ପୁଅ ଅର୍ଜୁନ ପାଇଁ ବାରିକ ହେଲେ ସଚିନ ତେନ୍ଦୁଲକର, କହିଲେ, ‘ପିଲାଙ୍କ ପାଇଁ କରିବାକୁ ପଡ଼ିଥାଏ’, ଦେଖନ୍ତୁ ଭାଇରଲ Video

ଦେଶ ସାରା ଲକଡାଉନ ଯୋଗୁ କ୍ରିକେଟରମାନେ ନିଜକୁ ବ୍ୟସ୍ତ ରଖିବା ପାଇଁ ଘରେ ନିଜେ ନିଜର ହେୟାର କଟ ଏବଂ ସେଭିଂ କରୁଥିବାର ନଜର ଆସୁଛନ୍ତି। କିଛି ଦିନ ତଳେ ସଚିନ ତେନ୍ଦୁଲକର ନିଜ ଚୁଟି ନିଜେ ହିଁ କାଟିଥିଲେ। ଏବେ ସେ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଚୁଟି କାଟୁଥିବାର ଭିଡ଼ିଓ ସେୟାର କରିଛନ୍ତି। ତେନ୍ଦୁଲକର ଝିଅ ସାରାଙ୍କ ସହାୟତାରେ ଅର୍ଜୁନଙ୍କ ଚୁଟି କାଟୁଥିବା ଦେଖିବାକୁ ମିଳିଛି।

ଭିଡ଼ିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି। ଭିଡ଼ିଓ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘ଜଣେ ବାପା ରୂପରେ ଆପଣଙ୍କୁ ନିଜ ପିଲା ପାଇଁ ଅନେକ ଜିନିଷ କରିବାକୁ ପଡ଼ିଥାଏ। ସେ ପିଲାଙ୍କ ସହ ଖେଳିବା ହେଉ, ଜିମ କରିବା ହେଉ କିମ୍ବା ତାଙ୍କ ଚୁଟି କାଟିବା ହେଉ। ହେୟାର କଟ ଯେମିତି ବି ହେଉନା କାହିଁକି, ତୁମେ ସବୁବେଳେ ହ୍ୟାଣ୍ଡସମ ଲାଗିଥାଅ। ମୋ ସେଲୁନ ଆସିଷ୍ଟାଣ୍ଟ ସାରା ତେନ୍ଦୁଲକରଙ୍କୁ ଏଥିପାଇଁ ଖାସ ଧନ୍ୟବାଦ’।

Leave A Reply

Your email address will not be published.