ରିଲେସନସିପ୍‌ ଟିପ୍ସ : ଭୁଲରେ ବି କୁହନ୍ତୁ ନାହିଁ ପତ୍ନୀକୁ ଏହି କଥା, ନହେଲେ ଝଗଡ଼ା ଥୟ

ପତି ପତ୍ନୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ଝଗଡା ହୋଇଥାଏ । ଅଧିକାଂଶ ସମୟରେ ପତିଙ୍କର ଅଭିଯୋଗ ଥାଏ ଯେ ପତ୍ନୀଙ୍କୁ ଛୋଟ ଛୋଟ କଥା ଖରାପ ଲାଗିଥାଏ । ହେଲେ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ପତ୍ନୀ କାହିଁକି ବିଗିଡି ଯାଇଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା ବିବାହିତ ପୁରୁଷଙ୍କୁ ନିଜର ପତ୍ନୀଙ୍କ ସହ କଥା ହେବା ବେଳେ କେଉଁ କଥା ଉପରେ ଧ୍ୟାନ ଦେବା କଥା ।

ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ାର କାରଣ

ଆପଣ ମଜାକ୍‌ରେ ମଧ୍ୟ ପତ୍ନୀଙ୍କ ଶରୀରକୁ ନେଇ କୌଣସି କଥା କୁହନ୍ତୁ ନାହିଁ । ଯଦି ଆପଣ ପତ୍ନୀଙ୍କ ରଂଗ, ରୂପ ଓ ଡେଙ୍ଗାକୁ ନେଇ କିଛି କୁହନ୍ତି, ତେବେ ଆପଣଙ୍କ ମଧ୍ୟରେ ଝଗଡା ହୋଇପାରେ । କୌଣସି ବି ପତ୍ନୀ ଏହାକୁ ସହ ପାରନ୍ତି ନାହିଁ ।

ଯଦି ଆପଣ ପତ୍ନୀଙ୍କୁ ସର୍ବଦା କାମକୁ ନେଇ କୁହନ୍ତି କି ତୁମକୁ କିଛି କାମ ଆସେନାହିଁ । ଏମିତି କହିବା ଦ୍ୱାରା ଆପଣଙ୍କ ମଧ୍ୟରେ ଝଗଡା ହୋଇପାରେ । କାରଣ କେହି ସବୁ କାମରେ ଦକ୍ଷ ହୋଇ ନଥାନ୍ତି ।

ଯଦି ଆପଣ ପତ୍ନୀଙ୍କ ଘର ଲୋକଙ୍କ ଅସମ୍ମାନ କରନ୍ତି, ଏହାକୁ ପତ୍ନୀ କେବେ ସହି ପାରେ ନାହିଁ । ଏଥିରେ ଝଗଡା ହେବା ଥୟ ।

ଯଦି ଆପଣ ପତ୍ନୀଙ୍କ ଆଗରେ କୌଣସି ଅନ୍ୟ ମହିଳାଙ୍କ ପ୍ରଶଂସା କରନ୍ତି,ତେବେ ଏଥିରେ ମଧ୍ୟ ପତ୍ନୀ ରାଗି ଯାଇ କଳହ କରିଥାନ୍ତି । ତେଣୁ କେବେ ପତ୍ନୀଙ୍କ ତୁଳନା କାହା ସହ କରନ୍ତୁ ନାହିଁ ।

କେହି କେହି ବ୍ୟକ୍ତି ଅଫିସରୁ ଘରେ ପହଞ୍ଚୁ ପହଞ୍ଚୁ ପତ୍ନୀଙ୍କୁ କହିବା ଆରମ୍ଭ କରିଦେଇଥାନ୍ତି । ଯେପରି ‘ତୁମେ ଦିନ ସାରା କରୁଛ କ’ଣ , ମୋର ହଜାର କାମ ।’ ଏମିତି କଥା କେବେ ବି ପତ୍ନୀଙ୍କୁ କୁହନ୍ତୁ ନାହିଁ । ଏହା ଝଗଡା ସୃଷ୍ଟି କରିଥାଏ । ଯଦି ପତ୍ନୀଙ୍କ ସହ ପ୍ରେମପୂର୍ଣ୍ଣ କଥା ହୁଅନ୍ତି ତ ଏହା ଉଭୟଙ୍କ ସମ୍ପର୍କ ମଧୁର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.