ଏହି ଦେଶର ଲୋକମାନେ ନିଜ ଗୁପ୍ତାଙ୍ଗର ବି କରିଥାନ୍ତି ନାମକରଣ, ସ୍ନେହରେ ଏସବୁ ନାଁରେ ଡାକନ୍ତି

କିଛି ହାତ ଗଣତି ଲୋକଙ୍କୁ ବାଦ୍‌ ଦେଲେ ବାକି ସମସ୍ତଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଭଲ ଲାଗେ। ଭଲ ପାଉଥିବା ଲୋକ ସହ ଅନ୍ତରଙ୍ଗ ହେବାକୁ ସମସ୍ତେ ପସନ୍ଦ କରନ୍ତି। ଏହା ଦ୍ୱାରା ସମ୍ପର୍କ ଆହୁରି ମଜଭୁତ ହୋଇଥାଏ। କିନ୍ତୁ ସ୍ଥାନ କାଳ ପାତ୍ର ଅନୁସାରେ ଶାରୀରିକ ସମ୍ପର୍କ ରଖିବାର ତରିକା ଭିନ୍ନ ଭିନ୍ନ ହୋଇଥାଏ। ଦୁନିଆର ଭିନ୍ନ ଭିନ୍ନ ଅଞ୍ଚଳର ଲୋକମାନେ ସମ୍ବନ୍ଧ ବନାଇବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇ ଥାଆନ୍ତି। କିଛି ଦେଶର ଲୋକ ତ ନିଜ ଗୁପ୍ତାଙ୍ଗର ବି ନାମକରଣ କରିଥାନ୍ତି। ତେବେ ଆଜି ଆସନ୍ତୁ ଜାଣିବା ସେଭଳି ଏକ ଦେଶ ହାୱାଇ ବିଷୟରେ…

ହାୱାଇର ଲୋକଙ୍କ ଚିନ୍ତା ଧାରା ଅନ୍ୟ ସବୁଦେଶର ଲୋକଙ୍କଠାରୁ ଭିନ୍ନ। ଏଠାକାର ଲୋକମାନେ ନିଜ ଶରୀରର ଅଙ୍ଗକୁ ପୂଜା କରିଥାନ୍ତି। ଏଠାକାର ଲୋକମାନେ ନିଜ ଗୁପ୍ତାଙ୍ଗର ଭଲ ଭଲ ନାଁ ରଖିଥାନ୍ତି। କେବଳ ସେତିକି ନୁହେଁ ରାଜପରିବାରଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ନିଜ ଗୁପ୍ତାଙ୍ଗକୁ ନେଇ ଗୀତ ବି ଲେଖିଥାଆନ୍ତି। ଏହି ଗୀତରେ ଗୁପ୍ତ ଅଙ୍ଗ ବିଷୟରେ ବିସ୍ତାର ଭାବେ ଲେଖା ହୋଇଥାଏ।

वो जगह जहां महिलाओं को मछली से ...

ଏନେଇ ଡାକ୍ତର ମିଲ୍ଟନ୍‌ ଡାଇମଣ୍ଡ କହିଛନ୍ତି ଯେ ତାଙ୍କ ଦେଶର ରାଣୀ ମଧ୍ୟ ନିଜ ଗୁପ୍ତାଙ୍ଗର ନାମକରଣ କରିଛନ୍ତି। ରାଣୀ ଲିଲି ୟୁକୁଲାନି ନିଜ ଗୁପ୍ତାଙ୍ଗର ନାଁ ରଖିଛନ୍ତି ଫ୍ରିକ୍ସି। ଯାହା କେବଳ ତାଙ୍କର କିଛି ଅନ୍ତରଙ୍ଗ ଲୋକ ଜାଣିଛନ୍ତି। ଖାସ୍‌ କରି ଶାରୀରିକ ସମ୍ପର୍କ ବେଳେ ଏହି ନାମକୁ ସେମାନେ ବ୍ୟବହାର କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.