ବ୍ଲାକ କୋବ୍ରାକୁ ଗ୍ଲାସରେ ପାଣି ପିଆଇଲେ ଏହି ବ୍ୟକ୍ତି, ଭିଡ଼ିଓ ହେଉଛି ଖୁବ ଭାଇରାଲ

ସାପ ଏମିତି ବିଷଧର ଜୀବ ଯାହାକୁ ଦେଖିବା ମାତ୍ରେ ସମସ୍ତେ ଡରନ୍ତି। ଆଉ ତା ପାଖକୁ ଯିବା କଥା ଭାବିଲେ ତ ମନରେ ଛନକା ପଶିଯାଏ। ଯଦି ଏହି ପରିସ୍ଥିତିରେ ଆପଣଙ୍କୁ କୁହାଯିବ ଯେ ଶୋଷିଲା ସାପ ପାଖକୁ ଯାଇ ପାଣି ପିଆନ୍ତୁ । ତେବେ ଆପଣ ଯିବେ କି?

ହୁଏତ କେହି ବି ଯିବେନି। କାରଣ ନିଜ ଜୀବନ ପ୍ରତି ସମସ୍ତଙ୍କର ଲୋଭ ଅଛି। ନିଜ ଜୀବନକୁ ପାଣି ଛଡ଼ାଇ କିଏ କଣ ପାଇଁ ସାପକୁ ପାଣି ପିଆଇବାକୁ ଯିବ। ତେବେ ଏହି ଦୁଃସାହସିକ କାମ କେବଳ ସ୍ନେକ ହେଲ୍ପଲାଇନ କର୍ମକର୍ତ୍ତା ମାନେ ହିଁ କରିପାରିବେ। କାରଣ ସେମାନେ ଏଥିପାଇଁ ସଠିକ ଟ୍ରେନିଂ ନେଇଥାନ୍ତି। ସେମାନଙ୍କୁ ସାପକୁ କାବୁ କରିବା ପାଇଁ ସଠିକ ଟ୍ରିକ ମଧ୍ୟ ଜଣାଥାଏ। କିନ୍ତୁ ଏଠି ଜଣେ ବ୍ୟକ୍ତି ବିଷଧର ବ୍ଲାକ କୋବ୍ରାକୁ ଗ୍ଲାସରେ ପାଣି ପିଆଉଛନ୍ତି। ସେ ବି ନିଜ ହାତରେ ।

View this post on Instagram

 

A post shared by Royal Pythons (@royal_pythons_)

ବିଶ୍ୱାସ ନହେଲେ ବି ଘଟଣା ଟି ପୁରା ସତ। ଏହି ଭିଡ଼ିଓଟି ଅନଲାଇନ ପ୍ଲାଟଫର୍ମରେ ଖୁବ ଭାଇରାଲ ହେଉଛି। ଲକ୍ଷେରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ଭିଡ଼ିଓରେ ସାପ ପାଖକୁ ପ୍ରଥମେ ପାଣି ଗ୍ଲାସକୁ ନିଆଯାଉଛି। ତା ପରେ ଏହି ବିଷଧର ବ୍ଲାକ କୋବ୍ରା ଗ୍ଲାସରୁ ପାଣି ପିଉଛି। ଦେଖିବାକୁ ଯେତିକି ଭୟଙ୍କର ଲାଗୁଛି ସେତିକି ଭିଡ଼ିଓଟି କ୍ୟୁଟ ମଧ୍ୟ ହୋଇଛି। ଆଜ୍ଞା ବିଷଧର ହେଲେ ବି ତାର ବି ଜୀବନ ଅଛି ଆଉ ତାକୁ ବଞ୍ଚିବା ପାଇଁ ଖାଦ୍ୟ ଓ ପାଣିର ଆବଶ୍ୟକତା ରହିଛି। ଆପଣ ଦେଖିପାରୁଥିବେ ବିଷଧର ଜୀବ ହେଲେ ବି ପାଣି ପିଉଥିବା ସମୟରେ ସେ ବ୍ୟକ୍ତି ଉପରେ ଆକ୍ରମଣ କରୁନାହିଁ।

ଆପଣଙ୍କୁ କହିଦେବାକୁ ଚାହୁଁ ଯେ ଏହା ବ୍ଲାକ ନେକ୍‌ ସ୍ପିଟିଂ କୋବ୍ରା, ଯାହାର ଗୋଟିଏ ଚୋଟରେ ବ୍ୟକ୍ତିର କେଇ ସେକେଣ୍ଡରେ ମୃତ୍ୟୁ ହୋଇଯାଏ । ତେଣୁ ଏହି ଭିଡ଼ିଓ କିଛି ଜଣଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହାକୁ ଦେଖି ଭିଉର୍ସଙ୍କ ଅନେକ କମେଣ୍ଟ ଦେଇଛନ୍ତି। ସାପର ଏହି ଭାଇରାଲ ଭିଡ଼ିଓକୁ royal pythons ନାମର ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଛି। କ୍ୟାପସନରେ ଶୋଷିଲା କୋବ୍ରାକୁ ପାଣି ପିଆଉଥିବାର ଲେଖାଯାଇଛି। ଏହି ଭିଡ଼ିଓଟି ଗତ ସପ୍ତାହରେ ପୋଷ୍ଟ କରାଯାଇଥିଲା। ଏବେ ପର୍ଯ୍ୟନ୍ତ ୧ ଲକ୍ଷ ୨୨ ହଜାରରୁ ଅଧିକ ୟୁଜର୍ସ ଏହାକୁ ଦେଖିସାରିଲେଣି। ଲୋକମାନେ ଏହି ଭିଡ଼ିଓକୁ ଖୁବ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.