ମେଡିସିନ ଓ କସମେଟିକ ପାଇଁ ଏହି ପଶୁଙ୍କ ଉପରେ ହୋଇଥାଏ ଅଧିକ ରିସର୍ଚ୍ଚ, ଏଥିପାଇଁ ପ୍ରତିବର୍ଷ ୧୦ କୋଟି ପଶୁଙ୍କୁ କରାଯାଏ ହତ୍ୟା

ପଶୁ-ପକ୍ଷୀଙ୍କ ସଂରକ୍ଷଣ ପାଇଁ ବହୁତ କିଛି କାର୍ଯ୍ୟ କରାଯାଉଛି । କିଛି ପଶୁ-ପକ୍ଷୀଙ୍କ ବଂଶ ଲୋପ ପାଇଯାଉଥିବାରୁ ଏହା ସଂରକ୍ଷଣ ପାଇଁ ‘ବିଶ୍ୱ ପଶୁ କଲ୍ୟାଣ ଦିବସ’ ମଧ୍ୟ ଘୋଷଣା କରାଯାଇଛି । ଯାହାଦ୍ୱାରା ସେମାନଙ୍କ ସୁରକ୍ଷା ସମ୍ପର୍କରେ ଗୋଟିଏ ଦିନ ହେଉ ପଛେ ଚିନ୍ତା କରାଯିବା କଥା ।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରତିବର୍ଷ ଏହି ମନୁଷ୍ୟଙ୍କ କଲ୍ୟାଣ ପାଇଁ ରିସର୍ଚ୍ଚରେ କୋଟି କୋଟି ପଶୁ ପ୍ରାଣ ତ୍ୟାଗ କରନ୍ତି । ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ ପ୍ରତିବର୍ଷ ମେଡିସିନ ଓ କସମେଟିକ ରିସର୍ଚ୍ଚ ପାଇଁ ୧୦ କୋଟି ପଶୁ ଜୀବନ ହରାଇଥାନ୍ତି । ଆସନ୍ତୁ ଜାଣିବା ରିସର୍ଚ୍ଚ ପାଇଁ କିପରି ପ୍ରାଣ ତ୍ୟାଗ କରିଥାନ୍ତି ଏହି ନୀରିହ ପ୍ରାଣୀ ।

୧. ଆମେରିକାର ଗବେଷଣାଗାରରେ ରିସର୍ଚ୍ଚ ପାଇଁ ପ୍ରତିବର୍ଷ ୧୦ କୋଟିରୁ ଅଧିକ ପଶୁଙ୍କୁ ଜଳାଇ ଦିଆଯାଇଥାଏ,ଅପାଙ୍ଗ କରି ଦିଆଯାଇଥାଏ କିମ୍ବା ବିଷ ଦେଇ ମାରି ଦିଆଯାଇଥାଏ ।

୨. ମନୁଷ୍ୟ ଦେହରେ ପ୍ରୟୋଗ କରିବା ପୂର୍ବରୁ ପ୍ରାୟ ୯୨ ପ୍ରତିଶତ ମେଡିସିନର ପରୀକ୍ଷା ପଶୁଙ୍କ ଉପରେ ହୋଇଥାଏ । ଯାହାକି ପଶୁଙ୍କ ପାଇଁ ମାରାତ୍ମକ ହୋଇଥାଏ ।

୩. ମୂଷା, ପକ୍ଷୀ, ସରିସୃପ ଓ ଉଭୟଚର ପ୍ରାଣୀଙ୍କ ଉପରେ ହେଉଥିବା ଗବେଷଣାଗାରରେ ପ୍ରାଣୀ ସୁରକ୍ଷା ଆଇନକୁ ଧରାଯାଇ ନଥାଏ ।

୪. ଆମେରିକା ଗବେଷଣାଗାରରେ ପ୍ରାୟ ୯୦ ପ୍ରତିଶତ ପଶୁଙ୍କ ଉପରେ ହେଉଥିବା ଅଧ୍ୟୟନକୁ ରେକର୍ଡ କରାଯାଇ ନଥାଏ ।

୫. ଦୁନିଆର ସବୁଠୁ ବଡ଼ କସମେଟିକ ବଜାର ୟୁରୋପ,ଇଜ୍ରାଏଲ ଓ ଭାରତରେ ସୌନ୍ଦର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ପରୀକ୍ଷଣ ପଶୁଙ୍କ ଉପରେ କରାଯାଇଥାଏ ।

୬. AWA ର ନିୟମ ଅନୁଯାୟୀ ରିଜର୍ଭ ପଶୁଙ୍କ ଉପରେ ଅତ୍ୟାଚାର କରାଯାଇପାରେ । ଏଥିପାଇଁ କୌଣସି ଆଇନରେ ଦଣ୍ଡ ପ୍ରାବଧାନ ନାହିଁ ।

୭. ହ୍ୟୁମାନ ସୋସାଇଟି ଅନୁଯାୟୀ, ଏକ କୀଟନାଶକର ପଂଜିକରଣ ପାଇଁ ୫୦ ରୁ ଅଧିକ ଏକ୍ସପେରିମେଣ୍ଟର ଆବଶ୍ୟକ ରହିଛି । ଏଥିପାଇଁ ପ୍ରାୟ ୧୨ ହଜାର ପଶୁଙ୍କୁ ବ୍ୟବହାର କରାଯାଇଥାଏ ।

୮. କିଛି ପରୀକ୍ଷାରେ ପଶୁଙ୍କୁ ୨ ବର୍ଷ ଯାଏ ପ୍ରତି ଦିନ ଗୋଟିଏ ପଦାର୍ଥ ଦିଆଯାଇଥାଏ । ଅନ୍ୟ କେତେକ ପଶୁଙ୍କୁ ମାରି ତାଙ୍କର ଭୃଣ ଉପରେ ପରୀକ୍ଷଣ ମଧ୍ୟ କରାଯାଏ ।

୯. କେତେକ କସମେଟିକର ପରୀକ୍ଷଣ ସାଧାରଣତଃ ମୂଷା, ଠେକୁଆ ଓ ଘୁଷୁରୀ ଉପରେ କରାଯାଇଥାଏ ।

Leave A Reply

Your email address will not be published.