ଆପଣଙ୍କ ଏହି କାର୍ଯ୍ୟକଳାପ ସମ୍ପର୍କରେ ସୃଷ୍ଟି କରିପାରେ ସନ୍ଦେହର ବାତାବରଣ, ଜାଣନ୍ତୁ

ବିବାହର ପ୍ରଥମ ଦିନଗୁଡ଼ିକରେ ପ୍ରାୟତଃ ପତିପତ୍ନୀ ନିଜର ପାର୍ଟନରଙ୍କ ସାମ୍ନାରେ ନିଜ ପଜେଟିଭ ଗୁଣଗୁଡ଼ିକୁ ରଖିଥାନ୍ତି | ଏବଂ ଏହି କାରଣରୁ ସେମାନଙ୍କ ଭିତରେ ପଜେଟିଭିଟି ବନି ରହିଥାଏ | ସମ୍ପର୍କରେ ମଧୁରତା ରହିଥିବା କାରଣରୁ ପ୍ରେମ ମଧ୍ୟ ବହୁତ ରହିଥାଏ | କିନ୍ତୁ ଯେତେ ଯେତେ ସମ୍ପର୍କ ପୁରୁଣା ହୋଇଚାଲେ ଯେଉଁ କଥାସବୁ ସାମ୍ନାକୁ ଆସେ ଯାହା ପାର୍ଟନରଙ୍କୁ ଜଣାଇବାକୁ ବିଲକୁଲ ଚାହିଁ ନଥିଲେ |

ହେଲେ ଏହି କାରଣରୁ ସେମାନଙ୍କ ଭିତରେ ଝଗଡା ,ଯୁକ୍ତିତର୍କ ବା ନାରାଜ ଭରା ବାତାବରଣ ସୃଷ୍ଟି ହୋଇଥାଏ | ସମ୍ପର୍କ ପୁରୁଣା ହେବା ପରେ କେବେକେବେ ପାର୍ଟନର ଜଣେ ଅନ୍ୟଜଣଙ୍କ ଉପରେ ସନ୍ଦେହ ମଧ୍ୟ କରିଥାନ୍ତି | ସନ୍ଦେହର କାରଣ କିଛି ବି ହୋଇପାରେ | କିନ୍ତୁ ଲୋକଙ୍କ ଅଭ୍ୟାସ ମଧ୍ୟ ଏହା ପଛରେ ବଡ କାରଣ ହୋଇଥାଏ |ଲୋକ ଏହି ଅଭ୍ୟାସକୁ ବ୍ୟବହାରରେ ପରିଣତ କରିଦେଇଥାନ୍ତି |

ସମୟ ନ ଦେବା –  ପତି- ପତ୍ନୀଙ୍କ ଭିତରେ ଯଦି ଏ ସମସ୍ୟା ଅଛି ତାହେଲେ ଏ ମଧ୍ୟ ସମସ୍ୟାର କାରଣ ହୋଇପାରେ | ପ୍ରାୟତ ଲୋକମାନେ ବ୍ୟସ୍ତତା ବା ଅନ୍ୟ କୌଣସି କାରଣରୁ ପାର୍ଟନରଙ୍କୁ ସମୟ ଦେଇ ପାରନ୍ତି ନାହିଁ | କିନ୍ତୁ ଆପଣଙ୍କୁ କହି ଦେଉଛୁ କି ଏହା ସମ୍ପର୍କରେ ସନ୍ଦେହ ସୃଷ୍ଟି କରିପାରେ |

ଘରଠାରୁ ବାହାରେ ରହିବା – ଏମିତି ବି ହୋଇଥାଏ କି ପାର୍ଟନରଙ୍କ ମଧ୍ୟରେ ମତଭେଦ ହେଲେ ସେମାନେ ପ୍ରାୟ ଘରଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତି | ଏବଂ ଏହି ଅଭ୍ୟାସକୁ ବ୍ୟବହାର ଭାବରେ ଆପଣେଇ ନିଅନ୍ତି | ଏମିତି ଘଟଣାରେ ଯେଉଁ ପାର୍ଟନର ଘରେ ରହିଥାନ୍ତି ସେ ନିଜର ଜୀବନ ସାଥି କୁ ସନ୍ଦେହ କରିବାକୁ ଆରମ୍ଭ କରିଥାଏ |

ବିରକ୍ତ ରହିବା – ଝଗଡା କିମ୍ବା ଯୁକ୍ତିତର୍କ କାରଣରୁ ପାର୍ଟନର୍ସ ନିଜ ନିଜ ଭିତରେ ବିରକ୍ତ ରହିବାକୁ ଲାଗନ୍ତି | ତେଣୁ ସମ୍ପର୍କରେ ଚିଡଚିଡା ପଣ ବି ସନ୍ଦେହର କାରଣ ହୋଇଥାଏ |

ଫୋନ ର ଇନସିକ୍ୟୁରିଟି – ଏହି ଡିଜିଟାଲ ଯୁଗରେ ଲୋକେ ସ୍ମାର୍ଟ ଫୋନରେ ଏତେ ବ୍ୟସ୍ତ ରହନ୍ତି କି ନିଜର ପର୍ସନଲ ଲାଇଫ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ | କେବେ କେବେ ସମ୍ପର୍କରେ ଲୋକେ ପାର୍ଟନର ଠାରୁ ନିଜର ଫୋନକୁ ଲୁଚାଇ ରଖନ୍ତି | କିନ୍ତୁ ଏହା ସନ୍ଦେହର ସବୁଠାରୁ ବଡ କାରଣ ହୋଇଥାଏ |

ମିଛ କହିବା – ଯଦି ଲାଇଫ ପାର୍ଟନରକୁ ମିଛ କୁହାଯାଏ ଏବଂ ସେ କଥାର ସତ୍ୟତା ତାଙ୍କ ସାମ୍ନାକୁ ଆସିଯାଏ ତଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ | ଧୀରେ ଧୀରେ ଭରସା କମିବାକୁ ଲାଗିଥାଏ ଏବଂ କୌଣସି ପରିସ୍ଥିତିରେ ଆପଣ ସତ କହିଲେ ମଧ୍ୟ ତାହା ମିଛ ହିଁ ଲାଗିଥାଏ | ବରଂ ଠିକ ହେବ ପ୍ରଥମରୁ ହିଁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ଓ ନିଜକୁ ମିଛ କହିବା ଅଭ୍ୟାସରୁ ଦୁରେଇ ରଖନ୍ତୁ |

Leave A Reply

Your email address will not be published.