ଜୀବନସାଥୀ ବାଛିବା ବେଳେ କରନ୍ତୁ ନାହିଁ ଏହି ୫ ଭୁଲ୍‌, ସାରା ଜୀବନ ପସ୍ତାଇବାକୁ ପଡିପାରେ

କୌଣସି ବି ବ୍ୟକ୍ତି ପାଇଁ ବିବାହ ଜୀବନର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ହୋଇଥାଏ । ଏହାର ଆରମ୍ଭରେ ଯଦି ଭୁଲ ହୋଇଯାଏ ତେବେ ଜୀବନଯାକ ପସ୍ତାଇବାକୁ ପଡିପାରେ । ଭଲ ଲାଇଫ ପାର୍ଟନର ମିଳିଗଲେ ଜୀବନ ସୁଧୁରି ଯାଇଥାଏ । ତେବେ ଜୀବନସାଥୀ ବାଛିବା ବେଳେ କିଛି ଭୁଲ ଆପଣଙ୍କୁ ସାରା ଜୀବନ କଷ୍ଟ ଦେଇପାରେ । ତେଣୁ ଜୀବନସାଥୀ ବାଛିବା ବେଳେ ଏହି ସବୁ ଭୁଲ କେବେ କରନ୍ତୁ ନାହିଁ ।

ଚାପରେ ଯଦି ବିବାହ କରୁଛନ୍ତି ତେବେ ଗଲେ ଆପଣ

ବିବାହ ପୂର୍ବରୁ ସବୁଠୁ ବଡ଼ କଥା ହେଉଛି ବିବାହ ପାଇଁ ଚାପ । ତାହା ଘରବାଲାଙ୍କର ହେଉ ବା ନିଜ ପାର୍ଟନରଙ୍କର । ଏହି ଚାପ କାରଣ ପାଇଁ କିଛି ଲୋକ ସାରାଜୀବନ କଷ୍ଟ ଅନୁଭବ କରିଥାନ୍ତି । ଭାରତରେ ଅଧିକାଂଶ ବିବାହ ଚାପରେ ହୋଇଥାଏ ।

କେବଳ ସୁନ୍ଦରତାକୁ ଦେଖନ୍ତୁ ନାହିଁ ଚରିତ୍ରକୁ ଦେଖନ୍ତୁ

ବହୁବାର ଦେଖାଯାଏ ବିବାହ ପାଇଁ ପାର୍ଟନର ଖୋଜୁଥିବା ବେଳେ ସୌନ୍ଦର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । କେବେ ଆପଣ ବହୁତ ସୁନ୍ଦର ଝିଅ ଦେଖି ହଁ ଭରି ଦେଇଥାନ୍ତି । ଯାହାକି ପରେ ଅସୁବିଧା ସୃଷ୍ଟି କରିଥାଏ । ତେଣୁ ଚରିତ୍ର ଉପରେ ଗୁରୁତ୍ୱ ଦେବା ଉଚିତ୍‌ ।

କେବଳ ଘରକଥା ନୁହେଁ ନିଜ ଖୁସି ବି ଦେଖନ୍ତୁ

ଅଧିକାଂଶ ସମୟରେ ଘର ଲୋକଙ୍କୁ ଖୁସି ଦେବା ପାଇଁ ବା ଘର ଲୋକଙ୍କ କଥା ମାନି ବିବାହ କରିଥାନ୍ତି । ହେଲେ ଏହି ବିବାହ ଅଧିକାଂଶ ସମୟରେ ଆପଣଙ୍କ ଜୀବନ ନଷ୍ଟ କରିଦେଇଥାଏ । ତେଣୁ ପାର୍ଟନର ବାଛିବା ବେଳେ ନିଜ ଖୁସି ଉପରେ ଗୁରୁତ୍ୱ ଦିଅନ୍ତୁ ।

ପାର୍ଟନରଙ୍କ ଆଦତକୁ ଶୀଘ୍ର ବୁଝି ନିଅନ୍ତୁ

ବିବାହ କୌଣସି ଟ୍ରାଏଲ ନୁହେଁ । ତେଣୁ ଯେତେ ଶୀଘ୍ର ପାର୍ଟନରଙ୍କ ଆଦତକୁ ବୁଝିନେବ ତାହା ନିଜ ପାଇଁ ଶୁଭଙ୍କର ହୋଇଥାଏ । ତେଣୁ ଯାହାଙ୍କୁ ଆପଣ ବିବାହ କରୁଛନ୍ତି ତାଙ୍କ ବିଷୟରେ ଶୀଘ୍ର ଜାଣିଯିବା ଭଲ ।

ବିବାହ ପରେ ବଦଳିଯିବା ଭାବନା

ଅଧିକାଂଶ ସମୟରେ ଆମେ ପାର୍ଟନରଙ୍କ କିଛି ଆଦତକୁ ପସନ୍ଦ କରିନଥାଉ । ହେଲେ ଭାବିନେଇଥାଉ ଯେ ବିବାହ ପରେ ଏହା ବଦଳିଯିବ ବା ଆମେ ବଦଳାଇ ଦେବୁ । ତେବେ ଏହି ଭାବନା କିଛି ମାତ୍ରାରେ ଠିକ ହୋଇଥିଲେ ମଧ୍ୟ ସର୍ବଦା ଠିକ ହୋଇନଥାଏ । ଯଦି ନ ବଦଳିଲା ତେବେ ଆପଣଙ୍କର ବହୁତ କ୍ଷତି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.