ଶାରୀରିକ ସମ୍ପର୍କ ବେଳେ ଏହି ବଦଭ୍ୟାସ ଯୋଗୁ ହୋଇପାରନ୍ତି HIV ର ଶିକାର, ଆଜି ହିଁ ଛାଡ଼ନ୍ତୁ

ଶାରୀରିକ ସମ୍ପର୍କ ବେଳେ ବେଳେ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ। ବେଳେବେଳେ ସତର୍କ ରହିବା ଜାଣିବା ପରେ ବି ଲୋକମାନେ ସେକ୍ସ କରିବା ବେଳେ ସାବଧାନ ରହିନଥାନ୍ତି। ଫଳରେ ପରେ ନାନା ସମସ୍ୟା ଦେଖାଦିଏ। ଏଣୁ ଯୌନ ସମ୍ପର୍କ ବେଳେ କି କି ସାବଧାନତା ଅବଲମ୍ବନ କରିବା ଉଚିତ ତାହା ଜାଣିବା ଜରୁରୀ ଓ କାମରେ ଲଗାଇବା ଉଚିତ। ନଚେତ୍‌ ଏହି ଅବହେଳା ଯୋଗୁ ଜୀବନ ବି ଚାଲିଯାଇପାରେ। ହ୍ୟୁମାନ ଇମ୍ୟୁନୋଡିଫିସିଏନ୍ସି ଭାଇରସ୍‌ ବା ଏଚ୍‌ଆଇଭି ଏକ ଏଭଳି ସଂକ୍ରମକ ଭାଇରସ ଯାହା ଦ୍ୱାରା ଗତ ତିନି ଦଶକ ମଧ୍ୟରେ ୨୫ ମିଲିୟନ୍‌ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଲାଣି। ବର୍ତ୍ତମାନ ଦୁନିଆରେ ପ୍ରାୟ ୩୩.୪ ମିଲିୟନ୍‌ ଲୋକ ଏଚ୍‌ଆଇଭି ସଂକ୍ରମିତ ହୋଇଛନ୍ତି। ଆସନ୍ତୁ ଜାଣିବା ଏଡ୍‌ସ୍‌ ହେବାର କାରଣ କ’ଣ…

HIV - Wikipedia

ଅସୁରକ୍ଷିତ ଯୌନ ସମ୍ବନ୍ଧ:

ଅସୁରକ୍ଷିତ ଯୌନ ସମ୍ପର୍କ ସମ୍ବନ୍ଧରେ ଅଧିକାଂଶ ଲୋକ ସତର୍କ ରହିନଥାନ୍ତି। ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଅସୁରକ୍ଷିତ ଯୌନ ସମ୍ବନ୍ଧ ଅର୍ଥାତ୍‌ ସେକ୍ସ ବେଳେ କଣ୍ଡୋମ୍‌ ବ୍ୟବହାର ନ କରିବା କିମ୍ବା ଅନ୍ୟ ସୁରକ୍ଷା ସାମଗ୍ରୀ ବ୍ୟବହାର ନ କରିବା। ଏହି ସାବଧାନତା ମଧ୍ୟରେ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ନ ରଖିବା ମଧ୍ୟ ସାମିଲ ଅଛି। ଅସୁରକ୍ଷିତ ଯୌନ ସମ୍ବନ୍ଧ ବେଳେ ଯୌନ ରୋଗ ଜଣଙ୍କ ଠାରୁ ଆଉ ଜଣଙ୍କୁ ସହଜରେ ବ୍ୟାପିଥାଏ।

First time in two decades, new HIV subtype found by genetic ...

ଏକାଧିକ ପାର୍ଟନରଙ୍କ ସହ ସେକ୍ସ କରିବା:

ଏକାଧିକ ମହିଳା କିମ୍ବା ଏକାଧିକ ପୁରୁଷଙ୍କ ସହ ସମ୍ପର୍କ ରଖିବା ଦ୍ୱାରା ମଧ୍ୟ ଯୌନ ରୋଗ ବ୍ୟାପେ। ଏକରୁ ଅଧିକ ପାର୍ଟନରଙ୍କ ସହ ଯୌନ ସମ୍ବନ୍ଧ ରଖିବା ଦ୍ୱାରା ଏଚ୍‌ଆଇଭି ସଂକ୍ରମଣର ଆଶଙ୍କା ଦୁଇ ଗୁଣ ବଢ଼ିଯାଏ। ଏଣୁ ସହବାସ ବେଳେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ।

Leave A Reply

Your email address will not be published.