ଲଭ୍‌ ନୁହେଁ, ଆରେଞ୍ଜ ମ୍ୟାରେଜ୍‌ରେ ବିଶ୍ୱାସ କରନ୍ତି ୯ ତାରିଖରେ ଜନ୍ମିତ ଝିଅମାନେ

ସ୍ୱଭାବରେ ଜଣେ ଅନ୍ୟ ଠାରୁ ଭିନ୍ନ । କାହାର ପସନ୍ଦ, ନାପସନ୍ଦ, କଥା କହିବାର ଢ଼ଙ୍ଗ ଓ ଭାବନା ତାଙ୍କର ରାଶି ଅନୁଯାୟୀ ହେବା ସହ ଜନ୍ମ ତାରିଖ ସହ ମଧ୍ୟ ଯୋଡି ହୋଇଥାଏ । ଯାହାକୁ ଆମେ ଇଂରାଜୀରେ ନ୍ୟୁମରଲୋଜି ବୋଲି କହିଥାଉ । ସଂଖ୍ୟା ସହ ବ୍ୟକ୍ତି ଜୀବନର ବହୁତ କିଛି ରହସ୍ୟ ଜଡିତ ହୋଇ ରହିଥାଏ । ଆଜି ଆସନ୍ତୁ ଜାଣିବା ୯ ତାରିଖରେ ଜନ୍ମିତ ଝିଅମାନଙ୍କ ବିଷୟରେ କିଛି…..

ମର୍ଜିର ମାଲିକ : ଖୋଲା ଓ ସ୍ୱତନ୍ତ୍ର ବିଚାରର ମାଲିକ ଏହି ସଂଖ୍ୟାର ଝିଅମାନେ । କାହା ମର୍ଜିରେ ଚାଲିବାକୁ ଏମାନେ ଆଦୈା ପସନ୍ଦ କରନ୍ତି ନାହିଁ । ବିଶେଷକରି ନିଷ୍ପତି ନେବାବେଳେ ଏମାନେ କାହାର ଉପଦେଶକୁ ମାନିବାକୁ ଜରୁରୀ ଭାବନ୍ତି ନାହିଁ ।

nine-1

ନୂଆ ବିଚାରଧାରା ପସନ୍ଦ କରନ୍ତି : ୯ ତାରିଖରେ ଜନ୍ମିତ ଝିଅମାନେ ଆଧୁନିକ ବିଚାରଧାରାର ମାଲିକ ଅଟନ୍ତି । ଏମାନେ ଜୀବନ ସହ ତାଳ ଦେଇ ଚାଲିବାକୁ ଠିକ୍‌ ମାନନ୍ତି । ନୂଆ ନୂଆ ଜିନିଷ କରିବାକୁ ଭଲ ପାଆନ୍ତି ।

କ୍ରୋଧି : ୯ ତାରିଖ ଜନ୍ମିତ ଝିଅମାନେ ସାଧାରଣତଃ କ୍ରୋଧି ହୋଇଥାନ୍ତି । ଏମାନଙ୍କ କ୍ରୋଧ ସର୍ବଦା ଉପରେ ଥାଏ । ଛୋଟ ଛୋଟ କଥାରେ ଏମାନେ ଅଧିକ ରାଗିଥାନ୍ତି ।

nine-2

ଆରେଞ୍ଜ ମ୍ୟାରେଜ୍‌ରେ ଏମାନେ ବିଶ୍ୱାସ ରଖନ୍ତି : ଏମାନେ ପ୍ରେମ ମାମଲାରେ ଅଧିକ ପଡ଼ନ୍ତି ନାହିଁ । ନିଜର କ୍ରୋଧ ସ୍ୱଭାବ ଯୋଗୁ କାହା ସହ ଭଲ ସମ୍ପର୍କ ରଖି ପାରନ୍ତି ନାହିଁ । ତେଣୁ ଏମାନଙ୍କର ଆରେଞ୍ଜ ମ୍ୟାରେଜ୍‌ ହେବାର ଅଧିକ ସମ୍ଭାବନା ଥାଏ ।

nine-3

ତରବରିଆ ନିଷ୍ପତି : ଏମାନଙ୍କ ସବୁ କାମ ତରବରିଆ ଯୋଗୁ ଅଧିକାଂଶ ସମୟରେ ଏମାନେ ଭୁଲ୍‌ ନିଷ୍ପତି ନେଇଥାନ୍ତି । ପରେ ଏଥିପାଇଁ ଅନୁଶୋଚନା କରିଥାନ୍ତି । ତେଣୁ ଏହାକୁ ସୁଧାରିବାକୁ ପ୍ରଯତ୍ନ କରନ୍ତୁ ।

ପରିଶ୍ରମୀ ସହ ସ୍ପଷ୍ଟ ବକ୍ତା : ଏମାନେ ପରିଶ୍ରମୀ ହେବା ସହ ସ୍ପଷ୍ଟ କଥା କହିବାକୁ ଭଲ ପାଆନ୍ତି । ପରିଶ୍ରମ ଦ୍ୱାରା ସବୁ କିଛି ହାସଲ କରିହେବ ବୋଲି ଏମାନେ ବିଶ୍ୱାସ କରନ୍ତି । ଏମାନେ ଖୋଲା ଖୋଲି ଭାବେ କଥା ହେବାକୁ ପସନ୍ଦ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.