ପୁଣି ମହାନତା ଦେଖାଇଲେ ସୋନୁ ସୁଦ୍‌, ନେଲେ ୩ ଅନାଥ ପିଲାଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ

କରୋନା ମହାମାରୀ ସମୟରେ ଅସହାୟଙ୍କ ଦେବଦୂତ ସାଜିଛନ୍ତି ଅଭିନେତା ସୋନୁ ସୁଦ୍‌। ବାରମ୍ବାର ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ସୋନୁ ଏବେ ପୁଣି ଥରେ ମହାନତା ଦେଖାଇଛନ୍ତି। ଏଥରକ ସେ ତେଲେଙ୍ଗାନାର ଯଦାଦ୍ରି-ଭୁବନଗିରି ଜିଲ୍ଲାର ତିନି ଅନାଥ ପିଲାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କେବଳ ଏତିକି ନୁହେଁ ତାଙ୍କର ସମସ୍ତ ଦାୟିତ୍ୱ ମଧ୍ୟ ନେଇଛନ୍ତି।

बच्चे

ଜଣେ ବ୍ୟକ୍ତି ଟ୍ଵିଟ୍‌ କରି ତିନି ଅନାଥ ପିଲାଙ୍କ ବିଷୟରେ ସୂଚନା ଦେଇଥିଲେ। ସେ ଲେଖିଥିଲେ ଏହି ତିନି ଜଣ ପିଲା ନିଜ ମା’ ବାପାଙ୍କୁ ହରାଇଛନ୍ତି। ଏମାନଙ୍କର କେହି ବଡ଼ ଭାଇ କିମ୍ବା ବନ୍ଧୁ ପରିଜନ ନାହାନ୍ତି। ଏଣୁ ଆପଣ ଏମାନଙ୍କୁ ସାହାଯ୍ୟ କରନ୍ତୁ। ଏହାର ଉତ୍ତରରେ ସୋନୁ ଲେଖିଥିଲେ ଏବେ ଏହି ଛୁଆ ଆଉ ଅନାଥ ନୁହନ୍ତି। ଏମାନଙ୍କର ସବୁ ଦାୟିତ୍ୱ ସେ ନେଉଛନ୍ତି।

ସୂଚନା ମୁତାବକ ଏହି ୩ ଛୁଆଙ୍କ ବାପା କିଛିଦିନ ତଳେ ମୃତ୍ୟୁବରଣ କରିଥିଲେ। ଏବେ ମା’ଙ୍କର ବି ଦେହାନ୍ତ ହୋଇଛି। ୩ ଛୁଆ ତାଙ୍କ ଦାଦିଙ୍କ ନିକଟରେ ରହୁଥିବା ବେଳେ ଦାଦି ବି ବୁଢ଼ୀ ହୋଇଗଲେଣି। ଏଣୁ ଏହି ଛୁଆଙ୍କ ଦାୟିତ୍ୱ ନେବାକୁ ସେଠାକାର ଜଣେ ସ୍ଥାନୀୟବ୍ୟକ୍ତି ସୋନୁ ସୁଦ୍‌ଙ୍କୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.