ରିଲେସନସିପ

ବୈବାହିକ ଜୀବନରେ କିଏ ଦିଏ ଅଧିକ ଧୋକା? ସ୍ୱାମୀ ନା’ ସ୍ତ୍ରୀ, ସର୍ଭେରେ ହେଲା ଖୁଲାସା

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କ ଠାରୁ ଭିନ୍ନ ହୋଇଥାଏ। ଏହି ସମ୍ପର୍କର ମୂଳଦୂଆ ବିଶ୍ୱାସ ଉପରେ ଗଢ଼ି ଉଠିଥାଏ। ପରସ୍ପର ପ୍ରତି ବିଶ୍ୱାସ ହିଁ ସମ୍ପର୍କକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ। କିନ୍ତୁ ଯଦି ଏହି ସମ୍ପର୍କରେ କେବେ ଫାଟ ସୃଷ୍ଟି ହୁଏ ତେବେ ସବୁ କିଛି ସରିଯାଏ କହିଲେ ଚଳେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳିତକରାଳ, ଝଗଡ଼ା ଆଦି ବିଶୃଙ୍ଖଳା ଦେଖାଦେଲେ ପରସ୍ପର ପ୍ରତି ଥିବା ଭଲ ପାଇବା କମିଯାଏ। ଯାହାର ସୁଯୋଗ ନେଇ ତୃତୀୟ ବ୍ୟକ୍ତି ଅନୁପ୍ରବେଶ କରିଥା’ ନ୍ତି।

ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୫୫ ପ୍ରତିଶତ ଭାରତୀୟ ମହିଳା ନିଜ ସ୍ୱାମୀଙ୍କୁ କମ୍‌ ସେ କମ୍‌ ଥରେ ଧୋକା ଦେଇଥାନ୍ତି। ଏହି ଖୁଲାସା ଭାରତର ପ୍ରଥମ ଏକ୍ଟ୍ରାମ୍ୟାରିଟାଲ ଡେଟିଂ ଆପ୍‌ ଗ୍ଲୀଡେନ୍‌ରେ ହୋଇଛି। ଏହି ରିପୋର୍ଟ ମୁତାବକ ଧୋକା ଦେବା ମାମଲାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ। ୫୬ ପ୍ରତିଶତ ମହିଳା ଏହାକୁ ସ୍ୱୀକାର ମଧ୍ୟ କରିଛନ୍ତି।

୪୮ ପ୍ରତିଶତ ଭାରତୀୟ ସ୍ୱୀକାର କରିଛନ୍ତି ଯେ ଗୋଟିଏ ସମୟରେ ଦୁଇ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିବା ସମ୍ଭବ। ସେହିପରି ୪୬ ପ୍ରତିଶତ ମହିଳା କହିଛନ୍ତି ଯେ ପ୍ରେମ କରୁଥିବା ଲୋକଙ୍କୁ ଧୋକା ଦେବା ଅତି ସହଜ। ସମ୍ଭବତଃ ଏହି କାରଣରୁ ମହିଳାମାନେ ନିଜ ସ୍ୱାମୀ ଆଉ କାହା ସହ ସମ୍ପର୍କ ରଖିଥିବା ଜାଣିଲେ ମଧ୍ୟ ସହଜରେ କ୍ଷମା କରି ଦିଅନ୍ତି।

୭ ପ୍ରତିଶତ ମହିଳା କିଛି ନ ଭାବି ନ ଚିନ୍ତି ସାଥୀଙ୍କୁ କ୍ଷମା କରିଦିଅନ୍ତି। ସେହିପରି ୪୦ ପ୍ରତିଶତ ମହିଳା ସ୍ଥିତି ସାଧାରଣ ହେବା ପରେ ସ୍ୱାମୀଙ୍କୁ କ୍ଷମା କରିଦେଇଥାନ୍ତି। ସେହିପରି ୬୯ ପ୍ରତିଶତ ଚାହାଁନ୍ତି ଯେ ତାଙ୍କ ସାଥୀ ତାଙ୍କୁ କ୍ଷମା କରି ଦିଅନ୍ତୁ। ଏହି ରିସର୍ଚ୍ଚ ୨୫ରୁ ୫୦ ବର୍ଷ ବୟସ୍କ ୧୫୨୫ ଜଣ ଲୋକଙ୍କୁ ନେଇ କରାଯାଇଥିଲା। ଏଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ପୁଣେ, କୋଲକାତା ଓ ଅହମ୍ମଦାବାଦର ମହିଳାମାନେ ସାମିଲ ହୋଇଥିଲେ।

ବିଶ୍ୱାସ ଘାତକତା କରିବାରେ ଭାରତୀୟ ମହିଳା ପୁରୁଷଙ୍କ ତୁଳନାରେ ଆଗରେ ଅଛନ୍ତି। ୪୧ ପ୍ରତିଶତ ସ୍ୱୀକାର କରିଛନ୍ତି ଯେ ସେମାନେ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥାନ୍ତି। କିନ୍ତୁ ମାତ୍ର ୨୬ ପ୍ରତିଶତ ପୁରୁଷ ଏଭଳି କରୁଥିବା ଜଣାଯାଇଛି। ଅନ୍ୟପଟେ ୫୩ ପ୍ରତିଶତ ମହିଳା ଓ ୪୩ ପ୍ରତିଶତ ପୁରୁଷ କହିଛନ୍ତି ଯେ ବିବାହ ପୂର୍ବରୁ ସେମାନେ ଶାରୀରିକ ସମ୍ପର୍କ ରଖିସାରିଛନ୍ତି।

WCW 11

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

14 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

28 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

39 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

50 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago