ରିଲେସନସିପ

ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ବ୍ୟାପେ ହର୍ପିସ୍‌, ଜାଣନ୍ତୁ ଏହି ରୋଗ ହେଲେ ଶରୀରରେ ଦେଖାଯାଏ କି କି ଲକ୍ଷଣ

ଅସୁରକ୍ଷିତ ଯୌନ ସମ୍ପର୍କ ନିଜ ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆଣିଥାଏ। ସାଧାରଣତଃ ଲୋକଙ୍କର ଧାରଣା ରହିଛି ଯେ ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ଏଡ୍‌ସ ହୋଇଥାଏ। କିନ୍ତୁ ତାହା ଅଧା ସତ। ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ଏଡ୍‌ସ ସହ ହର୍ପିସ୍‌ ନାମକ ରୋଗ ମଧ୍ୟ ହୋଇଥାଏ। ଏହା ଏକ ମାରାତ୍ମକ ଚର୍ମ ରୋଗ। ଏହି ରୋଗରେ ସଂକ୍ରମିତ ହୋଇଥିବା ରୋଗୀର ପ୍ରାଇଭେର୍ଟ ପାର୍ଟ ସମେତ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ବ୍ରଣ ଭଳି ଛୋଟ ଛୋଟ ଫଳିଯାଏ। ଧୀରେ ଧୀରେ ଏଥିରେ ପାଣି ଜମି ଏହା ବଡ଼ ହୁଏ ଓ ଫାଟିଯାଏ। ଏହି ବିଷାକ୍ତ ପାଣି ଶରୀରର ଅନ୍ୟ ଅଙ୍ଗରେ ଲାଗିଲେ ସେଠାରେ ମଧ୍ୟ ସେଭଳି ଦାନା ଦାନା ଫଳେ। କ୍ରମଶଃ ଏହା ସାରା ଶରୀରକୁ ବ୍ୟାପିଯାଏ। ଥରେ ହର୍ପିସ ସମସ୍ୟା ଶରୀରରେ ଦେଖାଦେଲେ ଏହା ସମ୍ପୂର୍ଣ୍ଣ ଭାବେ ଭଲ ହୁଏ ନାହିଁ। ଏହି ସମସ୍ୟା ଦେଖାଦେଲେ ଶରୀରରେ ଆହୁରି ଅନେକ ଲକ୍ଷଣ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ହର୍ପିସ୍‌ର ଲକ୍ଷଣ…

ହର୍ପିସ୍‌ର ପ୍ରଥମ ଲକ୍ଷଣ ହେଉଛି ଶରୀରରେ ଦାନା ହୋଇ ଫଳିଯିବା। ସାଧାରଣତଃ ଲୋକମାନେ ଏହାକୁ ଆଲର୍ଜି ଭାବି ଅଣଦେଖା କରିଥାନ୍ତି। କିନ୍ତୁ ହର୍ପିସ୍‌ରେ ଫଳିଥିବା ଦାନାରେ ପାଣି ଜମିଯାଏ। ଏହା ପ୍ରାଇଭେର୍ଟ ପାର୍ଟ ସମେତ ଅନ୍ୟ ଅଙ୍ଗରେ ମଧ୍ୟ ହୋଇଥାଏ। କ୍ରମେ ଏହାର ଆକାର ବୃଦ୍ଧି ପାଏ।

ହର୍ପିସ୍‌ରେ ଦାନା ହେବା ସହ ପ୍ରବଳ କୁଣ୍ଡେଇ ମଧ୍ୟ ହୋଇଥାଏ। ଏହି ରୋଗ ହେଲେ ଶରୀରର ଯୋନି, ଯୌନାଙ୍ଗ, ଗର୍ଭାଶୟ ଗ୍ରୀବା, ଲିଙ୍ଗ, ଜଙ୍ଘ ଭିତର ପାର୍ଶ୍ୱ ଆଦି ଭୟଙ୍କର ଭାବେ ସଂକ୍ରମିତ ହୋଇଥାଏ।

ଏହି ଘା’ ସଂସ୍ପର୍ଶରେ ପାଣି କିମ୍ବା ପରିସ୍ରା ଆସିିଲେ ପ୍ରବଳ ଜ୍ୱଳନ ହୁଏ। ଏହା ଏତେ ଜୋରରେ ପୋଡ଼ା ହୁଏ ଯେ ବ୍ୟକ୍ତି ଛଟପଟ ହୋଇଯାଏ। ଏହି ସମସ୍ୟା ଥିଲେ ପୀଡ଼ିତଙ୍କୁ ଆଣ୍ଠୁଗଣ୍ଠି ପୀଡ଼ା, ମୁଣ୍ଡ ବିନ୍ଧା ଓ ଥକାପଣ ଆଦି ଅନୁଭୂତ ହୋଇଥାଏ।

ଯଦି ଏସ୍‌ଏସ୍‌ବି-୨ ଯୋଗୁ ହର୍ପିସ୍‌ ହୋଇଥାଏ ତେବେ ରୋଗୀଙ୍କୁ ଫ୍ଲୁ ଭଳି ଲକ୍ଷଣ ନଜର ଆସିପାରେ। ଯଥା: ଶ୍ରୋଣୀଗ୍ରନ୍ଥି, ବେକ ଓ ଅଣ୍ଡରଆର୍ମ ତଳେ ସିଝିଯିବା, ଜ୍ୱର, ଥଣ୍ଡା ଲାଗିବା ଭଳି ସମସ୍ୟା ଦେଖାଦିଏ।

ହର୍ପିସ୍‌ ଏକ ଏଭଳି ରୋଗ ଯାହା ସମ୍ପୂର୍ଣ୍ଣ ଭଲ ହୋଇନଥାଏ। ଜୀବନସାରା ଏହି ରୋଗ ଶରୀରରେ ରହିଥାଏ। ଏଣୁ ସଂକ୍ରମିତ ସ୍ଥାନର ଅଧିକ ଯତ୍ନ ନେବା ଆବଶ୍ୟକ।

ବି.ଦ୍ର: ଏହି ଲେଖାଟି ସମ୍ପୂର୍ଣ୍ଣ ସୂଚନାଭିତ୍ତିକ, ବିଶେଷଜ୍ଞଙ୍କ ସୂଚନା ଆଧାରରେ ଏହା ବର୍ଣ୍ଣନା କରାଯାଇଛି। ଅବଶ୍ୟ ଏହା ମଧ୍ୟ ସତ ଯେ ବିଭିନ୍ନ କାରଣରୁ ହର୍ପିସ୍‌ ହୋଇଥାଏ। ଆମେ କେବଳ ଗୋଟିଏ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ।

WCW 11

Recent Posts

ମାଲକାନଗିରିରେ ତାଣ୍ଡବ ରଚିଲା କାଳବୈଶାଖୀ: ଘରେ ପଶିଲା ପାଣି, ଭାଙ୍ଗିଲା ଚାଳ ଛପର

ମାଲକାନଗରି (କେନ୍ୟୁଜ): କାଳବୈଶାଖୀ ତାଣ୍ଡବ ।  ମାଲକାନଗରି ସଦର ମହକୁମାରେ ତାଣ୍ଡବ ରଚିଛି କାଳବୈଶାଖୀ ।  ବର୍ଷା ପ୍ରଭାବରେ ବାଲି…

3 mins ago

ପେଟ୍ରୋଲ ଓ ଡିଜେଲ ଦର ସ୍ଥିର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତେଲ ରେଟ

ଭୁବନେଶ୍ୱରରେ ସ୍ଥିର ଅଛି ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି…

16 mins ago

କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

31 mins ago

ପରାଜିତ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇଲେ ନବୀନ, ବୈଠକରେ ଆଗାମୀ ରଣନୀତି ସଂପର୍କରେ କଲେ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ମନୋବଳ ବଢ଼ାଇଲେ ନବୀନ । ଦଳୀୟ ନେତାଙ୍କ ମନୋବଳ ସୁଦୃଢ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ…

51 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ପାକିସ୍ତାନକୁ ୫ ରନ୍ ରେ ହରାଇଲା ଆମେରିକା

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବଡ଼ ବିପର୍ଯ୍ୟୟ । ପାକିସ୍ତାନକୁ ହରାଇଲା ଆମେରିକା । ପାକିସ୍ତାନକୁ ୫ ରନ୍ ରେ ହରାଇଲା…

1 hour ago

ଆଜି ଏନଡିଏ ସାଂସଦଙ୍କ ବୈଠକ, ସାମିଲ ହେବେ ଓଡ଼ିଶା ନବନିର୍ବାଚିତ ୨୦ ସାଂସଦ

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ଏନଡିଏ ନେତାଙ୍କ…

1 hour ago