ଶୁକ୍ର ଗ୍ରହରେ ମିଳିଲା ଏଲିୟନଙ୍କ ସନ୍ଧାନ, ଏଠାରେ ସମ୍ଭବ ହୋଇପାରିବ ଜୀବନ

ସୌରମଣ୍ଡଳରେ ପ୍ଲୁଟୋକୁ ମିଶାଇ ସମୁଦାୟ ୯ଟି ଗ୍ରହ ଅଛନ୍ତି । କିନ୍ତୁ କେବଳ ପୃଥିବୀରେ ଜୀବସତ୍ତା ସମ୍ଭବ ହୋଇପାରିଛି । କିନ୍ତୁ ଅନ୍ୟ ଗ୍ରହମାନଙ୍କରେ ଜୀବସତ୍ତା କିପରି ସମ୍ଭବ ହୋଇପାରିବ ସେନେଇ ଦେଶବିଦେଶର ବିଶିଷ୍ଟ ବୈଜ୍ଞାନିକ ମାନେ ଗବେଷଣା ଜାରି ରଖିଛନ୍ତି । କିନ୍ତୁ ନିକଟରେ ଶୁକ୍ର ଗ୍ରହକୁ ନେଇ ଏକ ବ୍ରିଟିଶ ବୈଜ୍ଞାନିକ ଦଳ ଏକ ନୂଆ ଦାବି କରିଛନ୍ତି । ଶୁକ୍ର ଗ୍ରହ ଉପରେ ବାଦଲ ଭିତରେ “ଫୋସଫନି”‘ ନାମକ ଏକ ଗ୍ୟାସୀୟ ପଦାର୍ଥର ସନ୍ଧାନ ମିଳିଛି ବୋଲି  ବ୍ରିଟେନର ଏକ ବୈଜ୍ଞାନିକ ଦଳ ମତ ରଖିଛନ୍ତି । ଆଉ ଏଇ ଫସଫିନ ପୃଥିବୀ ପୃଷ୍ଠରେ ଅକ୍ସିଜେନ ଯୁକ୍ତ ବାତାବରଣରେ ହିଁ ସୃଷ୍ଟି ହୋଇଥାନ୍ତି । ଏହି ସ୍ୱତନ୍ତ୍ର ଗ୍ୟାସର ସନ୍ଧାନ ମିଳିଥିବା କାରଣରୁ ହିଁ ସେଠାରେ ଜୀବଜଗତର ସୃଷ୍ଟି ହେବାର ସମ୍ଭାବନା ଅନେକ ଗୁଣା ବଢିଯାଇଛି । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରର ବୈଜ୍ଞାନିକ ଦଳ ପ୍ରଥମ ଥର ପାଇଁ ଜେମ୍ସ କ୍ଲାର୍କ ମ୍ୟାକ୍ସବେଲ ଟେଲିସ୍କୋପର ଉପଯୋଗ କରି ହିଁ ଏପରି ଏକ ସନ୍ଧାନ ପାଇ ପାରିଛନ୍ତି ।

venus

ବୈଜ୍ଞାନିକଙ୍କୁ ମିଳିଥିବା ଏହି ସବୁ ତଥ୍ୟ କାରଣରୂୁ ଶୂୁକ୍ର ଗ୍ରହରେ ଏଲିଅନଙ୍କ ଉପସ୍ଥିତି ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ମାନେ ଅନୁମାନ ଲଗାଇଛନ୍ତି । ହାଓ୍ଵାଇରେ ଅନ୍ତରାଷ୍ଟ୍ରୀୟ ବୈଜ୍ଞାନିକ ଦଳକୁ “କ୍ଲର୍କ ମେକ୍ସେଓ୍ଵଲ ଟେଲିଷ୍କୋପ”ର ପ୍ରୟୋଗ ଦ୍ୱାରା ଶୁକ୍ରଗ୍ରହରେ ଫୋସଫନି ଗ୍ୟାସ ଦେଖିବାକୁ ମିଳିଥିବା ନେଇ ଦାବି କରିଥିବା ବେଳେ ଚିଲିରେ ଆଟାକାମା ଲାର୍ଜ ମିଲିମିଟର, ସବମିଲିମିଟର ଏରେ ରେଡିଓ ଟେଲିସ୍କୋପ ବ୍ୟବହାର ଦ୍ୱାରା ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଯେବେକି ଦୀର୍ଘ ବର୍ଷ ହେବ ଅଲୌକିକ ଘଟଣା ମାନଙ୍କର ସତ୍ୟାସତ୍ୟ ବୈଜ୍ଞାନିକ ମାନଙ୍କ ପାଇଁ ଏକ ବିରାଟ ପ୍ରଶ୍ନ ଭାବରେ ଛିଡ଼ା ହୋଇଛି । ନେଚର ଆଷ୍ଟ୍ରୋନୋମୀ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ କାର୍ଡିକ ୟୁନିର୍ଭସିଟିର ବରିଷ୍ଠ ଗବେଷକ ଜେନ ଗ୍ରିବ ମଧ୍ୟ ଏହି ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ହୋଇଥିବା ଜଣାଯାଇଛି । ଏହାବାଦ ଶୁକ୍ର ପୃଷ୍ଠରେ ବର୍ଷତମାମ ହାରାହାରି ତାପମାତ୍ରା ୪୬୪ ଡିଗ୍ରୀ ସେଣ୍ଟିଗ୍ରେଟ ରହୁଥିବାରୁ ଏହା ମଣିଷ ବାସପୋଯୋଗୀ ହୋଇପାରିବ ବୋଲି ବିବେଚନା କରାଯାଏ ।

venus

ଏହି ପୃଷ୍ଠରେ ୫୩ ରୁ ୬୨ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ୫୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହୁଥିବା ବେଳେ ଏଠାର ଚାପ ପୃଥିବୀର ସମୁଦ୍ର ପତନ ସହିତ ପାଖାପାଖି ସମାନ । ଏହାକୁ ନେଇ ଗବେଷଣା ଚଳାଇଥିବା ବୈଜ୍ଞାନିକ ଦଳ ଆହୁରି ବି ମତ ରଖିଛନ୍ତି, ତିନୋଟି ହାଇଡ୍ରୋଜେନ ପରମାଣୁ ଓ ଗୋଟିଏ ଫସଫରସ ପରମାଣୁକୁ ନେଇ ହିଁ ଏହି “ଫସଫିନ” ଗ୍ୟାସର ସୃଷ୍ଟି | ଗ୍ରୀସର କିଛି ଦଳ ଦାବି କରିଛନ୍ତିକି, ଜ୍ୱାଳାମୁଖୀ, ଉଲକାପିଣ୍ଡ, ବିଜୁଳି ଓ ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରିୟା ଗୁଡିକର ଯାଞ୍ଚ କରାଯାଇଥିଲେ ମଧ୍ୟ ସେପରି କୌଣସି ସନ୍ଧାନ ମିଳିପାରିନାହିଁ | ଅନ୍ୟପକ୍ଷରେ, ଶୁକ୍ର ପୃଷ୍ଠର ମେଘଗୁଡିକ ଅମ୍ଳଯୁକ୍ତ ହୋଇଥିବାରୁ ଫସଫିନ ଗ୍ୟାସର ଅଣୁ ଗୁଡିକ ଶୀଘ୍ର ଭାଙ୍ଗି ଯିବାର ସମ୍ଭାବନା ରହିଛି ।

“ଫସଫିନ” ଗ୍ୟାସର ସନ୍ଧାନ ଯୋଗୁଁ ଏଠାରେ ଜୀବ ବାସ କରିବାର ସମ୍ଭାବନା ଅଧିକ ବଢିଯାଇଛି ସତ କିନ୍ତୁ ଏଯାବତ ଏହା ନିଶ୍ଚିତ ହୋଇପାରି ନାହିଁ । ଆମେରିକାର ମହାକାଶ ଗବେଷଣା ସଂସ୍ଥା “ନାସା” ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, 86 ଡିଗ୍ରୀ ଫାରେନହିଟ ତାପମାତ୍ରା ନିକଟବର୍ତ୍ତୀ ଅଂଚଳ ମାନଙ୍କରେ ବାୟୁମଣ୍ଡଳର ଅମ୍ଳୀୟତା ଗୁଣ ନଷ୍ଟ ହୋଇଯାଇଥାଏ । ଆଉ ମଧ୍ୟ ଏଠାରେ ପାଖାପାଖି 90 ପ୍ରତିଶତ ସେଲ୍ଫୟୁରିକ ଏସିଡ ମହଜୂତ ଥିବାରୁ ସୁଖମ ଯିବା ମାନେ ହୁଏତ ସେଠାରେ ତିଷ୍ଠି ପାରିବେ ନାହିଁ ।

Leave A Reply

Your email address will not be published.