୧୦ ଟଙ୍କା ଖର୍ଚ୍ଚ କଲେ Jio ଦେଉଛି ମାଗଣା ୧ ଜିବି ଡାଟା!

Reliance Jio ସାଧାରଣତଃ କମ୍‌ ପଇସାରେ ଅଧିକ ଡାଟା ଦେଇଥାଏ। ଅନେକ ଥର Jio ନିଜ ୟୁଜରମାନଙ୍କୁ ଅଫର୍‌ ଜରିଆରେ ଫ୍ରି ଡାଟା ବି ଦେଇଥାଏ। ଗତବର୍ଷ ଡିସେମ୍ବରରେ Jio ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବା ଉପରେ ୬ ପଇସା ପ୍ରତି ମିନିଟ୍‌ର ଚାର୍ଜ ଲଗାଇଥିଲା। ଏହାପରେ ଗ୍ରାହକମାନଙ୍କୁ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବା ପାଇଁ ଟପ୍‌ଅପ୍‌ ରିଚାର୍ଜର ଆବଶ୍ୟକ ପଡ଼ିଲା। ଏହାକୁ ନଜରରେ ରଖି Jio ଏବେ ୧୦ ଟଙ୍କାର ଟପ୍‌ଅପ୍‌ ଖର୍ଚ୍ଚ କରିବା ଉପରେ ୧ ଜିବି ମାଗଣା ଡାଟା ଦେବା ଆରମ୍ଭ କରିଛି।

jio22

Reliance Jioର ଅନ୍‌ଲିମିଟେଡ୍‌ ପ୍ଲାନ୍ସରେ ଗ୍ରାହକମାନଙ୍କୁ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବା ପାଇଁ ସୀମିତ ଆଇୟୁସି ମିନିଟ୍‌ ମିଳିଥାଏ। ଏହି ଆଇୟୁସି ମିନିଟ୍‌ ପ୍ରିପେଡ୍‌ ପ୍ୟାକ୍‌ ଦାମ୍‌ ଆଧାରରେ ଅଲଗା ଅଲଗା ହୋଇଥାଏ। ଆଇୟୁସି ମିନିଟ୍‌ ସରିଯିବା ପରେ ଆପଣଙ୍କୁ ଟପ୍‌ଅପ୍‌ ରିଚାର୍ଜ କରିବାକୁ ପଡ଼ିବ। ଏଥିରେ ମିଳୁଥିବା ବାଲାନ୍ସରେ ଆପଣ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିପାରିବେ।

jio7

Jioର ସବୁଠାରୁ ଶସ୍ତା ଟପ୍‌ଅପ୍‌ ପ୍ୟାକ୍‌ ହେଉଛି ୧୦ ଟଙ୍କା। ୧୦ ଟଙ୍କା ରିଚାର୍ଜରେ ଆପଣ ଅନ୍ୟ ନେଟ୍‌ଓ୍ଵାର୍କକୁ ୧୨୪ ମିନିଟ୍‌ ପଯ୍ୟର୍ନ୍ତ କଲ୍‌ କରିପାରିବେ। Jio ଏମିତି ଗ୍ରାହକମାନଙ୍କୁ ପ୍ରତ୍ୟେକ ୧୦ ଟଙ୍କା ଟପ୍‌ଅପ୍‌ ଖର୍ଚ୍ଚ କରିବା ଉପରେ ୧ ଜିବି କମ୍ପ୍ଲିମେଣ୍ଟୋରୀ ଡାଟା ଦେଉଛି, ଯାହାର ଅର୍ଥ ହେଉଛି, ଆପଣ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବା ପାଇଁ ଯେତେଥର ୧୦ ଟଙ୍କାର ଟପ୍‌ଅପ୍‌ ଭ୍ୟାଲ୍ୟୁ ଖର୍ଚ୍ଚ କରିବେ, ଆପଣଙ୍କୁ ସେତିକି ଥର ୧ ଜିବି ମାଗଣା ଡାଟା ମିଳିବ।

jio2

Jio ପାଖରେ ୬ ଟପ୍‌ଅପ୍‌ ଭାଉଚର

Reliance Jio ପାଖରେ ମୋଟ ୬ଟି ଟପ୍‌ଅପ୍‌ ଭାଉଚର ଅଛି। ସେଥିରୁ ସବୁଠାରୁ କମ୍‌ ଦାମ୍‌ର ଭାଉଚର ୧୦ ଟଙ୍କା ଅଟେ। ଏହାଛଡ଼ା ୨୦, ୫୦, ୧୦୦, ୫୦୦ ଏବଂ ୧୦୦୦ ଟଙ୍କାର ଟପ୍‌ଅପ୍‌ ଭାଉଚର Jio ଅଫର୍‌ କରୁଛି। ଏଥିରେ ଯଥାକ୍ରମେ ୧୨୪, ୨୪୯, ୬୫୬, ୧୩୬୨, ୭,୦୧୨ ଏବଂ ୧୪,୦୭୪ ମିନିଟ୍‌ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବାର ସୁବିଧା ମିଳିଥାଏ।

Leave A Reply

Your email address will not be published.