ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା
କଟକ (କେନ୍ୟୁଜ): ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ବିଜେପିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା । କଟକ ଜିଲ୍ଲା ବିଜେପି ସଭାପତି ଥିଲେ ପ୍ରକାଶ ବେହେରା । ବିଜେପି ରାଜ୍ୟ ସଭାପତିଙ୍କୁ ନିକଟକୁ ସେ ଇସ୍ତଫାପତ୍ର ପଠାଇଛନ୍ତି । ସାଲେପୁର ଆସନରୁ ଥରେ ବିଧାୟକ ହୋଇଥିଲେ ପ୍ରକାଶ ବେହେରା । ସେ ୨୦୧୪ରୁ ୨୦୧୯ ଯାଏ ବିଧାୟକ ଥିଲେ । ବିଜେପି ଛାଡ଼ିବା ପରେ ଏବେ ସେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି ।
Read More...