ରିଲେସନସିପ ଟିପ୍ସ : ଯଦି ଆପଣଙ୍କ ପାର୍ଟନର ଏପରି ବ୍ୟବହାର କରୁଛନ୍ତି, ବୁଝିନେବେ ଏହା ଅର୍ଥ ପାଇଁ ନୁହେଁ ତ !

ବେଳେବେଳ ଏପରି ହୁଏ ଯେ ଆମ ମନରେ ସନ୍ଦେହ ଆସେ ଯେ ଆମ ପାର୍ଟନର ଆମ ସହ ଛଳନା କରୁ ନାହାଁନ୍ତି ତ ! ଏପରି ପ୍ରଶ୍ନ ଆମକୁ ଦ୍ୱନ୍ଦ୍ୱରେ ପକାଇଥାଏ । କିଛି ସମୟ ପରେ ଜଣାପଡ଼ିଥାଏ ଯେ ଆପଣଙ୍କ ସହ ଆପଣଙ୍କ ପାର୍ଟନରଙ୍କ କିଛି ଠିକ୍‌ ଚାଲୁନାହିଁ । ଯଦି ବି ଆପଣଙ୍କ ସହ ସମ୍ପର୍କ ରହିଛି ତେବେ ତାହା କିଛି କାରଣ ଯୋଗୁ ନୁହେଁ ତ ! ଏହା ଜରୁର ଜାଣିବା କଥା ଯେ କାହିଁ ଆପଣଙ୍କ ପାର୍ଟନର କେବଳ ଅର୍ଥ ପାଇଁ ଆପଣଙ୍କ ସହ ନାହିଁ ତ ! ଆସନ୍ତୁ ଜାଣିବା କ’ଣ କହେ ରିଲେସନସିପ ତଥ୍ୟ ।

ଆପଣଙ୍କ ଅପେକ୍ଷା ଆପଣଙ୍କ ଟଙ୍କାରେ ବେଶୀ ଆକର୍ଷଣ :

ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଆପଣଙ୍କ ଟଙ୍କା ଉପରେ ସର୍ବଦା ଦୃଷ୍ଟି ଦେଉଥାନ୍ତି । ତେବେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ । ଯଦି ସେ ସର୍ବଦା ଆପଣଙ୍କୁ ପଚାରୁଥାନ୍ତି ଯେ ଆପଣଙ୍କ ପାଖରେ କେତେ ଟଙ୍କା ଅଛି । କେତେ ଆପଣ ଖର୍ଚ୍ଚ କରୁଛନ୍ତି । କେଉଁଠି ସେଭିଂସ କରିଛନ୍ତି । ତେବେ ବୁଝିଯିବେ ଯେ ଆପଣଙ୍କ ପାର୍ଟନରଙ୍କ ଆପଣଙ୍କ ଅପେକ୍ଷା ଆପଣଙ୍କ ଟଙ୍କାରେ ବେଶୀ ଆବଶ୍ୟକ । ବୋଧହୁଏ ଏଥିପାଇଁ ସେ ଆପଣଙ୍କ ସହ ରିଲେସନସିପରେ ଅଛନ୍ତି ।

ଟଙ୍କା ପାଇବା ପାଇଁ ସର୍ବଦା ନୂଆ କାହାଣୀ :

କେବେ ଗାଡ଼ି ଖରାପ ତା କେବେ ପର୍ସ ଛାଡ଼ି ଆସିଛି ଏମିତି ବାହାନା ଯଦି ଆପଣଙ୍କ ପାର୍ଟନର କରୁଥାନ୍ତି । ଯଦି ଆପଣ ଏପରି ବାହାନା ଆପଣଙ୍କ ପାର୍ଟନରଙ୍କ ଠାରୁ ଶୁଣୁଥାନ୍ତି ତେବେ ଜାଣିଯିବେ ଯେ ଆପଣ ଏକ ଭୁଲ ରିଲେସନସିପରେ ଅଛନ୍ତି । ଆପଣଙ୍କ ପାର୍ଟନର କିଛି ନା କିଛି ବାହାନାରେ ଆପଣଙ୍କ ଠାରୁ ପଇସା ନେଉଥାନ୍ତି । ତା’ହେଲେ ତା’ର କାରଣ ଏହି ଯେ ସେ ଆପଣଙ୍କ ସହ କେବଳ ପଇସା ପାଇଁ ରିଲେସନସିପରେ ଅଛନ୍ତି । ଆପଣଙ୍କୁ ବୁଝିବାକୁ ହେବ ଯେ ପାର୍ଟନରଙ୍କ ଆପଣଙ୍କ ପଇସା ଉପରେ ପ୍ରେମ କିନ୍ତୁ ଆପଣଙ୍କ ଉପରେ ନୁହେଁ ।

ଆପଣଙ୍କୁ ଯଦି ଇଗ୍ନୋର କରୁଥାନ୍ତି :

ଯଦି ଆପଣଙ୍କ ପାର୍ଟନର କେବଳ ସେତେବେଳେ ଆପଣଙ୍କୁ ପ୍ରେମ କରୁଥାନ୍ତି ଯେତେବେଳେ ତାଙ୍କର ଟଙ୍କା ଦରକାର ହୁଏ । ତେବେ ବୁଝିଯିବା ଉଚିତ୍‌ ଯେ ପାର୍ଟନରଙ୍କର କେବଳ ଆପଣଙ୍କ ଠାରୁ ଅର୍ଥ ଜରୁରୀ । ସେ କେବଳ ଆପଣଙ୍କ ଠାରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କ ସହ ରିଲେସନସିପରେ ନୁହେଁ । ତେଣୁଏପରି ରିଲେସନସିପରୁ ବାହାରି ଆସିବା ହିଁ ଭଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.