ରିଲେସନସିପ୍‌ ଟିପ୍ସ : ପାର୍ଟନରଙ୍କ ସହ ବ୍ରେକ୍‌ଅପ୍‌ ହୋଇଗଲେ, ଏହି ଟିପ୍ସକୁ ଆପଣାଇ ନିଜର ଯତ୍ନ ନିଅନ୍ତୁ

ପ୍ରତ୍ୟେକ ବ୍ୟକ୍ତି ଏହା ଭାବିବା କଥା ଯେ କେହି ଚାଲିଗଲେ କାହାର ଜୀବନ ଅଟକି ଯାଏ ନାହିଁ । ଯଦି ଆପଣ କିଛି ରିଲେସନସିପ୍‌ରେ ରହିଥିଲେ ଓ କୌଣସି କାରଣରୁ ଆପଣଙ୍କ ସମ୍ପର୍କ ଆଗକୁ ବଢ଼ିପାରିନି । ସେଥିପାଇଁ ବିବ୍ରତ ହେବା ଆବଶ୍ୟକ ନାହିଁ ।

ଯେତେବେଳେ ଆମେ କାହାର ପ୍ରେମରେ ଥାଉ ସବୁ କିଛି ଖୁବ୍‌ ସୁନ୍ଦର ଲାଗେ । ଯଦି ଏହି ସମ୍ପର୍କ କୌଣସି କାରଣରୁ ଭାଙ୍ଗିଗଲା ତେବେ ଏହା ଆମକୁ ବହୁତ ଦୁଃଖ ଦେଇଥାଏ । ବ୍ରେକ୍‌ଅପ୍‌ ପରେ ଲାଗେ ଯେ ସାରା ଦୁନିଆ ଯେପରି ଶେଷ ହୋଇଗଲା । ଆମର ମନ ସର୍ବଦା ଉଦାସରେ ରହିଥାଏ । କେହି କେହି ଡିପ୍ରେସନ ଭଳି ମାରାତ୍ମକ ସମସ୍ୟାକୁ ଚାଲିଯାଇଥାନ୍ତି । ମାତ୍ର ଏହି ସମୟରେ ନଜେ ନିଜର ଯତ୍ନ ନେବା ଆବଶ୍ୟକ । ଯେପରି ଆପଣଙ୍କ ଖୁସି ପୁଣି ଥରେ ଫେରି ଆସିବ । ଆସନ୍ତୁ ଜାଣିବା ଏ ସମ୍ପର୍କରେ କିଛି ଟିପ୍ସ ।

୧. ନିଜର ଯତ୍ନ ନିଅନ୍ତୁ : ଜୀବନରେ ଗୋଟିଏ କଥା ସର୍ବଦା ଧ୍ୟାନ ଦେବା ଆବଶ୍ୟକ ଯେ ଆତ୍ମ ସମ୍ମାନ ଉପରେ ଆଉ କିଛି ନାହିଁ । କାହାର ଚାଲିଯିବା ଦ୍ୱାରା ଜୀବନ ଅଟକି ଯାଏନି । ତେଣୁ ନଜର ଯତ୍ନ ନିଅନ୍ତୁ ଓ ନିଜ ସମ୍ପର୍କରେ ଭାବନ୍ତୁ । ଏହା ଆପଣଙ୍କର ହରାଇଥିବା ଆତ୍ମ ବିଶ୍ୱାସକୁ ଫେରାଇବାରେ ସାହାଯ୍ୟ କରିଥାଏ ।

୨. ନିଜ କାର୍ଯ୍ୟ ଉପରେ ଫୋକସ କରନ୍ତୁ : ଯେତେବେଳ ଯାଏ ନିଜକୁ ମଜବୁତ ନ କରିଛନ୍ତି ସେ ପର୍ଯ୍ୟନ୍ତ କଷ୍ଟ ପାଉଥିବେ । ତେଣୁ ସର୍ବଦା ନିଜ କାମ ଉପରେ ଫୋକସ କରନ୍ତୁ । ଆପଣଙ୍କ ଧ୍ୟାନ ଯଦି ସର୍ବଦା ନିଜ କାମ ଉପରେ ରହେ । ତେବେ ଏହା ଆଉ ଅନ୍ୟ ଦିଗରେ ଯିବ ନାହିଁ ।

୩. ପରିବାର ସହ ସମୟ ଅତିବାହିତ କରନ୍ତୁ : ଯେବେ କୌଣସି ବ୍ୟକ୍ତିଙ୍କ ବ୍ରେକଅପ୍‌ ହୋଇଯାଏ । ସେତେବେଳେ ଅଧିକାଂଶ ଲୋକ ସବୁ ବନ୍ଧୁ ଓ ପରିବାର ଲୋକଙ୍କ ଠାରୁ ଦୂରେଇ ଯାଆନ୍ତି । ଏମିତି କରିବା ଦ୍ୱାରା ଆପଣ ଅଧିକ ଏକୁଟିଆ ହୋଇଯିବେ । ଧ୍ୟାନ ରଖିବା କଥା ଯେ ଏହି ଦୁଃଖ ପରିବାର ଲୋକଙ୍କ ସହ ରହିଲେ ହି କମ ହୋଇଥାଏ । ତେଣୁ ଅଧିକାଂଶ ସମୟ ପରିବାର ସହ ସମୟ ବିତାନ୍ତୁ । ଏହା ଶୀଘ୍ର ଆପଣଙ୍କୁ ଦୁଃଖରୁ ମୁକୁଳିବାକୁ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.