ପିଲାମାନେ କଲେ ମା’ଙ୍କ ବିବାହ, ୧୫ ବର୍ଷ ପରେ ମହିଳା କଲେ ପୁନର୍ବିବାହ

ଆମେ ଏମିତି ଏକ ସମାଜରେ ବାସ କରୁଛେ ଯେଉଁଠି ମହିଳାଙ୍କ ସ୍ୱାଧୀନତା ପ୍ରତି ଖୁବ କମ ଲୋକେ ସଚେତନ ଥାଆନ୍ତି । ଅଧିକାଂଶ ମହିଳା ପୁରୁଷଙ୍କ ହାକିମ ତଳେ ଚାପି ହୋଇ ରହିଯାଇଥାନ୍ତି । ଠିକ୍‌ ଆଗରେ ବି ସ୍ୱର ଉତ୍ତୋଳନ କରି ପାରିନଥାନ୍ତି । ଆଜି ଏମିତି ଜଣେ ନାରୀଙ୍କ ଜୀବନ କାହାଣୀ ବିଷୟରେ ଜାଣିବା ଯିଏ ଖୁବ କମ ବୟସରୁ ବିବାହ ହୋଇ ନିଜର ପରିବାର ବସାଇଥିଲେ ମଧ୍ୟ ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ବିବାହ କରିଛନ୍ତି । ତାହା ପୁଣି ତାଙ୍କ ପିଲାମାନଙ୍କ ଦ୍ୱାରା ସମ୍ପାଦିତ ହୋଇଛି । ଅର୍ଥାତ ପିଲାମାନେ ମିଶି ମା’ଙ୍କର ବିବାହ କରାଇଛନ୍ତି । ଏହି ମହିଳାଙ୍କ ନାମ ହେଉଛି ସୋନି ସୋମାନୀ ।

SOMANI
p.c : navbharattimes.indiatimes.com

ମାତ୍ର ୧୭ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । ୧୮ ବର୍ଷରେ ତାଙ୍କର ଏକ ଝିଅ ଶ୍ରେୟା ଜନ୍ମ ନେଲେ । କିଛି ବର୍ଷ ପରେ ପୁଣି ଏକ ପୁଅ ସମୀର । ସୋନିଙ୍କ ସ୍ୱାମୀ ତାଙ୍କ ସହ ବହୁତ ଖରାପ ବ୍ୟବହାର କରୁଥିଲେ । ଏମିତି କି ସୋନିଙ୍କୁ ମାରଧର କରୁଥିଲେ । ପିଲାମାନେ ଟିକେ ବୁଝିଲା ବୟସକୁ ଆସିବା ପରେ ମା’ଙ୍କ ଏପରି ଅବସ୍ଥା ଦେଖି ସର୍ବଦା ମା’ଙ୍କ ପାଖେ ପାଖେ ରହୁଥିଲେ । ଯେମିତି କି ବାପା ମା’କୁ ନମାରନ୍ତି । ଏଥିପାଇଁ ପିଲାଙ୍କୁ ସ୍କୁଲ ମଧ୍ୟ ବନ୍ଦ କରିବାକୁ ପଡ଼ୁଥିଲା । ଏପରି ଘଟଣା ପ୍ରତି ଦିନ ଘଟିବାକୁ ଲାଗିଲା ।

SOMANI
p.c : navbharattimes.indiatimes.com

ସୋମାନି ନିଜ ଘର ଲୋକଙ୍କୁ କହିବାରୁ ଘର ଲୋକେ ମଧ୍ୟ ଆଡଜଷ୍ଟ କରିବାକୁ କହି ଚୁପ ରହିଲେ । ଶେଷରେ ସୋମାନି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍ୱାମୀଙ୍କୁ ତଲାକ ଦେଲେ । ନିଜେ ଯାଇ ଏକ କଲ ସେଣ୍ଟରରେ କାମ ମଧ୍ୟ କଲେ ଓ ପିଲାଙ୍କୁ ପାଠ ପଢ଼ାଇଲେ । ବଡ଼ ଝିଅ ଦ୍ୱାଦଶ ପଢ଼ୁଥିବା ବେଳେ ନିଜେ ସୋମାନି ମଧ୍ୟ ବିଏ ଶେଷ କଲେ । ଏହାପରେ ଏମବିଏ କଲେ ଓ ଏକ କମ୍ପାନିରେ ପ୍ରଡକ୍ଟ ମ୍ୟାନେଜର ମଧ୍ୟ ହେଲେ ।

ଏହି ସମୟରେ ତାଙ୍କର କାଏ ନାମକ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ହୋଇଗଲା । ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହି କଥା ପିଲାମାନେ ଜାଣିବା ପରେ ନିଜ ମା’ଙ୍କ ବିବାହ କରାଇବାକୁ ନିଷ୍ପତ୍ତି ନେଲେ । ବଡ଼ ଝିଅ ଶ୍ରେୟା ମା’ଙ୍କ ମେହେନ୍ଦୀ କରୁଥିବାର ଫଟୋ ଖୁବ ଭାଇରାଲ ହୋଇଛି । ଏବେ ପିଲାଙ୍କ ସହ ମା’ ପୁରା ପରିବାର ଖୁବ୍‌ ଖୁସିରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.