ବିବାହ ପରେ ଝିଅମାନେ ଭୁଲରେ ବି କରନ୍ତୁ ନାହିଁ ଏମିତି ଭୁଲ, ନଚେତ ସମ୍ପର୍କ ହୋଇଯିବ ଖରାପ

ବିବାହ ପରେ ମହିଳାମାନଙ୍କ ଜୀବନରେ କେତେକ ପରିବର୍ତ୍ତନ ଆସିଥାଏ | କେବେକେବେ ସାବଧାନତା ଅବଲମ୍ବନ କଲା ପରେ ମଧ୍ୟ ଏମାନଙ୍କ ଦ୍ୱାରା ଏମିତି ଛୋଟଛୋଟ ଭୁଲ ହୋଇଯାଏ, ଯାହା ବହୁତ ବଡ ଆକାର ଭୁଲ ହୋଇଯାଏ | ଏହି କାରଣରୁ ବୈବାହିକ ଜୀବନ ଖରାପ ହୋଇଯାଇଥାଏ |

ବିବାହ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଇଥାଏ କାରଣ ଏହାପରେ ଲୋକମାନଙ୍କ ଜୀବନରେ କେତେ ପ୍ରକାର ପରିବର୍ତ୍ତନ ଆସିଥାଏ |
ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଇ ଗତି କରିବାକୁ ପଡିଥାଏ | ସେମାନଙ୍କ ପାଇଁ ଏ ପରିବର୍ତ୍ତନ ବହୁତ ଚାଲେଞ୍ଜିଙ୍ଗ ହୋଇଥାଏ |

ନିଜ ଘରଦ୍ୱାର ଛାଡି ଏକ ନୂଆ ପରିବାର ମଧ୍ୟରେ ରହି ନୂଆ ଲୋକମାନଙ୍କ ପ୍ରତି ନୂଆ ଦାଇତ୍ୱ ତୁଲାଇବାକୁ ପଡିଥାଏ | ସବୁପ୍ରକାର ସାବଧାନତା ଅବଲମ୍ବନ କଲା ପରେ ମଧ୍ୟ ଝିଅମାନଙ୍କ ଦ୍ୱାରା ଏମିତି ଛୋଟଛୋଟ ଭୁଲ ହୋଇଯାଏ ,ଯାହା ଏକ ବଡ ରୂପ ନେଇଥାଏ | ତାପ୍ରତି ଯଦି ଧ୍ୟାନ ଦିଆ ନ ଯାଏ ତେବେ ଏହି ଭୁଲ ପାଇଁ ବୈବାହିକ ଜୀବନ ଖରାପ ହୋଇଯାଇଥଏ | ଆସନ୍ତୁ ଜାଣିବା ଏହି ଭୁଲଗୁଡିକ କଣ କଣ ??

ପ୍ରତ୍ୟକ କଥା ବାପ ଘରେ ଜଣାଇବା : ବିବାହ ପରେ ଶାଶୁଘର ପ୍ରତି ମହିଳାମାନଙ୍କର ଦାଇତ୍ୱ ବଢ଼ିଯାଇଥାଏ | ଶାଶୁ ଘରର ପ୍ରତ୍ୟକ ଛୋଟଛୋଟ କଥା ବାପଘରେ ସେୟାର କରିବା ଠିକ କଥା ନୁହେଁ | ଏହା ଦ୍ୱାରା ଖାଲି ଶାଶୁ ଶଶୁର ନୁହନ୍ତି ବରଂ ସ୍ୱାମୀଙ୍କ ସହିତ ସମ୍ପର୍କରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ | ଆପଣ ଙ୍କୁ ସତର୍କତାର ସହିତ ଠିକ କରିବାକୁ ପଡିବ ଯେ କେଉଁ କଥା ବାପ ଘରେ କହିବେ କେଉଁ କଥା ନୁହେଁ |

ପୁରୁଣା ଜୀବନ ଶୈଳୀରେ ପରିବର୍ତ୍ତନ ନ ଆଣିବା : ଆପଣ ୱାର୍କିଂ ମହିଳା ହୁଅନ୍ତୁ ବା ନ ହୁଅନ୍ତୁ କିନ୍ତୁ ବିବାହ ପରେ ଆପଣଙ୍କ ପୁରୁଣା ଜୀବନ ଶୈଳୀ ରେ କେତେକ ପରିବର୍ତ୍ତନ ଆଣିବାକୁ ପଡିଥାଏ | ବିବାହ ପରେ ନୂଆ ଘରର ସଦସ୍ୟମାନଙ୍କ ସହିତ ତାଳମେଳ ରଖିବାକୁ ହେଲେ ଆପଣଙ୍କୁ ନିଜର ପୁରୁଣା ରୁଟିନରେ କିଛି ପରିବର୍ତ୍ତନ ଆଣିବାକୁ ହୋଇଥାଏ | ନୂଆ ଏବଂ ପୁରୁଣା ଜୀବନ ଶୈଳୀରେ ସନ୍ତୁଳନ ରଖିବା ପାଇଁ ଆପଣଙ୍କ ବୁଦ୍ଧି ହିଁ କାମ ଦେଇଥାଏ |

ବ୍ୟକ୍ତିଗତ ସମୟକୁ ନ ବାଣ୍ଟିବା : ବିବାହ ପରେ ଆପଣଙ୍କୁ ନିଜର ବ୍ୟକ୍ତିଗତ ସମୟରୁ କିଛି ସମୟ ବାହାର କରି ନିଜର ସ୍ୱାମୀ ତଥା ଘରର ଅନ୍ୟ
ସଦସ୍ୟଙ୍କ ସହିତ ବାଣ୍ଟିବାକୁ ପଡିଥାଏ | ନିଜ ସମୟର ଏକ ନିର୍ଦିଷ୍ଟ ସୀମାରେଖା ଟାଣିବାକୁ ପଡିଥାଏ ଯାହାପୁର୍ବ ଅପେକ୍ଷା କମ ହୋଇଥାଏ ଏବଂ ଆପଣଙ୍କୁ ତାହା ଖୁସି ଖୁସି ଗ୍ରହଣ କରିବାକୁ ପଡିଥାଏ |

ସ୍ୱାମୀଙ୍କୁ ପରିବର୍ତ୍ତନ କରିବାର ଚେଷ୍ଟା : ପ୍ରାୟତଃ ମହିଳାମାନେ ଭୁଲି ଯାନ୍ତି ଯେ ତାଙ୍କ ସ୍ୱାମୀ କାହାର ପୁଅ ମଧ୍ୟ | ଆପଣ ନିଜର ସବୁକିଛି ଛାଡି ଆସିଥିଲେ ମଧ୍ୟ ଏହା ଭୁଲିଯିବା ଠିକ ନୁହେଁ ଯେ ଆପଣଙ୍କ ସ୍ୱାମୀ ପ୍ରଥମରୁ କାହାର ପୁଅ | ସେ ସବୁକିଛି କେବଳ ଆପଣଙ୍କ ପାଇଁ ଆପଣଙ୍କ ପସନ୍ଦ ଅନୁସାରେ ହିଁ କରିବେ, ଏ ଭରସା ରଖିବା ଆଦୌ ଉଚିତ ନୁହେଁ |

Leave A Reply

Your email address will not be published.