ରିଲାଏନ୍ସ ଜିଓର ନୂଆ ପ୍ଲାନ, ପ୍ରତିଦିନ ୧.୫ ଜିବି ଡାଟା ସହିତ ମିଳିବ ଏହିସବୁ ଫାଇଦା

ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଜିଓ ନ୍ୟୁ ଇଅର ୨୦୨୦ ଅଫରକୁ ହଟାଇ ଦେଇଛି। ଜିଓ ପକ୍ଷରୁ ୨,୧୯୯ ଟଙ୍କିଆ ପ୍ଲାନକୁ ୨୦୨୦ ଟଙ୍କାରେ ଗ୍ରାହକଙ୍କୁ ଦେଉଥିଲା। ଏହି ଅଫର କିନ୍ତୁ ସୀମିତ ସମୟ ପର୍ଯ୍ୟନ୍ତ ରହିଥିଲା। ଏହା ସହିତ ନୂଆ ପ୍ଲାନ ୨୧୨୧ ଟଙ୍କିଆ ପ୍ଲାନ ଲଞ୍ଚ କରିଛି। ଏହାର ଅବଧି ୩୩୬ ଦିନ ରହିଥିବା ବେଳେ ୟୁଜରଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ସହିତ ଅନଲିମିଡେଟ୍‌ ଜିଓ ଓ ଜିଓ କଲିଂ, ଅନ୍ୟ ନେଟଓ୍ଵାର୍କକୁ ଏଫ୍‌ୟୁପି ଲିମିଟ୍‌ ସହିତ ୧୨୦୦୦ ମିନିଟ ଫ୍ରି ମିଳିବ। ଏହାସହିତ ପ୍ରତିଦିନ ୧୦୦ଟି ଏସ୍‌ଏମ୍‌ଏସ୍‌ କରିବାର ସୁବିଧା ମଧ୍ୟ ରହିବ। ଏହି ପ୍ଲାନର ବେନିଫିଟ୍‌ ୨୦୨୦ ଅଫର ସହିତ ସମାନ। କିନ୍ତୁ ୨୦୨୦ ଟଙ୍କିଆ ପ୍ଲାନର ଅବଧି ୩୬୫ ଦିନ ରହିଥିବା ବେଳେ ୨୧୨୧ ଟଙ୍କିଆ ଅବଧି ୩୩୬ ଦିନ ରହିଛି।

jio
ଜିଓ ଛଡା ଏୟାରଟେଲ, ଭୋଡାଫୋନ, ଆଇଡିଆର ମଧ୍ୟ ବାର୍ଷିକ ପ୍ଲାନ ରହିଛି। ଯାହାର ମୂଲ୍ୟ ୨,୩୯୮ ଏବଂ ୨,୩୯୯ ଟଙ୍କା ରହିଛି। ଏୟାରଟେଲ ୨,୩୯୮ ମୂଲ୍ୟରେ ପ୍ରତିଦିନ ୧.୫ ଜିବି ଡାଟା ସହିତ ଅନଲିମିଟେଡ କଲିଂ, ୧୦୦ଟି ମେସେଜ କରିବାର ସୁବିଧା ଦେଉଛି। ଏହି ପ୍ଲାନର ଅବଧି ୩୬୫ ଦିନ ରହିଛି।

Leave A Reply

Your email address will not be published.