ପ୍ରେମରେ ବହୁତ ସିରିୟସ୍‌ ହୋଇଥାନ୍ତି ‘S’ ନାମଧାରୀ ଝିଅ, ଜାଣନ୍ତୁ ଏମାନଙ୍କର କିଛି ଭଲ ଓ ଖରାପ ସ୍ୱଭାବ

ନାମ କେବଳ ଜଣେ ବ୍ୟକ୍ତିର ପରିଚୟ ଦେଇ ନଥାଏ ବରଂ ପର୍ସନାଲଟି ଓ ସ୍ୱଭାବ ବିଷୟରେ ମଧ୍ୟ ବହୁତ କଥା କହିଥାଏ । ଆସନ୍ତୁ ଜାଣିବାି ‘S’ ନାମଧାରୀ ଝିଅଙ୍କ ପର୍ସନାଲିଟି ଓ ସ୍ୱଭାବ ବିଷୟରେ କିଛି କଥା । ଦେଖାଯାଏ ‘S’ ନାମଧାରୀ ଝିଅମାନେ ପ୍ରେମରେ ଯେପରି ସନ୍ଦେହୀ ହୋଇଥାନ୍ତି ସେପରି ବହୁତ କୋଧି ସ୍ୱଭାବର ମଧ୍ୟ ହୋଇଥାନ୍ତି । ଏହାସତ୍ତ୍ୱେ ଏମାନେ ସମସ୍ତଙ୍କର ହୃଦୟକୁ ଖୁବ୍‌ ଶୀଘ୍ର ଜିତି ଯାଇ ପାରିଥାନ୍ତି ।

ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାନ୍ତି

‘S’ ନାମଧାରୀ ଝିଅଙ୍କର ଫ୍ୟାସନ୍‌ ସେନ୍ସ ଖୁବ୍‌ ଭଲ ଥାଏ । ନିଜକୁ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ସାଧନ ଆପଣେଇଥାନ୍ତି । ଏହି କାରଣରୁ ସମସ୍ତଙ୍କ ମଧ୍ୟରେ ଏମାନେ ବହୁତ ଲୋକପ୍ରିୟ ହୋଇଥାନ୍ତି ।

shardha

କ୍ରୋଧୀ କିନ୍ତୁ ପରିଶ୍ରମୀ

ଏହି ଅକ୍ଷର ନାମଧାରୀ ଝିଅ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ପରିଶ୍ରମ ଦ୍ୱାରା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ପରିଶ୍ରମୀ ସହ ଏମାନେ ମଧ୍ୟ ବହୁତ ବୁଦ୍ଧିମାନ ହୋଇଥାନ୍ତି । କୈାଣସି କାମକୁ ପୁରା କରିବାରେ ଏମାଙ୍କର ଏକ ଭିନ୍ନ ଦୃଷ୍ଟି ଥାଏ ।

s girl.JPG-2

ପ୍ରେମରେ ହୋଇଥାନ୍ତି ସିରିୟସ୍‌

‘S’ ନାମଧାରୀ ଝିଅମାନେ ପ୍ରେମରେ ବହୁତ ସିରିୟସ୍‌ ହୋଇଥାନ୍ତି । ପ୍ରେମ ଜୀବନ ହେଉ ବା ବୈବାହିକ ଜୀବନ । ଏମାନେ ପାର୍ଟନରଙ୍କ ପ୍ରତି ବହୁତ ବିଶ୍ୱସ୍ତ ହୋଇଥାନ୍ତି ।

s girl.JPG-3

ରୋମାଣ୍ଟିକ ସ୍ୱଭାବ

ଏମାନେ କେବଳ ରୋମାଣ୍ଟିକ ହୋଇ ନଥାନ୍ତି ବହୁତ ନେଚୁରାଲ୍‌ ମଧ୍ୟ ହୋଇଥାନ୍ତି । ଏମାନଙ୍କ ହୃଦୟରେ ଯାହା ଥାଏ ତାହା ତାଙ୍କର ମୁହଁରେ ମଧ୍ୟ ଥାଏ ।ଏମାନେ କିନ୍ତୁ ନିଜର ପ୍ରେମ ହାବଭାବ କିମ୍ବା ମୂଲ୍ୟବାନ ଗିପ୍ଟ ପରିବର୍ତ୍ତେ ନିଜର ବ୍ୟବାହାର ଓ କାମଦ୍ୱାରା ଜାହିର କରିଥାନ୍ତି ।

s girl.JPG-4

ବିଶ୍ୱାସଯୋଗ୍ୟ ପାର୍ଟନର

‘S’ ନାମଧାରୀ ଝିଅମାନେ ବହୁତ ବିଶ୍ୱସ୍ଥ ହୋଇଥାନ୍ତି । ବନ୍ଧୁ ହୁଅନ୍ତୁ ବା ପାର୍ଟନର ଏମାନେ କେବେ ଧୋକ୍କା ଦିଅନ୍ତି ନାହିଁ । ଏମାନେ ଖରାପ ସମୟରେ ପାର୍ଟନରର ସାଙ୍ଗ କେବେ ଛାଡନ୍ତି ନାହିଁ । ଖାଲି ସେତିକି ନୁହେଁ ଏମାନେ ବହୁତ ଉଦାର ହୋଇଥାନ୍ତି ।

ଏମାନେ ଶ୍ୱଶୁର ଘରେ ରାଜ କରିଥାନ୍ତି । ଏମାନେ ହସମୁଖ ଥିବା ସହ ଟିକେ କୃପଣ ମଧ୍ୟ ହୋଇଥାନ୍ତି । ହେଲେ ଏମାନଙ୍କ ହୃଦୟ ବହୁତ ସଫା ଥାଏ । ତେବେ ଏହା ସଂଖ୍ୟା ଜ୍ୟୋତିଷ ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ଏହାକୁ ନିଜ ସହ ତୁଳନାତ୍ମକ ଭାବେ ନେଇ ପାରିବେ ।

Leave A Reply

Your email address will not be published.