ରାଜ୍ଯରେ ପୁଣି ୬ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ବର : ରାଜ୍ଯରେ ଆଜି ୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ଭିତରୁ ଗଞ୍ଜାମରୁ ୪, ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି।

 ଏହାସହ ରାଜ୍ଯରେ ଆଉ ୬୧୬ଜଣ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଛି। ତେବେ ଏମାନଙ୍କ ଭିତରୁ ୪,୮୯୬ଜଣ ଚିକିତ୍ସାଧୀନ ଥିବାବେଳେ, ସମୁଦାୟ ୮,୭୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.