ରିଲେସନସିପ ଟିପ୍ସ : ଏହି ୪ ସଂକେତ କହିଥାଏ ଆପଣଙ୍କ ପାର୍ଟନର ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ମଧ୍ୟ

ଯଦି ପାର୍ଟନର ଆପଣଙ୍କ ସବୁଠୁ ବଡ଼ ଫ୍ରେଣ୍ଡ ହୋଇ ଯାଆନ୍ତି ତେବେ ଏହାଠାରୁ ବଡ଼ ଆଉ କିଛି ହୋଇନପାରେ । ଏହଦ୍ୱାରା କେବଳ ଆପଣଙ୍କ ଲଭ ଲାଇଫ ଭଲ ହୋଇ ନଥାଏ ବରଂ ଆପଣ ଅଧିକ ପ୍ରେମ ଓ ସୁଖଦ ଅନୁଭବ କରିଥାନ୍ତି । ତେବେ ସବୁ ସମ୍ପର୍କରେ ଏହା ସମ୍ଭବ ହୋଇନଥାଏ । ଅଧିକାଂଶ ସମୟରେ ଆପଣ ପାର୍ଟନରକୁ ପ୍ରେମ ତ କରନ୍ତି ତେବେ କିଛି ଖାସ କଥା ତାଙ୍କ ସହ ସେୟାର କରିବାରୁ ବଂଚିତ ହୋଇଥାନ୍ତି । ଯଦି ଆପଣଙ୍କ ସମ୍ପର୍କରେ ଏହି ୪ କଥା ଥାଏ ତେବେ ଜାଣି ନିଅନ୍ତୁ ଯେ ଆପଣ ସବୁଠୁ ଭାଗ୍ୟବାନ ବ୍ୟକ୍ତି ଓ ଆପଣଙ୍କ ପାର୍ଟନର ଆପଣଙ୍କ ସବୁଠୁ ଭଲ ବନ୍ଧୁ ।

ସବୁ ବିଷୟରେ ଆଲୋଚନା କରିବା : ଆପଣଙ୍କ ସମ୍ପର୍କ ବିଷୟରେ ହେଉ ବା କାମ ବିଷୟରେ ହେଉ ଯଦି ଆପଣ ସବୁ କଥା ଆପଣଙ୍କ ପାର୍ଟନରଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରି ପାରୁଛନ୍ତି ତେବେ ଆପଣଙ୍କ ସମ୍ପର୍କ ବହୁତ ଭଲ ଓ ମଜବୁତ । ଯଦି ଆପଣଙ୍କୁ ଡର ନାହିଁ ଯେ ପାର୍ଟନର କ’ଣ ଭାବିବେ ତେବେ ଜାଣିନିଅନ୍ତୁ ସେ ଆପଣଙ୍କର ସବୁଠୁ ଭଲ ସାଙ୍ଗ ।

ଆପଣଙ୍କ ସବୁ ଅସୁବିଧା ସମାଧାନ କରନ୍ତି ଯଦି : ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ସବୁ କଥା ଧୈର୍ଯ୍ୟର ସହ ଶୁଣନ୍ତି ଓ ସେହି ଅସୁବିଧାର ସମାଧାନ କରନ୍ତି । ତେବେ ସେ ଆପଣଙ୍କର କେବଳ ପାର୍ଟନର ନୁହଁନ୍ତି ସବୁଠୁ ବଡ ବନ୍ଧୁ ମଧ୍ୟ ।

ପ୍ରୋତ୍ସାହିତ କରନ୍ତି : ଯଦି ଆପଣଙ୍କ ପାର୍ଟନର ଜିନିଷର ମୂଲ୍ୟକୁ ନଦେଖି ଆପଣଙ୍କୁ ପ୍ରୋତ୍ସାହିତ କରନ୍ତି ଓ ଗାଇଡ କରନ୍ତି ତେବେ ସେ ପାର୍ଟନର ସହିତ ଜଣେ ଭଲ ବନ୍ଧୁ ମଧ୍ୟ ହୋଇଥାନ୍ତି । ଆପଣଙ୍କ ପ୍ରେମ ସହ ତାଙ୍କୁ ପ୍ରୋତ୍ସାହନ ମଧ୍ୟ ମିଳିଥାଏ ।

ବନ୍ଧୁଙ୍କ ଭଳି ଅନୁଭବ କରିବାକୁ ଦିଅନ୍ତି : ଯଦି ଆପଣ ଦୀର୍ଘ ସମୟ ଧରି ଆପଣଙ୍କ ବନ୍ଧୁଙ୍କୁ ଅନୁଭବ ନକରନ୍ତି ତେବେ ନିଶ୍ଚିତ ରୂପେ ଏହି ଅଭାବ ଆପଣଙ୍କ ପାର୍ଟନର ପୂରଣ କରିଦେଉଥିବେ ।ତେବେ ଆପଣଙ୍କ ପାର୍ଟନର ମଧ୍ୟ ଆପଣଙ୍କ ଜଣେ ଭଲ ବନ୍ଧୁ । ଏହା ଅର୍ଥ ନୁହେଁ ଯେ ଆପଣ ବନ୍ଧୁଙ୍କ ସହ ସମ୍ପର୍କ ବନ୍ଦ କରିଦେବେ । ହେଲେ ଆପଣଙ୍କ ପାର୍ଟନର ଆପଣଙ୍କର ଜଣେ ଭଲ ବନ୍ଧୁ ବୋଲି ଜାଣି ଖୁସି ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.