ନବରଙ୍ଗପୁରରେ ଗୋଟିଏ ଦିନରେ ଅଟକିଲା ୭ଟି ବାଲ୍ୟ ବିବାହ, ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକିବା ପାଇଁ ୪ଟି ଟିମ୍ ଗଠନ

ନବରଙ୍ଗପୁର: ପୁଣି ଅଟକିଲା ନାବାଳିକା ବିବାହ। ନବରଙ୍ଗପୁରରେ ଗୋଟିଏ ଦିନରେ ୭ଟି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି ପ୍ରଶାସନ । ନବରଙ୍ଗପୁରର କୁସୁମଗଡା, ନନ୍ଦାହାଣ୍ଡି, ବେଲଗାଁ, ତୁରୁଞ୍ଜିଆ ଗୁଡା, ପାପଡାହାଣ୍ଡି, ଗରୁଡଗୁଡା ଏବଂ ଖୁଟୁବାଇ ଗାଁ, ରାଇଘର ଓ ଦେବା ଗାଁରେ ବାଲ୍ୟ ବିବାହ ରୋକାଯାଇଛି । ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ଟିମ ଗଠନ କରାଯାଇଥିଲା । ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ, ଶିଶୁ ସୁରକ୍ଷା ଅଧିକାରୀ, ଅନୁଷ୍ଠାନ ସୁରକ୍ଷା ଅଧିକାରୀ, ଚାଇଲଡ୍‌ ଲାଇନ କର୍ମକର୍ତ୍ତା ଓ ସ୍ଥାନୀୟ ପୋଲିସଙ୍କ ସହାୟତାରେ ୭ଟି ବାଲ୍ୟ ବିବାହ ରୋକାଯାଇଛି ।

ଗତ ଜାନୁଆରୀରୁ ଚଳିତ ମାସ ୧୧ ତାରିଖ ସୁଦ୍ଧା ପ୍ରଶାସନ ପକ୍ଷରୁ ୨୬ଟି ବାଲ୍ୟ ବିବାହ ରୋକିଥିବା ସୂଚନା ମିଳିଛିି । ଏହା ସହ ନାବାଳିକାଙ୍କ ସାର୍ଟିଫିକେଟରେ ବୟସ ଯାଞ୍ଚ କରାଯାଇ ୧୮ବର୍ଷ ପରେ ହିଁ ବିବାହ କରାଇବା ପାଇଁ ବୁଝାଇଥିଲେ । ଆଗକୁ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.