ସଫଳତା ପାଇବାର ଚାବିକାଠି, ବଡ଼ଙ୍କୁ ସମ୍ମାନ କରିବା ଭିତରେ ଲୁଚି ରହିଛି ଉନ୍ନତିର ରାଜ

ସଫଳତାର ଚାବିକାଠି ନଥାଏ ବାହାରେ । ନିଜ ଭିତରେ ପାଇ ପାରିବେ ଏହି ସଫଳତାର ମନ୍ତ୍ର । ବରିଷ୍ଠ ବା ବୟସ୍କଙ୍କ ପ୍ରତି ଅନୁଶାସନ ବା ଆଜ୍ଞାକାରୀ ହେବା ଓ ସମ୍ମାନ ଭାବ ବ୍ୟକ୍ତିକୁ ସଫଳତା ଦେଇଥାଏ ।

ଆଜିକାଲି ସମସ୍ତେ ସଫଳତା ପାଇବାକୁ ଚାହାଁନ୍ତି । ହେଲେ ଏହାକୁ ପାଇବାକୁ ହେଲେ ଆପଣଙ୍କୁ ଏମିତି କିଛି କରିବାକୁ ପଡ଼ିବ । ଯାହା ଆପଣଙ୍କୁ ସଫଳତାର ଶୀର୍ଷକୁ ନେଇଯିବ । ଆସନ୍ତୁ ଜାଣିବା କ’ଣ କଲେ ଆପଣ ଖୁବ୍‌ ଶୀଘ୍ର ସଫଳତା ପାଇପାରିବେ ।

ବଡ଼ଙ୍କ ପ୍ରତି ସମ୍ମାନଭାବ ରଖୁଥିବା ବ୍ୟକ୍ତି ଦ୍ରୁତ ଭାବରେ ସଫଳତା ଆଡ଼କୁ ଗତି କରିଥାଏ । ଆଦରଭାବରେ ଗ୍ରହଣ କରିବାର ଭାବନା ରହିଥାଏ । ବଡ଼ଙ୍କୁ ସମ୍ମାନ ଦେବା ଦ୍ୱାରା ଏହାଦ୍ୱାରା ବ୍ୟକ୍ତି ବିକାଶ ପଥରେ ଅଗ୍ରସର ହୋଇଥାଏ ।

 

respect
photo credit: sacred space

ବଡ଼ମାନଙ୍କ ଠାରୁ ତାଙ୍କ ଜୀବନର ଅମୂଲ୍ୟ ଅନୁଭୂତି ଜାଣିବାକୁ ମିଳିଥାଏ । ଶ୍ରଦ୍ଧା ଭାବ ଦ୍ୱାରା ଏହା କେବଳ ସମ୍ଭବ ହୋଇଥାଏ । ଜଣେ ବରିଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଏକ ପୁସ୍ତକାଳୟ ନଷ୍ଟ ହେବା ସହ ସମାନ ହୋଇଥାଏ । ଛାତ୍ର ସେ ପର୍ଯ୍ୟନ୍ତ ଅଧ୍ୟୟନରେ ଭଲ କରିପାରେ ଯେ ପର୍ଯ୍ୟନ୍ତ ଶିକ୍ଷକ ପ୍ରତି ସମ୍ମାନ ଭାବ ରଖିଥାଏ । ବଡ଼ଙ୍କ ଉପରେ ବି ଏହି ନିୟମ ଲାଗୁ ରହେ ।

respect
photo credit: culture trip

ଅସମ୍ମାନ ଭାବ ବ୍ୟକ୍ତିକୁ ଶିଖିବା ଓ ବୁଝିବା ପ୍ରକ୍ରିୟା ଠାରୁ ଦୂରରେ ରଖିଥାଏ । ବୟସ ବଢ଼ିବା ସଂଗେ ସଂଗେ ଶିଖିବା ଓ ଜାଣିବାର ଗତି ଧିମା ହୋଇଯାଇଥାଏ । ଏଥିରୁ ବୁଝିବାକୁ ହେବ ଯେ ଆପଣଙ୍କ ବିକାଶ ପ୍ରକ୍ରିୟା ବନ୍ଦ ହୋଇଯାଇଛି । ଏହାକୁ ଗତିଶୀଳ କରିବାକୁ ହେଲେ ବଡ଼ଙ୍କ ପ୍ରତି ବିନମ୍ରତା ଜାରି ରଖିବା ଶ୍ରେୟଷ୍କର ହୋଇଥାଏ ।

ବଡ଼ଙ୍କ ଅନୁଭବରୁ ଶିଖିବା ଜ୍ଞାନ ପ୍ରାପ୍ତିର ସବୁଠୁ ସରଳ ବ୍ୟବସ୍ଥା ହୋଇଥାଏ । ଏହାଛଡ଼ା ଅନ୍ୟ ସବୁ ବ୍ୟବସ୍ଥା କଷ୍ଟକର ଓ ବ୍ୟୟପୁର୍ଣ୍ଣ ହୋଇଥାଏ । କମ୍‌ ଚେଷ୍ଟାରୁ ଅଧିକ ପ୍ରାପ୍ତି କରିବା କେବଳ ବଡ଼ଙ୍କୁ ସମ୍ମାନ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ତେଣୁ ବଡ଼ଙ୍କ ପ୍ରତି ଆଦର ଭାବ ଜାରି ରଖନ୍ତୁ । ଜୀବନରେ ସଫଳତା ପାଇବାକୁ ହେଲେ ବଡ଼ଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଭାବ ରହିବା ଜରୁରୀ । ଏହାହିଁ ସଫଳତାର ବଡ଼ ଚାବିକାଠି ।

Leave A Reply

Your email address will not be published.