Odisha News

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଏବେ ରିଷଭ ପନ୍ତ୍‌ କଲେ ଖୁଲମ୍‌ଖୁଲା ପ୍ରେମ, ବରଫ ପାହାଡ଼ ଉପରେ ଗାର୍ଲଫ୍ରେଣ୍ଡଙ୍କ ସହ ଉଠାଇଲେ ଫଟୋ

ବର୍ଷ ୨୦୨୦ର ପ୍ରଥମ ଦିନରେ ହିଁ ନିର୍ବନ୍ଧ କରି ହାର୍ଦ୍ଦିକ ପାଣ୍ଡ୍ୟା ଇଣ୍ଟରନେଟ୍‌ରେ ନିଅାଁ ଲଗାଇ ଦେଇଥିଲେ। ଏବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଆଉ ଜଣେ ଷ୍ଟାର୍‌ କ୍ରିକେଟର ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ନ୍ୟୁ ଇୟର ସେଲିବ୍ରେଶନର ଫଟୋ ଶେୟାର କରିଛନ୍ତି। ଏହି କ୍ରିକେଟର ଆଉ କେହି ନୁହନ୍ତି, ବରଂ ମହେନ୍ଦ୍ର ସିଂ ଧୋନୀଙ୍କ ଉତ୍ତରାଧିକାରୀ କୁହାଯାଉଥିବା ରିଷଭ ପନ୍ତ୍‌।

r2

ରିଷଭ ପନ୍ତ୍‌ ଓ ଈଶାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଧୁମ୍‌ ମଚାଇଦେଇଛି। ଦୁଇଜଣଙ୍କୁ ଖୁବ୍‌ ପସନ୍ଦ କରାଯାଉଛି। ନୂଆବର୍ଷର ଦ୍ୱିତୀୟ ଦିନ ଅର୍ଥାତ୍‌ ୨ ଜାନୁୟାରୀର ଅଧ ରାତିରେ ରିଷଭ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରିଥିଲେ।

ଫଟୋ ଶେୟାର କରି ସେ ଲେଖିଥିଲେ, ‘ଯେତେବେଳେ ତୁମ ସହିତ ରହୁଛି, ମୋତେ ବଢ଼ିଆ ଅନୁଭବ ମିଳୁଛି’। କୌଣସି ଏକ ବରଫ ପାହାଡ଼ ଉପରେ ଛୁଟି ମନାଉଥିବା ବେଳେ ରିଷଭ୍‌ ଇନ୍‌ଷ୍ଟାଗ୍ରାମରେ ନିଜର ଏହି ଚିଲ୍‌ ଭ୍ୟାକେସନର ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି।

r3

ଈଶା ନେଗି ମଧ୍ୟ କ୍ରିକେଟର ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଆହୁରି ୫ ବର୍ଷ ଆଗକୁ ମଧ୍ୟ ଗଣନା ଜାରି ରହିଛି’। ତେବେ ଦ୍ୱିତୀୟ ଥର ପାଇଁ ରିଷଭ ଏଭଳି ଖୋଲାଖୋଲି ଭାବେ ନିଜ ପ୍ରେମର ଖୁଲାସା କରିଛନ୍ତି। ଏହାପୂର୍ବରୁ ସେ ୨୦୧୯ ଜାନୁୟାରୀରେ ଏକ ଫଟୋ ଶେୟାର କରି ନିଜ ରିଲେଶନଶିପ୍‌କୁ ସାର୍ବଜନୀନ କରିଥିଲେ।

Loading...

Leave A Reply

Your email address will not be published.