ପ୍ରେମିକାକୁ ମନାଇବା ପାଇଁ କେବେ ବି କରନ୍ତୁନି ଏପରି ଭୂଲ, ପଡ଼ିପାରେ ମହଙ୍ଗା

ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି, ତାଙ୍କୁ ମନାଇବା ବିଭିନ୍ନ ପ୍ରକାର ଫନ୍ଦି ଫିକର କରିଥାନ୍ତି । ଏପରି କରୁ କରୁ ଏମିତି କିଛି କରିଯାଆନ୍ତି ଯାହା ଆପଣଙ୍କ ପାଇଁ ବହୁତ ହାନିକାରକ ହୋଇଥାଏ । ଯଦି ଆପଣ କାହାକୁ ଇମ୍ପ୍ରେସ କରିବାକୁ ଚାହୁଁଛନ୍ତି, କାହିଁ ଆପଣ ଏମିତି ଭୂଲ କରୁ ନାହାଁନ୍ତି ତ !

 ପଛରେ ପଡ଼ିଯିବା :

କେବେ ବି ଆପଣଙ୍କ ପ୍ରେମୀ ପଛରେ ହାତ ଧୋଇ କରି ପଡ଼ିଯାଆନ୍ତୁ ନାହିଁ । କାରଣ ଏହି କଥା ତାଙ୍କୁ ବହୁତ ଅସୁବିଧା ଦେଇପାରେ । ସେ ଆପଣଙ୍କ ଏପରି ବ୍ୟବହାରରେ ବିରକ୍ତ ହୋଇପାରନ୍ତି । ଏହାଦ୍ୱାରା ସେ ଆପଣଙ୍କ ନିକଟ ହେବା ଅପେକ୍ଷା ଦୂରେଇ ଯାଇପାରନ୍ତି । ତେଣୁ ତାଙ୍କୁ ଟିକେ ଟାଇମ ଦିଅନ୍ତୁ ।

ଖର୍ଚ୍ଚ କରିବା ପଡ଼ିପାରେ ଭାରି :

ଆପଣଙ୍କ ପ୍ରେମୀକୁ ଇମ୍ପ୍ରେସ କରିବା ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରନ୍ତୁ ନାହିଁ । ହୋଇପାରେ ଆପଣ ଏହା ଭାବି ପଇସା ଖର୍ଚ୍ଚ କରିବେ ଯେ ସେ ଆପଣଙ୍କ ପ୍ରେମରେ ପଡ଼ିଯିବେ । ହେଲେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ନାହିଁ ।

ନିଜକୁ ଭୂଲନ୍ତୁ ନାହିଁ :

ପ୍ରେମୀକୁ ଇମ୍ପ୍ରେସ କରିବା ପାଇଁ କେବେ ବି ନିଜକୁ ଭୂଳନ୍ତୁ ନାହିଁ । ଆପଣ ନିଜକୁ ହରାଇ ଯଦି କାହାକୁ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ବହୁତ ବଡ଼ ଭୂଲ କରିବାକୁ ଯାଉଛନ୍ତି । ଆପଣ ଯେମିତି ତ ସେମିତି ରହିବେ ତ ଆପଣଙ୍କ ପ୍ରେମୀ ଆପଣଙ୍କୁ ବେଶୀ ପସନ୍ଦ କରିବେ । ନିଜକୁ ବଦଳାଇ କେହି ପ୍ରେମକୁ ହାସିଲ କରି ପାରିନାହାଁନ୍ତି ।

କେବେ ପ୍ରେମୀଙ୍କ ସାଙ୍ଗ ସହ ଝଗଡ଼ା କରନ୍ତୁ ନାହିଁ :

ଯଦି ଆପଣ ଭାବୁଛନ୍ତି ଯେ ପ୍ରେମୀଙ୍କ ସାଙ୍ଗଙ୍କ ସହ ଝଗଡ଼ା କରି ଆପଣ ପ୍ରେମୀକୁ ପାଇଯିବେ । ଏପରି ଭୂଲ କରନ୍ତୁ ନାହିଁ । କାରଣ ସମସ୍ତଙ୍କ ସାଙ୍ଗ ସମସ୍ତଙ୍କ ପାଇଁ ବହୁତ ବଡ଼ ହୋଇଥାନ୍ତି । କେବେ ବି କାହାର ସାଙ୍ଗ ସହ ଝଗଡ଼ା କରି ନିଜର କ୍ଷତି କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣ ପ୍ରେମୀକୁ ହରାଇବେ ।

Leave A Reply

Your email address will not be published.