ଅଭିଭାବକଙ୍କ ପାଇଁ ଟିପ୍ସ: ପିଲାଙ୍କ ସାମ୍ନାରେ କେବେବି କୁହନ୍ତୁନି ଏହି କଥା, ପଡିପାରେ ଭବିଷ୍ୟତ ଉପରେ ଖରାପ ପ୍ରଭାବ

ବେଳେ ବେଳେ ଅନେକ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାମାନଙ୍କ ସାମ୍ନାରେ ଏମିତି କିଛି କଥା କୁହନ୍ତି ଯାହା ତାଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ କିଛି ଜିନିଷ କଥା ହେବା ସମୟରେ କିଛି କଥା ଉପରେ ଗୁରୁତ୍ବ ଦେବା ନିହାତି ଦରକାର୍। ବେଳେବେଳେ କ୍ରୋଧ, ରାଗ କିମ୍ବା ଅନ୍ୟ କୌଣସି ପରିସ୍ଥିତି ଯୋଗୁଁ ଆପଣ ପିଲାକୁ ଏପରି କଥା କୁହନ୍ତି, ଯାହା ତାଙ୍କର ବ୍ୟକ୍ତିତ୍ୱକୁ ସଂପୂର୍ଣ୍ଣ ରୂପେ ଖରାପ କରିଥାଏ। କିନ୍ତୁ ଏପରି କରିବା ଅନୁଚିତ୍। ଆପଣ ଯେତେବେଳେ ନିଜ ପିଲାର ଖରାପ ବ୍ୟବହାର ଦେଖି ତାକୁ ଗାଳି କରନ୍ତି ସେହି ସମୟରେ ତାକୁ ଭଲ ଭାବେ ସବୁ କଥା ବୁଝାଇ କୁହନ୍ତୁ। କାରଣ ପିଲାର ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡିଥାଏ।

ଏଭଳି ପରିସ୍ଥିତିରେ ସେ ହୁଏତ ଏଥିପାଇଁ ଆପଣଙ୍କୁ ଦାୟୀ କରନ୍ତି କିମ୍ବା ନିଜକୁ ଦୋଷୀ ଅନୁଭବ କରିବା ଆରମ୍ଭ କରନ୍ତି। ବାରମ୍ବାର ଏହିପରି କିଛି କହିବା ଦ୍ୱାରା ସେ ନିଜ ପ୍ରତି ଏକ ନକାରାତ୍ମକ ମନୋଭାବ ଆଣିପାରନ୍ତି। ସମସ୍ତଙ୍କୁ ତାଙ୍କର ଶତ୍ରୁ ଭାବରେ ବିବେଚନା କରିପାରନ୍ତି, ମନରେ ଏକ ହୀନତା ଭାବନା ଆଣିପାରନ୍ତି। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ଯେ ଏଥିପାଇଁ ପିଲାଙ୍କୁ କଟୁ କଥା ନ କୁହନ୍ତୁ।

ଏହା ଶିଶୁର ଆତ୍ମ ବିଶ୍ୱାସକୁ କ୍ଷତି ପହଞ୍ଚାଇପାରେ ଏବଂ ଏହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ। କେବଳ ଏତିକି ନୁହେଁ, ବେଳେବେଳେ ଏହା ଶିଶୁର ବ୍ୟକ୍ତିତ୍ୱକୁ ସବୁଦିନ ପାଇଁ ପ୍ରଭାବିତ କରିଥାଏ। ମନେରଖନ୍ତୁ ଆପଣଙ୍କ ଗାଳି ପିଲାଙ୍କୁ ବିରକ୍ତିକର ମଧ୍ୟ କରିଥାଏ। ତାଙ୍କ ମନରେ କୌଣସି ଜିନିଷ ପାଇଁ ଉତ୍ସାହ ରହେ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କର ଭିନ୍ନ ପ୍ରକୃତି ଅଛି ଏବଂ ସେହି ଆଧାରରେ ସେ ଆଚରଣ କରନ୍ତି। ତେଣୁ ସେଥିପାଇଁ ଆପଣଙ୍କୁ ଖାସକରି ପିଲାଙ୍କୁ ଭଲ ଭାବେ କଥା ବୁଝାଇବାକୁ ପଡ଼ିବ।

ସବୁଦିନେ ସେମାନଙ୍କ କଥା ଭଲ ଭାବେ ଶୁଣିବାକୁ ଚେଷ୍ଟା କରନ୍ତୁ। ତାଙ୍କୁ ନିଜ ପସନ୍ଦ ନାପସନ୍ଦ କଥା ପଚାରନ୍ତୁ ଓ ସ୍କୁଲ ବିଷୟରେ ମଧ୍ୟ ପଚାରି ବୁଝନ୍ତୁ। ତାଙ୍କୁ ସବୁବେଳେ ଭଲ କାମ ପାଇଁ ଉତ୍ସାହିତ କରନ୍ତୁ। ଥରେ ଯଦି କୌଣସି କଥା ସେ ବୁଝି ପାରୁନାହାନ୍ତି ତେବେ ଆଉ ଥରେ ସେମାନଙ୍କୁ ସେହି କଥା ବୁଝିବାରେ ସାହାଯ୍ୟ କରନ୍ତୁ। ପିଲାର ମାନସିକ ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଯାହାକି ଆପଣଙ୍କ ପାଇଁ ବହୁତ୍ ଦରକାରୀ। ଆପଣ ଜଣେ ଭଲ ଅଭିଭାବକ ହେବା ପାଇଁ ସବୁବେଳେ ଚେଷ୍ଟା କରିବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.