କଣ ନିଶ୍ୱାସ ନେବାରେ କଷ୍ଟ ହେଉଛି, ତାହେଲେ ଏପରି ବଢ଼ାନ୍ତୁ ଅକ୍ସିଜେନ ସ୍ତର

କରୋନା ଭାଇରସର ଦ୍ୱିତୀୟ ଲହର ପୂରା ଦେଶକୁ ଏକଦମ୍‌ ଦୋହଲାଇ ରଖିଛି। ହସପିଟାଲରେ ଆଇସିୟୁ ବେଡ ଏବଂ ଅକ୍ସିଜେନ ଅଭାବ ହେବା କାରଣରୁ ମଧ୍ୟ ପରିସ୍ଥିତି ଏବେ ଆହୁରି ସୋଚନୀୟ ହୋଇଗଲାଣି। ଏମିତି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଘରେ ରହି ଆରୋଗ୍ୟ ହେବାକୁ ପରାମର୍ଶ ଦେଉଛନ୍ତି।

ଡାକ୍ତରଙ୍କ କହିବାନୁଯାୟୀ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲେ ସୁଦ୍ଧା ଆପଣଙ୍କୁ ହସପିଟାଲ ଆସିବାର ଆବଶ୍ୟକ ନାହିଁ। ଆଉ ଯଦି ଅକ୍ସିମିଟରରେ ଅକ୍ସିଜେନ ଲେବଲ ଲଗାତର ୯୦ ତଳଗୁ ଆସୁଛି ତାହେଲେ ଯାଇ ହସ୍ପିଟାଲ ଯାଆନ୍ତୁ। ଏହାବ୍ୟତୀତ ଯେଉଁ ଲୋକଙ୍କୁ କିମ୍ବା କରୋନା ରୋଗୀ ଘରେ ସଂଗରୋଧ ଅଛନ୍ତି ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଛି ତାହେଲେ ସେମାନଙ୍କୁ କିଛି କଥାକୁ ନିଶ୍ଚୟ ଧ୍ୟାନରେ ରଖିବା ଆବଶ୍ୟକ।

amlajanଏକ ରିପୋର୍ଟ ଅନୁଯାୟୀ ଶରୀରରେ ଅକ୍ସିଜେନର ଅଭାବ ହେବା ଦ୍ୱାରା ଗ୍ୟାସ ଷ୍ଟୋଭ୍‌, ମହମବତୀ, ଫାୟାର ପ୍ଲେସ, ବିଜୁଳି କିମ୍ବା ଗ୍ୟାସ ହିଟର ଭଳି ଜିନିଷ ଠାରୁ ପ୍ରାୟ ୫ ଫୁଟ ଦୂରତା ରଖା କରନ୍ତୁ। କାହିଁକିନା ଏହିସବୁ ଜିନିଷ ଆପଣଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେବ।

ପେଟ୍ରୋଲିୟମ, ଅଏଲ, ଗ୍ରିସ ବେସଡ କ୍ରୀମ କିମ୍ବା ଭେସେଲିନ୍‌ ଭଳି କୌଣସି ବି ପ୍ରଡକ୍ଟକୁ ଛାତି କିମ୍ବା ଶରୀରର କୌଣସି ଭାଗରେ ଲଗାନ୍ତୁନାହିଁ। ଯଦି ଆପଣ ନିଶ୍ୱାସ ନେବାରେ ଟିକିଏ ବି କଷ୍ଟ ଅନୁଭବ କରୁଛନ୍ତି ତାହେଲେ ଭୁଲରେ ବି ଧୂମ୍ରପାନ କରନ୍ତୁନାହିଁ। କେବଳ ଏତିକି ନୁହେଁ ସିଗାରେଟ, ବିଡି ପିଉଥିବା ଲୋକଙ୍କ ଠାରୁ ବି ଦୂରତା ରକ୍ଷା କରନ୍ତୁ। ଘରେ ବ୍ୟବହୃତ ହେଉଥିବା ସୁଗନ୍ଧିତ ଅଗରବତୀ କିମ୍ବା ଧୂପବତୀ ଧୂଆଁର ସଂସ୍ପର୍ଶରେ ଆସନ୍ତୁନାହିଁ।

axijenଯଦି ଆପଣ ଅକ୍ସିଜେନ କନସେନଟଟର୍ସର ବ୍ୟବହାର କରୁଛନ୍ତି ତାହେଲେ ନିଜ କବାଟ ଝରକାକୁ ଖୋଲିକି ରଖନ୍ତୁ। ଅକ୍ସିଜେନ୍‌ କନସେନଟଟର୍ସ ଆଖପାଖର ସମସ୍ତ ବାୟୁକୁ ଏକାଠି କରି ଅକ୍ସିଜେନ୍‌ ସୃଷ୍ଟି କରିଥାଏ। କନସେନଟଟର୍ସ ବାୟୁରୁ ନାଇଟ୍ରୋଜେନକୁ ବାହାର କରି ଅକ୍ସିଜେନ ତିଆରି କରିଥାଏ ଏବଂ ତାକୁ ନେଇ ରୋଗୀ ପାଖରେ ପହଁଚାଇଥାଏ। ତାଜା ପବନ ମିଳିବା ଦ୍ୱାରା କନସେନଟଟର୍ସ ନିଜ କାମ ଆହୁରି ଭଲ ଭାବେ କରିପାରେ।

ଗଛଲତା ଆମ ମଣିଷଙ୍କର ଠିକ ବିପରୀତ ହୋଇଥାଏ। ଏହା କାର୍ବନ ଡାଇଅକ୍ସାଇଡ ଠାରୁ ନେଇ ଅକ୍ସିଜେନକୁ ମଧ୍ୟ ଉତ୍ପନ୍ନ କରିଥାଏ। ଯଦି ଆପଣ ହୋମ କ୍ୱାରେନଟାଇନରେ ଅଛନ୍ତି ତାହେଲେ ଆପଣ ଆପଣଙ୍କ ଘରେ କିଛି ଭଳ ଇଣ୍ଡୋର ପ୍ଲାଣ୍ଟ ଲଗାନ୍ତୁ। ଏମିତି କରିବା ଦ୍ୱାରା ଆପଣ ସବୁବେଳେ ଫ୍ରେସ୍‌ ଏୟାର ଭିତରେ ରହିବେ।

waterଏମିତି ପରିସ୍ଥିତରେ ଶରୀରକୁ କେବେବି ଡିହାଇଡ୍ରେଟ ହେବାକୁ ଦିଅନ୍ତୁନାହିଁ। ପାଣିର ବୈଜ୍ଞାନିକ ସୂତ୍ର ହେଉଛି ଏଚଟୁଓ। ଏଠାରେ ଓର ଅର୍ଥ ହେଉଛି ଅକ୍ସିଜେନ। ତେଣୁ ଶରୀରରେ ପାଣିର ପର୍ଯ୍ୟାପ୍ତ ମାତ୍ରା ଥିଲେ ରକ୍ତରେ ଅକ୍ସିଜେନର ଅଭାବ ରହେନାହିଁ। ଏଥିପାଇଁ ଡିଆଇଡ୍ରେଟକୁ ଦୂର କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ।

ନିୟମିତ ମେଡିଟେସନ କରନ୍ତୁ। ନିଜ ନିଶ୍ୱାସ ପ୍ରଶ୍ୱାସରେ ଫୋକସ କରନ୍ତୁ। ଦିନରେ କିଛି ମିନିଟ ପଯ୍ୟର୍ନ୍ତ ଲମ୍ବା ନିଶ୍ୱାସ ନେବା ଅଭ୍ୟାସ ଆପଣଙ୍କୁ ନିଶ୍ଚୟ ଫାଇଦା ଦେବ। ଏହାଦ୍ୱାରା ନା କେବଳ ଅର୍ଗାନ୍ସକୁ ଭଲଭାବେ ଅକ୍ସିଜେନ ମିଳିଥାଏ ବରଂ ଚିନ୍ତା ବିଶାଦ ମଧ୍ୟ ଦୂର ହୋଇଥାଏ।

ଅକ୍ସିଜେନ ଯୁକ୍ତ ଖାଦ୍ୟ ପଦାର୍ଥ ମଧ୍ୟ ଶରୀରରେ ଅକ୍ସିଜେନ ଲେବଲକୁ କେଣ୍ଟ୍ରାଲ କରିବାରେ ସାହାଯ୍ୟ କରିପାରେ। ଖାଦ୍ୟରେ ଲୋ ସୋଡିୟମ ଡାଏଟର ସେବନ କରନ୍ତୁ। କାହିଁକିନା ଏହି ଡାଏଟ କିଡନୀ ଏବଂ ବ୍ଲଡକୁ ଯାଉଥିବା ଅକ୍ସିଜେନକୁ ବଢ଼ାଇବା କାମ କରିଥାଏ।

ତେବେ ଏହିସବୁ ବ୍ୟତୀତ ଯଦି ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅଧିକ କଷ୍ଟ ଅନୁଭବ ହେଉଛି ତାହେଲେ ଆପଣ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.