ସୌରଭ ଗାଙ୍ଗୁଲି ବାୟୋପିକ୍‌ କାମକରିବେ ହ୍ରିତିକ ! କିନ୍ତୁ ମାନିବାକୁ ପଡିବ ଗାଙ୍ଗୁଲିଙ୍କ ଏହି ସର୍ତ୍ତ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବିସିସିଆଇର ଅଧ୍ୟକ୍ଷ ରହିଛନ୍ତି। ଏହାପରେ ୟୁଏଇରେ ଆଇପିଏଲ୍‌ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ରହିଛନ୍ତି। ପ୍ରତିବର୍ଷ କୌଣସି ନା କୌଣସି ଖେଳାଳିଙ୍କ ବାୟୋପିକ୍‌ ପ୍ରସ୍ତୁତ ହେଉଛି। ଏହାକୁ ନେଇ ବହୁ ଦିନର ଗାଙ୍ଗୁଲିଙ୍କ ବାୟୋପିକ୍‌କୁ ନେଇ ଫ୍ୟାନ ଚାହିଁବସିଥିଲେ। ଏବେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୁଣିବାକୁ ମିଳୁଛି ହ୍ରିତିକ୍ ରୋସନ୍ ସାଜିବେ ଦାଦା।

ବିଶ୍ବ କ୍ରିକେଟରେ ‘ଦାଦା’ ଭାବେ ପରିଚିତ ତଥା ଭାରତ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ନଜର ଆସିବେ ହ୍ରିତିକ୍। ଏହା ବିଷୟରେ କୌଣସି ଅଧିକାରକ ସୂଚନା ମିଳିନଥିବା ବେଳେ ନେହା ଧୂପିଆଙ୍କ ଚାଟ୍ ସୋ’ରେ ସୌରଭ ପରୋକ୍ଷରେ ଏମିତି କିଛି ଇଙ୍ଗିତ ଦେବା ପରେ ବି-ଟାଉନରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି।

ସୋ’ରେ ନେହା ପଚାରିଥିଲେ, ଯଦି ଆପଣଙ୍କ ବାୟୋପିକ୍ ହୁଏ, ଆପଣଙ୍କ ଭୂମିକାରେ ଆପଣ କାହାକୁ ଦେଖିବାକୁ ଚାହିବେ? ଗାଙ୍ଗୁଲି ଉତ୍ତର ଦେଇଥିଲେ, ଏବେ ମୋ ମୁଣ୍ଡରେ ଏଭଳି କୌଣସି କଥା ନାହିଁ ଯେ କିଏ ତାଙ୍କ ଭୂମିକାରେ ଅଭିନୟ କରିବେ। କିନ୍ତୁ ଏହା ନିଶ୍ଚିତ କହିବି, ଯଦି ହ୍ରିତିକ୍ ଚାହିବେ, ତେବେ ମୋ ଭଳି ଶରୀର ତାଙ୍କୁ କରିବାକୁ ପଡ଼ିବ। ସମସ୍ତେ ହ୍ରିତିକଙ୍କ ସୁନ୍ଦର ଶରୀରର ଖୁବ୍ ପ୍ରଶଂସା କରୁଛନ୍ତି। ଲୋକେ କୁହନ୍ତି, ମୋତେ ହ୍ରିତିକଙ୍କ ଭଳି ଶରୀର କରିବା ଦରକାର, କିନ୍ତୁ ମୋ ମତରେ ଯଦି ମୋର ବାୟୋପିକ୍ ହୁଏ, ତେବେ ହ୍ରିତିକଙ୍କୁ ମୋ ଭଳି ଶରୀର ତିଆରି କରିବାକୁ ହେବ।

Leave A Reply

Your email address will not be published.