ରିଲେସନସିପ

ଏହି ୫ଟି କାରଣରୁ ଶାରୀରିକ ସମ୍ପର୍କ ବେଳେ ମହିଳାମାନେ ହୋଇପାରନ୍ତିନି ସନ୍ତୁଷ୍ଟ

ଦାମ୍ପତ୍ୟ ଜୀବନରେ ଶାରୀରିକ ସମ୍ପର୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ କେତେକ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ସମ୍ବନ୍ଧ ବେଳେ ସନ୍ତୁଷ୍ଟ ହୋଇନଥାନ୍ତି। ଏନେଇ ସେମାନେ ଖୋଲାଖୋଲି କଥା ହୋଇପାରନ୍ତି ନାହିଁ ମାତ୍ର ଭିତରେ ଭିତରେ ଅସନ୍ତୋଷ ଜାହିର କରିଥାନ୍ତି। କିନ୍ତୁ ଏହା ପଛର କାରଣ କ’ଣ ତାହା କେହି ଖୋଜନ୍ତି ନାହିଁ। ଆଜି ଆସନ୍ତୁ ଜାଣିବା ଶାରୀରିକ ସମ୍ପର୍କ ବେଳେ ମହିଳାମାନେ କାହିଁକି ପୂର୍ଣ୍ଣ ସନ୍ତୁଷ୍ଟି ପାଇପାରନ୍ତି ନାହିଁ…

ଆସକ୍ତି କମ୍‌ ହେବା:

ପତ୍ନୀଙ୍କର ଆପଣଙ୍କ ପ୍ରତି ସ୍ନେହ, ପ୍ରେମ ଓ ଭଲ ପାଇବା କମ୍‌ ଥିଲେ ତାଙ୍କର ଆପଣଙ୍କ ପ୍ରତି ଲୋଭ ବା ଆସକ୍ତି କମିଯାଏ। ଏଭଳି ସ୍ଥିତିରେ ସେ ଆପଣଙ୍କ ସହ ସମ୍ପର୍କ ରଖିବା କଥା ଚିନ୍ତା ବି କରନ୍ତି ନାହିଁ। ଯଦି ସେ ସମ୍ପର୍କ ରଖୁ ବି ଥାଆନ୍ତି ତେବେ ଆଦୌ ଖୁସି ହୁଅନ୍ତି ନାହିଁ ଏଣୁ ପୂର୍ଣ୍ଣ ସନ୍ତୁଷ୍ଟି ଲାଭ କରିପାରନ୍ତି ନାହିଁ।

ଅଧିକ ବ୍ୟସ୍ତ ଥିଲେ:

ଅଧିକାଂଶ ମହିଳା ଚାକିରି ସମେତ ଘର ଓ ପରିବାରର କାମକୁ ନେଇ ମଧ୍ୟ ବ୍ୟସ୍ତ ରହିଥାନ୍ତି। ଏହି କାରଣରୁ ସେମାନେ ମାନସିକ ଚାପରେ ରହିଥାନ୍ତି। ଏଭଳି ହେବା ଦ୍ୱାରା ସେ ଥକିଯାଆନ୍ତି ଓ ଷ୍ଟ୍ରେସ୍‌ରେ ରହିଥାନ୍ତି। ଫଳରେ ଶାରୀରିକ ସମ୍ପର୍କ ବେଳେ ଏତେଟା ମିଶି ପାରିନଥାନ୍ତି।

ବୋରିଂ ସେକ୍ସ:

ସେକ୍ସ ଲାଇଫ୍‌ ବୋରିଂ ହୋଇଯିବା ବା ସମ୍ବନ୍ଧ ବେଳେ କୌଣସି ପ୍ରକାରର ଭଲ ପାଇବା ବା ଇମୋସନାଲ ଫିଲ୍‌ ନ କରିବା ଦ୍ୱାରା ମହିଳାମାନେ ମାନସିକ ଭାବେ ପାର୍ଟନରଙ୍କ ଠାରୁ ଦୂରେଇ ଯାଇଥାନ୍ତି। ଯଦି ପାର୍ଟନର କେବଳ ଶାରୀରିକ ଭାବେ ଖୁସି ହେବାକୁ ସମ୍ପର୍କ ରଖୁଥାନ୍ତି ତେବେ ସେ କୌଣସି ପ୍ରକାରର ପ୍ରେମ ଦେଖାଇନଥାନ୍ତି, ଯାହା ମହିଳାମାନେ ଜାଣିପାରନ୍ତି। ଏଭଳି ବାରମ୍ବାର ହେଲେ ସେମାନେ ସମ୍ପର୍କ ରଖିବାକୁ ଇଚ୍ଛା କରନ୍ତି ନାହିଁ।

ସେକ୍ସି ଅନୁଭବ ନ କଲେ:

ମହିଳାମାନେ ନିଜ ଲୁକ୍‌କୁ ନେଇ ଅଧିକ ସଚେତନ ଥାଆନ୍ତି। ଓଜନ ବଢ଼ିବା ବା ପାର୍ଟନରଙ୍କ ଆଟେନ୍ସନ ନପାଇବା ଦ୍ୱାରା ସେମାନେ ଦୁଃଖୀ ହୋଇଯାଆନ୍ତି ଓ ସେମାନଙ୍କ କନ୍‌ଫିଡେନ୍ସ କମିଯାଏ। ଏଭଳି ହେଲେ ସେକ୍ସୁଆଲ ଆକ୍ଟିଭିଟି ବେଳେ ସେମାନେ ସାଥୀଙ୍କ ସହ ଭଲ ଭାବେ ମିଶିପାରନ୍ତି ନାହିଁ, ଏହାର ସିଧାସଳଖ ପ୍ରଭାବ ଶାରୀରିକ ସମ୍ପର୍କ ଉପରେ ପଡ଼ିଥାଏ।

ସମ୍ଭୋଗକୁ ନେଇ ଅସୁଖୀ:

ଅଧିକାଂଶ ମହିଳା ସମ୍ବନ୍ଧ ବେଳେ କ’ଣ ଚାହାନ୍ତି ତାହା ପାର୍ଟନରଙ୍କୁ ଖୋଲି କରି କହିପାରନ୍ତି ନାହିଁ। ଏଣୁ ସାଥୀ ବି ଜାଣିପାରନ୍ତିନି ମହିଳା କ’ଣ ଚାହୁଁଛନ୍ତି। ଏହି କାରଣ ମହିଳା ସନ୍ତୁଷ୍ଟ ହେବା ବା ଅର୍ଗାଜମ୍‌ ଅନୁଭବ କରିବାରେ ବାଧକ ସୃଷ୍ଟି କରିଥାଏ, ଯାହା ପରେ ଫ୍ରଷ୍ଟ୍ରେସନ୍‌ ବା ଦୁଃଖର କାରଣ ପାଲଟେ।

WCW 11

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

5 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

7 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

42 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

54 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago