ଇଚ୍ଛା ନଥିଲେ ମଧ୍ୟ ଏସବୁ କାରଣରୁ ବିବାହ କରୁଛନ୍ତି ଏବେକା ଯୁବପିଢ଼ି, ଆପଣଙ୍କ ଉପରେ ବି ପଡ଼ୁନି ତ ଚାପ!

ବିବାହ ଗୋଟିଏ ଦିନ ପାଇଁ ନୁହେଁ ବରଂ ସାରା ଜୀବନ ପାଇଁ କରାଯାଏ। ଏଣୁ ସାଥୀ ବାଛିବା ପୂର୍ବରୁ ତାଙ୍କର ପ୍ରତ୍ୟେକ ଜିନିଷ ଜାଣି ନେବା ଜରୁରୀ। ଯାହାକୁ ଦେଖିଲେ ଲାଗୁଛି ଯେ ତାଙ୍କ ସହ ଆପଣ ସାରା ଜୀବନ ବିତାଇପାରିବେ ଓ ସେ ଆପଣଙ୍କୁ ସବୁଠୁ ଅଧିକ ବୁଝୁଛନ୍ତି ତାଙ୍କ ସହ ହିଁ ବିବାହ କରନ୍ତୁ। କିନ୍ତୁ ବେଳେବେଳେ ଯୁବକ ଯୁବତୀମାନେ ଇଚ୍ଛା ନଥିଲେ ମଧ୍ୟ ପରିବାର ଚାପରେ କିମ୍ବା ସମାଜର ନୀତି ନିୟମ ଯୋଗୁ ବିବାହ କରିଥାନ୍ତି। ଫଳରେ ପରେ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁସବୁ କାରଣ ରହିଛି ଯାହା ଚାପରେ ଲୋକମାନେ ବିବାହ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି…

15 Signs You're Secretly A Romantic At Heart | Thought Catalog

କେବଳ ଟଙ୍କା ପାଇଁ:

ଆଜିକାଲି କିଛି ପୁଅ-ଝିଅ କେବଳ ଟଙ୍କା ପାଇଁ ବିବାହ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ଟଙ୍କା ଦ୍ୱାରା ତାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇଯିବ। ତେଣେ ପାର୍ଟନର ତାଙ୍କୁ ପସନ୍ଦ ହୁଅନ୍ତୁ ବା ନହୁଅନ୍ତୁ।

ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ହୋଇଥିବାରୁ:

ଭାରତୀୟ ସମାଜରେ ବିବାହକୁ ନେଇ ସବୁଠୁ ଅଧିକ କଷ୍ଟ ବଡ଼ ସନ୍ତାନଙ୍କୁ ଭୋଗିବାକୁ ପଡ଼ିଥାଏ। ଘରର ବଡ଼ ହୋଇଥିବାରୁ ସେମାନଙ୍କ ବିବାହକୁ ନେଇ ବାପା ମା’ ଅଧିକ ଚିନ୍ତିତ ରହିଥାନ୍ତି। ତାଙ୍କୁ ଲାଗେ ଯେ ବଡ଼ ଝିଅର ବାହାଘର ଜଲ୍‌ଦି ନ ହେଲେ ଲୋକେ ନାନା କଥା କହିବେ। ଏଣୁ ତରତର ହୋଇ ସେମାନେ ଝିଅର ବିବାହ କରାଇଦେଇଥାନ୍ତି।

What is the perfect age to get married, as per the zodiac signs ...

ବିବାହ ଏକ ପରମ୍ପରା:

କିଛି ଲୋକ ଚିନ୍ତା କରନ୍ତି ଯେ ବିବାହ କେବଳ ଏକ ପରମ୍ପରା। ସେମାନଙ୍କ ପାଇଁ ବିବାହ ଏକ ଦାୟିତ୍ୱ। ମାତ୍ର ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବିବାହ ବିନା ମଧ୍ୟ ଖୁସିରେ ଅଛନ୍ତି। ଏଣୁ ବିବାହକୁ ନେଇ ଘରେ କଥା ଉଠିଲେ ନିଜେ କ’ଣ ଚାହୁଁଛନ୍ତି ଥରେ ନିଜକୁ ପଚାରନ୍ତୁ।

ସବୁ ସାଙ୍ଗ ବାହା ହୋଇସାରିଲେଣି:

ବେଳେ ବେଳେ ବାପାମା’ ପିଲାଙ୍କ ଉପରେ ଏହା କହି ଚାପ ପକାଇଥାନ୍ତି ଯେ ସବୁ ସାଙ୍ଗ ବାହା ହୋଇଗଲେଣି। କିଛିଙ୍କର ଛୁଆ ବି ହୋଇଗଲେଣି। ଏଣୁ ତୁ ବି ବାହା ହୋଇଯିବା ଦରକାର। ଏସବୁ ଶୁଣିବା ପରେ ଜଣେ ବାଧ୍ୟବାଧକତାରେ ବିବାହ ପାଇଁ ହଁ ଭରିଥାଏ।

Forced marriage | Childline

ବାପା ମା’ଙ୍କ ବୟସ ବଢ଼ିଗଲାଣି:

ବାପା ମା’ଙ୍କ ନାଁ କହି ଅନେକ ଅଭିଭାବକ ପିଲାଙ୍କୁ ବିବାହ ପାଇଁ ମନେଇଥାଆନ୍ତି। ଅଧିକାଂଶ ବାପା ମା’ କହିଥାନ୍ତି ଯେ ଏବେ ଆମ ବୟସ ହୋଇଗଲାଣି। ଆଉ କେତେକ ଦିନ ଆମେ ବଞ୍ଚିବୁ। ଏଣୁ ଆମେ ତୋତେ ବାହା କରି ଶାନ୍ତିରେ ଟିକେ ବଞ୍ଚିବାକୁ ଚାହୁଁଛୁ। ଏଭଳି ଇମୋସନାଲ କଥା ଶୁଣି ଇଚ୍ଛା ନଥିଲେ ମଧ୍ୟ ପିଲା ହଁ କହିଥାନ୍ତି।

Leave A Reply

Your email address will not be published.