ରିଲେସନସିପ

କରୋନା ଭାଇରସ ସ୍ଥିତିରେ ଶାରୀରିକ ସମ୍ପର୍କ ରଖୁଥିଲେ ଏସବୁ ଦିଗ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ସାରା ବିଶ୍ୱରେ କରୋନା ସ୍ଥିତି ଲାଗି ରହିଛି। ଏଣୁ ଲୋକମାନେ ଏବେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ଘରେ ଥିବା ଲୋକଙ୍କ ମଧ୍ୟରେ କାହାକୁ କରୋନା ହୋଇଛି ସେ ନେଇ ଠିକ ଭାବେ ଜଣାପଡୁନାହିଁ। ଏଣୁ ଡାକ୍ତର ଘର ମଧ୍ୟ ପରସ୍ପର ଠାରୁ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି।

ଅନ୍ୟପଟେ କରୋନା ସ୍ଥିତିରେ ନିକଟତର ହେବାକୁ ଡାକ୍ତର ବାରଣ କରିଥିବାରୁ ପ୍ରେମୀଯୁଗଳ ତଥା ଦମ୍ପତିଙ୍କ ଚିନ୍ତା ବଢ଼ିଛି। ସେମାନେ ଶାରୀରିକ ସମ୍ପର୍କ ରଖିପାରିବେ କି ନାହିଁ ବୋଲି ଦ୍ବନ୍ଦ୍ୱରେ ରହିଛନ୍ତି। ପ୍ରେମୀ ଏବଂ ସ୍ୱାମୀ ସ୍ତ୍ରୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଡାକ୍ତର କେତେକ ପରାମର୍ଶ ଦେଇଛନ୍ତି।

ଡାକ୍ତରଙ୍କ କହିବାନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ରିପୋର୍ଟ କରୋନା ପଜିଟିଭ ଆସିଛି କିମ୍ବା କାହାକୁ ଫ୍ଲୁ ବା ଥଣ୍ଡା, କାଶ, ଜ୍ୱର ହୋଇଛି ତେବେ ଏସବୁ ଲକ୍ଷଣ ଦୂର ନ ହେଲା ପର୍ଯ୍ୟନ୍ତ ତାଙ୍କଠାରୁ ଦୂରତା ଅବଲମ୍ବନ କରିବା ଉଚିତ।

ଆମ ପୂର୍ବଜ ଶାରୀରିକ ସମ୍ପର୍କ ରଖିବା ପରେ ଉଷୁମ ପାଣିରେ ସ୍ନାନ କରୁଥିଲେ, ଫଳରେ ସେମାନଙ୍କ ଶରୀର ଜୀବାଣୁ ଓ ଦୁର୍ଗନ୍ଧ ମୁକ୍ତ ରହୁଥିଲା। ଏଥିସହ ଥକାପଣ ଦୂର କରିବାକୁ ସେମାନେ ଉଷୁମ ପାଣି ମଧ୍ୟ ପିଉଥିଲେ। ବର୍ତ୍ତମାନ ସ୍ଥିତିରେ ଏସବୁ ନିୟମକୁ ମାନିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଫଳରେ ପାର୍ଟନରଙ୍କ ସହ ରୋମାନ୍ସ ବଢ଼ିବ।

WCW 11

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

23 mins ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

37 mins ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

51 mins ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

1 hour ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

1 hour ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

2 hours ago