ଏକ ସେକେଣ୍ଡରୁ ବି କମ୍‌ ସମୟ ମଧ୍ୟରେ କାହା ପ୍ରତି ଆକର୍ଷିତ ହୋଇଥାଏ ମଣିଷ, ରିସର୍ଚ୍ଚରେ ହେଲା ବଡ଼ ଖୁଲାସା

କାହା ପ୍ରତି ଆକର୍ଷିତ ହେବାକୁ ଏକ ସେକେଣ୍ଡରୁ ବି କମ୍‌ ସମୟ ଲାଗେ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଏଭଳି ଖୁଲାସା ହୋଇଛି। ଜର୍ଣ୍ଣାଲ ନ୍ୟୁରୋସାଇନ୍ସ ଲେଟର୍ସରେ ପ୍ରକାଶିତ ଏ ରିପୋର୍ଟ ମୁତାବକ କୌଣସି ବ୍ୟକ୍ତି ୨୪୪ ମିଲି ସେକେଣ୍ଡରେ(୦.୨ ସେକେଣ୍ଡ)ରେ ହିଁ ସାମ୍ନା ବ୍ୟକ୍ତିର ଲିଙ୍ଗ ଚିହ୍ନିପାରେ। ସେହିପରି ୫୯ ମିଲି ସେକେଣ୍ଡରେ ସେ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇଥାଏ। ଜର୍ମାନୀର ବେମବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର କ୍ଲାସ କ୍ରିଷ୍ଟିୟନ୍‌ କାର୍ବନଙ୍କ ନେତୃତ୍ୱରେ ମନୋବିଜ୍ଞାନୀମାନେ ଏହି ରିସର୍ଚ୍ଚ କରିଛନ୍ତି।

sex

ରିସର୍ଚ୍ଚରେ ୨୫ ଜଣ ଯୁବକଯୁବତୀ ଭାଗ ନେଇଥିଲେ। ସେମାନଙ୍କ ଗତିବିଧିର ପ୍ରାୟ ୧୦୦ଟି ଫଟୋ ଉଠାଯାଇଥିଲା, ଯେଉଁଥିରୁ ତାଙ୍କ ମସ୍ତିଷ୍କରେ ହେଉଥିବା ପ୍ରତିକ୍ରିୟା ସମ୍ପର୍କରେ ଜଣାପଡ଼ିଥିଲା। ପ୍ରଫେସର କାର୍ବନଙ୍କ କହିବାନୁସାରେ ରିସର୍ଚ୍ଚ ବେଳେ ଯୁବକଯୁବତୀ ବହୁତ ଜଲଦି ଏମାନଙ୍କ ଲିଙ୍ଗ ଚିହ୍ନଟ କରିପାରିଥିଲେ। ଏହା ଆଧାରରେ ସେମାନେ ସାମ୍ନା ବ୍ୟକ୍ତି କେତେ ଆକର୍ଷକ ତାହା ଜାଣିପାରିଥିଲେ। ରିସର୍ଚ୍ଚରେ ଯୁବପିଢ଼ି ମାତ୍ର ୦.୨ ସେକେଣ୍ଡରେ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଲିଙ୍ଗ ନିରୁପଣ କରିଥିବା ବେଳେ ୦.୩ ସେକେଣ୍ଡରେ ନିଜ ପସନ୍ଦ ଅନୁସାରେ ଆକର୍ଷିତ ହୋଇଥିଲେ।

couple

ଖାସ୍‌ କଥା ହେଉଛି ଏହି ରିସର୍ଚ୍ଚ ସୋସିଆଲ ମିଡିଆରୁ ମଧ୍ୟ ପ୍ରଭାବିତ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ପ୍ରଭାବ ଆମ ଜୀବନରେ ଅଧିକ ରହିଥିବାରୁ ଏହାକୁ ମଧ୍ୟ ଏକ ମାନକ ଭାବେ ବିଚାରକୁ ନିଆଯାଇଛି। ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆରେ କାହା ଫଟୋ ଦେଖି ଆକର୍ଷିତ ହୋଇଯାଉଛନ୍ତି ଯାହା ଏକ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କ ବିଷୟରେ ତାଙ୍କ ଧାରଣା ବଦଳାଇପାରୁଛି। ତେବେ ରିସର୍ଚ୍ଚ ମୁତାବକ ଆକର୍ଷକ ଲୋକମାନେ ଅଧିଖ ବୁଦ୍ଧିମାନ ତଥା ନିଜ ଜୀବନରେ ଖୁସିରହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.