବା ଉଚିତ୍ ଯାହା ଦ୍ବାରା ସେମାନଙ୍କ ଜୀବନରେ ସୁଖ ଏବଂ ପାରସ୍ପରିକ ପ୍ରେମ ରହିବ। ତେବେ ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ।

ନିଜ ବ୍ୟକ୍ତିଗତ କଥା ନିଜ ଭିତରେ ରଖିବ ଉଚିତ୍:

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ଉଲ୍ଲେଖ କରିଛନ୍ତି ଯେ ପ୍ରତ୍ୟେକ ସ୍ୱାମୀ-ସ୍ତ୍ରୀଙ୍କର କିଛି ପାରସ୍ପରିକ ବ୍ୟକ୍ତିଗତ ଜିନିଷ ଅଛି ଯାହା ଉଭୟଙ୍କ ମଧ୍ୟରେ ହିଁ ରହିବା ଉଚିତ୍। ତୃତୀୟ ବ୍ୟକ୍ତିଙ୍କ ସହ ସେହି କଥା ସେୟାର କରିବା ଉଚିତ୍ ନୁହେଁ।

ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଘଟୁଥିବା ଘଟଣାଗୁଡ଼ିକୁ ନିଜ ପାଖରେ ରଖିବା ଦାମ୍ପତ୍ୟ ଜୀବନରେ ସର୍ବଦା ଶାନ୍ତି ରହିଥାଏ। ବେଳେବେଳେ ଗୁପ୍ତ ଜିନିଷ ତୃତୀୟ ବ୍ୟକ୍ତିଙ୍କ କାନରେ ପହଞ୍ଚିବା ଦ୍ଵାରା ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇପାରେ। ତେବେ ନିଜ କଥାକୁ ନିଜ ଭିତରେ ରଖନ୍ତୁ।

ନିଜ ଅହଂକାରକୁ କେବେବି ସଂପର୍କ ମଧ୍ୟରେ ଆଣନ୍ତୁନି:

ଚାଣକ୍ୟନୀତି ଅନୁଯାୟୀ, ଗାଡିର ଗୋଟିଏ ଚକରେ ତ୍ରୁଟି ହେତୁ ଗାଡି ଯେପରି ଚାଲିପାରିବ ନାହିଁ ଠିକ୍ ସେହିଭଳି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ ଏକ ଗାଡିର ଦୁଇଟି ଚକ। ଯଦି ଉଭୟେ ସେମାନଙ୍କର ଦାୟିତ୍ଵକୁ ଏକାଠି କରନ୍ତି, ତେବେ ବୈବାହିକ ଜୀବନ ଭଲ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କୌଣସି କାର୍ଯ୍ୟରେ ଦୁହିଁଙ୍କ କର୍ତ୍ତବ୍ୟ ରହିବା ଉଚିତ୍। ଯେଉଁଠାରେ ତୁମର ସମ୍ପର୍କରେ ଅହଂକାରର ଭାବନା ଥାଏ, ସେହି ସମ୍ପର୍କରେ ଦୁଃଖ ଆରମ୍ଭ ହୁଏ। ତେଣୁ ସ୍ୱାମୀ-ସ୍ତ୍ରୀ କେବେବି ପରସ୍ପରକୁ ଅହଂକାର ଦେଖାଇବା ଉଚିତ୍ ନୁହେଁ।

ପରସ୍ପରକୁ ସମ୍ମାନ କରିବା ଆବଶ୍ୟକ:
ଦାମ୍ପତ୍ୟ ଜୀବନରେ ସୁଖରେ ରହିବାକୁ ହେବେ ସବୁଠାରୁ ବଡ଼ କଥା ହେଉଛି ପରସ୍ପରକୁ ସମ୍ମାନ ଦେବା। ସମ୍ମାନ ଓ ବିଶ୍ଵାସ ଏହି ଦୁଇଟି ଜିନିଷ ଭଲ ସଂପର୍କର ମୂଳ ମନ୍ତ୍ର। ଯେପର୍ଯ୍ୟନ୍ତ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଭଲ ପାଇବା ସହିତ ସମ୍ମାନ ଦିଅନ୍ତି ସେପର୍ଯ୍ୟନ୍ତ ତାଙ୍କ ସମ୍ପର୍କ ଭଲ ହୋଇଥାଏ।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସହିତ ପରସ୍ପରକୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ। ପରସ୍ପରର ଭାବନାକୁ ସମ୍ମାନ ଦେବା ସହିତ ବୁଝିବା ଉଚିତ୍। ଏପରି କରିବା ଦ୍ବାରା ବୈବାହିକ ସମ୍ପର୍କ ଓ ଜୀବନ ସୁଖମୟ ହୋଇଥାଏ।
ଧର୍ଯ୍ୟ ରଖିବା ଉଚିତ୍:

ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଧର୍ଯ୍ୟକୁ ଏକ ସୁଖୀ ଦାମ୍ପତ୍ୟ ଜୀବନର ଏକ ଅତ୍ୟାବଶ୍ୟକ ଉପାଦାନ ଭାବରେ ବିବେଚନା କରିଛନ୍ତି। ତାହା ହେଉଛି, ଏକ ସଫଳ ଦାମ୍ପତ୍ୟ ଜୀବନ ପାଇଁ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଧର୍ଯ୍ୟବାନ ହେବା ଉଚିତ୍। ଆପଣଙ୍କ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ଧର୍ଯ୍ୟ ସହିତ ମିଶି ସାମ୍ନା କରିବା ଉଚିତ୍। ତେଣୁ ସବୁଠାରୁ ବଡ଼ କଥା ହେଉଛି କେବଳ ପତି ପତ୍ନୀ ନୁହେଁ ସବୁ ସମ୍ପର୍କରେ ବିଶ୍ଵାସ ଓ ସମ୍ମାନ ରହିଲେ ହିଁ ସମ୍ପର୍କ ସଫଳ ହୋଇପାରେ।

Leave A Reply

Your email address will not be published.