‘ସ୍ୱାମୀଙ୍କୁ ସେକ୍ସ ପାଇଁ କେବେ ବି କରନ୍ତୁନି ମନା’, ଆମେରିକା ମଡେଲଙ୍କ ଏହି ବୟାନ ଏବେ ବିବାଦରେ

ନୂଆଦିଲ୍ଲୀ : ଆମେରିକାର ପ୍ରସିଦ୍ଧ ମଡେଲ କପ୍ରେିସ ବୋରେଟ୍‌ଙ୍କ ଏକ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ଼ । ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି- ‘ ସ୍ୱାମୀଙ୍କୁ ସେକ୍ସ ପାଇଁ କେବେ ବି ମନା କରିବା ଉଚିତ ନୁହେଁ । ’

କେପ୍ରିସ ଆହୁରି କହିଛନ୍ତି, ‘‘ମହିଳାଙ୍କୁ ନିଜର ସ୍ୱାମୀଙ୍କ ସହ ସବୁଦିନ ସେକ୍ସ କରିବା ପାଇଁ ରାଜି ହୋଇଯିବା ଜରୁରୀ । କାରଣ ମାତ୍ର ୫-୧୦ ମିନିଟ ପାଇଁ ଆପଣ କେବେ ବି ସ୍ୱାମୀଙ୍କୁ ଅସନ୍ତୁଷ୍ଟ କରିବା ଉଚିତ ନୁହେଁ । ବେଡରୁମ୍‌ ସହିତ ଜଡ଼ିତ କିଛି ବି କଥାରେ ମହିଳାମାନେ ମନା କରିବା ଉଚିତ୍‌ ନୁହେଁ । ଆପଣ ଏକଥା ବି କହିବା କଥା ନୁହେଁ ଯେ ମୁଁ ଆଜି କ୍ଲାନ୍ତ, ମୋର ମୁଣ୍ଡ ବିନ୍ଧୁଛି । କାରଣ ଏହି ଛୋଟ କଥାଟି ଆପଣଙ୍କ ପାରିବାରିକ ଜୀବନରେ ଖୁସିର ଏକ ବଡ଼ ଆଧାର ହୋଇଥାଏ ।

caprice
photo credit: aajtak.in

କେପ୍ରିସ କୁହନ୍ତି,‘‘ସେକ୍ସ ଅତି ବେଶୀରେ ୫-୧୦ ମିନିଟ ନେଇଥାଏ । ମୁଁ ମୋର ସ୍ୱାମୀ ସହ ସବୁଦିନ ସେକ୍ସ କରିଥାଏ । କାରଣ ପୁରୁଷମାନେ ବହୁତ ସରଳ ହୋଇଥାନ୍ତି । ସେମାନଙ୍କୁ ଖୁସି କରିବା ବହୁତ ସହଜ ହୋଇଥାଏ । ଯେମିତି କି ଭଲ ଖାଦ୍ୟ ଖୋଇବା, ତାଙ୍କୁ ପ୍ରଶଂସା କରିବା ଓ ତାଙ୍କ ସହ ସେକ୍ସ କରିବା ଦ୍ୱାରା ସହଜରେ ତାଙ୍କର ହୃଦୟକୁ ଜିତାଯାଇଥାଏ ।

caprice
photo credit: aajtak.in

କେପ୍ରିସ୍‌ କୁହନ୍ତି, ପ୍ରଥମ ଲକ୍‌ଡାଉନ ବେଳେ ମୁଁ ବହୁତ ସକ୍ରିୟ ଥିଲି । ମାତ୍ର ଦ୍ୱିତୀୟ ଲକ୍‌ଡାଉନ ମୋ ପାଇଁ ମାନସିକ ଯନ୍ତ୍ରଣାପୂର୍ଣ୍ଣ ଥିଲା । ଏହି ସମୟରେ ମୋର ମାନସିକ ଅବସାଦ ଦୂର କରିବାରେ ସେକ୍ସ ବହୁତ କାମ କରିଥିଲା । ସେକ୍ସ ବିନା ରିଲେସନସିପ ଶେଷ ହୋଇଯାଇଥାଏ । ତେଣୁ ସେକ୍ସ ହିଁ ଆପଣଙ୍କୁ ଜୀବନ୍ତ ରଖିପାରେ ।’’ କେପ୍ରିସଙ୍କର ଏବେ ଦୁଇଟି ସନ୍ତାନ ଅଛନ୍ତି । ତାଙ୍କର ଏହି ବୟାନ ବେଶ ବିବାଦ ସୃଷ୍ଟି କରିଛି ।

Leave A Reply

Your email address will not be published.