ମୃତ୍ୟୁ ସମୟ ଆଗତ ହେଲେ ସବୁ ବ୍ୟକ୍ତିଙ୍କ ଠାରେ ଦେଖାଯାଏ ଏହି ୧୦ଟି ସଙ୍କେତ, ଶୁଣିଲେ ଥରିଯିବ ଛାତି
ମୃତ୍ୟୁ ହେଉଛି ଧ୍ରୁବ ସତ୍ୟ। ଜନ୍ମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ। ଜଣେ ପୃଥିବୀ ପୃଷ୍ଠରେ ଜନ୍ମ ନେଇଛି ମାନେ ଦିନେ ନା ଦିନେ ତାର ମୃତ୍ୟୁ ଘଟିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ମୃତ୍ୟୁକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣିତ ହୋଇଛି। ମୃତ୍ୟୁ ଆସନ୍ନ ହେଲେ ବ୍ୟକ୍ତିଠାରେ ବିଭିନ୍ନ ପରିବର୍ତ୍ତନ ଦେଖାଦିଏ। ଆସନ୍ତୁ ଜାଣିବା ମୃତ୍ୟୁ ବେଳେ ଘଟୁଥିବା ୧୦ଟି ସଙ୍କେତ ବିଷୟରେ ଯାହା ମୃତ୍ୟୁ ଆଡ଼କୁ ଟାଣି ହୋଇ ଯାଉଥିବା ବ୍ୟକ୍ତିକୁ ଜଣାପଡ଼େ ।
୧. ଯେତେବେଳେ ଜଣେ ବ୍ୟକ୍ତିଙ୍କୁ ପାଣି, ତେଲ, ଦର୍ପଣ ଆଦିରେ ନିଜ ପ୍ରତିଛବି ଦେଖାଯିବା ବନ୍ଦ ହୋଇଯାଏ, ଶାସ୍ତ୍ର ଅନୁସାରେ ତାଙ୍କ ମୃତ୍ୟୁ ବେଳ ଆଗତ ହୋଇଗଲା ବୋଲି ବିଶ୍ୱାସ କରାଯାଏ।
୨. ମୃତ୍ୟୁ ନିକଟତର ହେଲେ ବ୍ୟକ୍ତିର ଦୃଷ୍ଟିଶକ୍ତି ହ୍ରାସ ପାଏ। ଫଳରେ ସେ ଆଖପାଖରେ ଥିବା ଲୋକଙ୍କୁ ଚିହ୍ନିପାରେ ନାହିଁ।
୩. ଶେଷ ସମୟରେ ଜୀବନର ସମସ୍ତ ଭଲ ମନ୍ଦ କର୍ମ ବ୍ୟକ୍ତିର ଆଖି ଆଗରେ ନାଚିଯାଏ। ସମସ୍ତ ଛୋଟ ବଡ଼ ଘଟଣା ଏହି ସମୟରେ ଦୃଶ୍ୟମାନ ହୋଇଥାଏ।
୪. ଯିଏ ଭଲ କାମ କରିଥାଏ ଶେଷ ସମୟରେ ତାଙ୍କ ସାମ୍ନାରେ ଏକ ଦିବ୍ୟ ପ୍ରକାଶ ନଜର ଆସିଥାଏ। ଫଳରେ ମୃତ୍ୟୁ ବେଳେ ସେ ଆଦୌ ଭୟଭୀତ ହୋଇନଥାନ୍ତି।
୫.ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯେତେବେଳେ ପ୍ରାଣୀର ମୃତ୍ୟୁ ସମୟ ନିକଟତର ହୋଇଯାଏ, ସେତେବେଳେ ସ୍ୱୟଂ ଯମରାଜ ତାଙ୍କ ସମ୍ମୁଖରେ ପ୍ରକଟ ହୋଇଯାଆନ୍ତି।
୬.କୁକର୍ମ କରିଥିବା ବ୍ୟକ୍ତିର ମୃତ୍ୟୁ ପାଖେଇ ଆସିଲେ ତା’ ସାମ୍ନାରେ ଯମରାଜଙ୍କ ଭୟଙ୍କର ଦୂତ ଆସି ଉଭା ହୁଏ, ଫଳରେ ସେ ଭୟରେ ରହିଥାଏ।
୭.ଶରୀର ତ୍ୟାଗ କରିବା ସମୟରେ ବ୍ୟକ୍ତିର ସ୍ୱର ବନ୍ଦ ହୋଇଯାଏ ଏବଂ ସେ କିଛି କହିବାକୁ ଚାହିଁଲେ ମଧ୍ୟ କହିପାରେ ନାହିଁ। ଗଳାକୁ କେହି ଚିପି ଧରିବା ଭଳି ତଣ୍ଟି ଘଡ଼ ଘଡ଼ ହୁଏ।
ଏହାସହ ପଢନ୍ତୁ: ବାରମ୍ବାର ବାହାଘର ଭାଙ୍ଗୁଥିଲେ ଏହି ବାସ୍ତୁ ଟିପ୍ସ ପାଳନ କରନ୍ତୁ ଓ ମାସେ ଭିତରେ ଦେଖନ୍ତୁ ଫାଇଦା
୮. ଆତ୍ମା ଜୀବନର ସମସ୍ତ ଘଟଣା ତଥା କର୍ମକୁ ନେଇ ଶରୀର ତ୍ୟାଗ କରିଥାଏ।
୯. ଯମଦୂତ ବ୍ୟକ୍ତିର ଅଭୌତିକ ଶରୀରକୁ ନିଜ ସହ ଯମରାଜଙ୍କ ଦରବାରକୁ ନେଇଯାଏ।
୧୦.ମୃତ୍ୟୁ ପରେ ପାପୀ ମନୁଷ୍ୟକୁ ପ୍ରାୟ ୨୪ ଘଣ୍ଟା ମଧ୍ୟରେ ଯମଦୂତମାନେ ବାୟୁମାର୍ଗରେ ଯମଲୋକ ନେଇଯାଇଥାନ୍ତି। ସେଠାରେ ବ୍ୟକ୍ତିର କର୍ମ ଲେଖାଯାଏ। ପରେ ଯମଦୂତ ପୁଣିଥରେ ବ୍ୟକ୍ତିର ଶରୀରକୁ ପୃଥିବୀକୁ ନେଇ ଆସନ୍ତି।