ରିଲେସନସିପ

ଘରେ ବଢ଼ିଲା ଶାଳୀ ଥିଲେ ଏହି ୫ଟି କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ, ନଚେତ୍‌ ପରେ ଅସୁବିଧାରେ ପଡ଼ିପାରନ୍ତି

ବିବାହ ପରେ କେବଳ ମହିଳା ନୁହେଁ ପୁରୁଷମାନଙ୍କୁ ମଧ୍ୟ ଶ୍ୱଶୁର ଘର ଲୋକଙ୍କ ସହ ଖୁବ୍‌ ସାବଧାନତାର ସହ ମିଶିବାକୁ ପଡ଼ିଥାଏ। ନଚେତ୍‌ ଗୋଟେ ଛୋଟ କଥା ବି ସମ୍ପର୍କକୁ ବିଗାଡ଼ି ଦେଇପାରେ। ଥରେ ଯଦି କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଗଲା ତେବେ ସାରା ଜୀବନ ସମ୍ପର୍କରେ ପୂର୍ବ ଭଳି ମଧୁରତା ଆସିନଥାଏ। ଏଣୁ ଶ୍ୱଶୁର ଘରେ ଭାବିଚିନ୍ତି ମିଶିବା ଉଚିତ। ଖାସ୍‌ କରି ପତ୍ନୀଙ୍କ ବଢ଼ିଲା ଭଉଣୀଙ୍କୁ ନେଇ ଅଧିକ ସାବଧାନତା ଅବଲମ୍ବନ କରିବା ଜରୁରୀ। କାରଣ ଅନ୍ୟ ସମ୍ପର୍କ ଅପେକ୍ଷା ଏହି ସମ୍ପର୍କ ସବୁଠାରୁ ଅଧିକ ସେନ୍‌ସେଟିଭ୍‌ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଏଭଳି ୫ଟି କଥା, ଯାହା ଶାଳୀ ଓ ଭିଣୋଇଙ୍କ ସମ୍ପର୍କର ଗାରିମା ବଜାୟ ରଖିଥାଏ…

ଦୂରତା ରକ୍ଷା କରନ୍ତୁ:

ଶାଳୀଙ୍କ ଠାରୁ ଶାରୀରିକ ଭାବେ ଦୂରତା ରକ୍ଷା କରନ୍ତୁ। ଆପଣଙ୍କ ମନରେ ସେଭଳି କିଛି ଭାବନା ନ ଥିଲେ ମଧ୍ୟ ଦୂରତା ବଜାୟ ରଖିବା ଜରୁରୀ। କାରଣ ସେ ଜଣେ ୟଙ୍ଗ ଲେଡି ଏଣୁ ଆପଣ ନିକଟତର ହେଲେ ସେ ଅନ୍‌କମ୍‌ଫଟ୍‌ ଫିଲ୍‌ କରିପାରନ୍ତି। ଶାଳୀଙ୍କ ସହ ଅଧିକ ମିଶିବା ବାହାରକୁ ମଧ୍ୟ ଅସୁନ୍ଦର ଲାଗିପାରେ।

ମଜାରେ ବି ସୀମା ଲଂଘନ୍ତୁ ନାହିଁ:

ପତ୍ନୀ କିମ୍ବା ଶ୍ୱଶୁର ଘରର ଅନ୍ୟ ସଦସ୍ୟଙ୍କ ସହ ମଜାକ୍‌ କରନ୍ତୁ ଠିକ୍‌ ଅଛି। କିନ୍ତୁ ଶାଳୀଙ୍କ ସହ ମଜାକ୍‌ କରିବା ପୂର୍ବରୁ ୧୦ ଥର ଚିନ୍ତା କରନ୍ତୁ। ଆପଣଙ୍କ ସମ୍ପର୍କ ଯେତେ ବି ଭଲ ହେଇଥାଉ ନା’ କାହିଁକି ଚିଡ଼ାଇବା ବେଳେ ସୀମା ଲଂଘନ୍ତୁ ନାହିଁ। ଏହା ଦ୍ୱାରା ଶାଳୀଙ୍କର ଆପଣଙ୍କ ପ୍ରତି ଖରାପ ମନୋଭାବ ସୃଷ୍ଟି ହୋଇପାରେ।

ଆପଣ ଭିଣୋଇ, ଭାଇ ନୁହେଁ ଏଣୁ ପର୍ସନାଲ ଲାଇଫ୍‌ରେ ବେଶୀ ପଶନ୍ତୁ ନାହିଁ:

ଆପଣ ଶାଳୀଙ୍କୁ ଭଉଣୀ ଭଳି ଦେଖୁଥିଲେ ମଧ୍ୟ ପ୍ରକୃତରେ ଆପଣ ତାଙ୍କ ଭାଇ ନୁହେଁ। ଏଣୁ ଶାଳୀଙ୍କ ପର୍ସନାଲ ଲାଇଫ୍‌ରେ ଅଧିକ ପଶନ୍ତୁ ନାହିଁ। ଆପଣ ପତ୍ନୀଙ୍କ ସହ ଶାଳୀଙ୍କ ବିଷୟରେ କଥା ବାର୍ତ୍ତା ହୋଇପାରନ୍ତି କିନ୍ତୁ ସିଧାସଳଖ ତାଙ୍କୁ କୌଣସି ବିଷୟରେ କୁହନ୍ତୁ ନାହିଁ। ଏହା ଦ୍ୱାରା ସମ୍ପର୍କ ଖରାପ ହୋଇପାରେ।

ପତ୍ନୀଙ୍କୁ ମଝିରେ ରଖନ୍ତୁ:

ଶାଳୀଙ୍କ ବିଷୟରେ ଯଦି କିଛି ଶୁଣୁଛନ୍ତି ତେବେ ସିଧାସଳଖ ତାଙ୍କୁ ନ ପଚାରି ପତ୍ନୀଙ୍କ ମାଧ୍ୟମରେ ପଚାରନ୍ତୁ। ଏହା ଦ୍ୱାରା ସମ୍ପର୍କରେ କୌଣସି ଖରାପ ପରିସ୍ଥିତି ଉପୁଜିବ ନାହିଁ। ପତ୍ନୀ ମଧ୍ୟ ଆପଣଙ୍କୁ ଭୁଲ ବୁଝିବେ ନାହିଁ। ସେହିଭଳି ଫଟୋ ଉଠାଇବା ବେଳେ ସବୁବେଳେ ପତ୍ନୀଙ୍କୁ ମଝିରେ ରଖନ୍ତୁ।

ସବୁବେଳେ ସାଙ୍ଗରେ ଯାଆନ୍ତୁ ନାହିଁ:

ଶାଳୀଙ୍କ ସହ ଏକୁଟିଆ କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ କି ରୁହନ୍ତୁ ନାହିଁ। ଏଭଳି ସ୍ଥିତି ସହ ଆପଣଙ୍କ ପତ୍ନୀ କମ୍ଫଟେବଲ ଥିଲେ ମଧ୍ୟ ଆଖପାଖର ଲୋକ ଏହାକୁ ଗ୍ରହଣ କରିନପାରନ୍ତି। ସେମାନେ ଶାଳୀ-ଭିଣୋଇର ସମ୍ପର୍କ ନେଇ ନାନା ଗସିପ୍‌ କରିପାରନ୍ତି। ଯାହା ଆପଣଙ୍କ ଚରିତ୍ରକୁ ଖରାପ ବୋଲି ପ୍ରମାଣିତ କରିପାରେ। ଏଣୁ ଶାଳୀଙ୍କ ସହ ଅଧିକ ମିଶନ୍ତୁ ନାହିଁ।

WCW 11

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

38 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago