କାର ବନେଟରେ ଲୁଚିଥିଲା ୧୦ ଫୁଟର ଅଜଗର, ବାହାରିବା ମାତ୍ରେ ଏମିତି କିଛି କଲା, ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ମଣିଷ ଛାନିଆ ହୋଇପଡେ। ତାହା ଛୋଟ ହେଉ କି ବଡ କିମ୍ବା ବିଷଧର ହେଉ କି ବିଷଧର ନୁହେଁ। ଆଉ ଯଦି ଏହି ସାପ ଆପଣଙ୍କ ଦୈନନ୍ଦିନ ଜୀବନରେ ବବହାର କରୁଥିବା ଜିନିଷରୁ ମିଳିଯାଏ, ତେବେ ତ କଥା ସରିଲା। ଆପଣଙ୍କ ଅଜାଣତରେ ଯେତେବେଳେ ଏହି ଜନ୍ତୁକୁ ମଣିଷ ଦେଖେ ସବୁ ଜ୍ଞାନ ହରାଇବସେ। ଏମିତି ଏକ ଅଜବ ଘଟଣା ଫ୍ଲୋରିଡାରେ ଦେଖିବାକୁ ମିଳିଛି।

ଏଠାରେ ଥିବା ଏକ କାର୍ ଭିତରୁ ୧୦ ଫୁଟ୍ ଲମ୍ୱର ଏକ ବର୍ମିଜ୍ ଅଜଗର ଉଦ୍ଧାର ହୋଇଛି। ସେ କାର୍ ଭିତରେ ହୁଡରେ ଲୁଚିକି ରହିଥିଲା। ଯେମିତି କାର୍ ମାଲିକ ଦେଖିଲେ ତାଙ୍କର ହୋସ୍ ଉଡିଗଲା । ସେ ତୁରନ୍ତୁ ବନ୍ୟଜନ୍ତୁ ଅଧିକାରୀଙ୍କୁ ଡାକିଥିଲେ । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ୍ ଭାଇରାଲ ହେଉଛି ।

ମେଓର ବ୍ଲୁମେନଫେଲ୍ଡ ଫ୍ଲୋରିଡାର ମାଛ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ଅଧିକାରୀଙ୍କର ଏକ ଭିଡ଼ିଓ ରେକର୍ଡ କରିଥିଲେ , ଯେଉଁଥିରେ ସେମାନେ କାର୍ରୁ ବିଶାଳ ସାପକୁ ବାହାର କରାଯିବାର ଦେଖିବାକୁ ମିଳିଥିଲା। ଭିଡ଼ିଓରେ ନଜର ଆସୁଥିଲା କି ଯେମିତି ଅଧିକାରୀ ଅଜଗରକୁ ଉଠାଉଥିଲେ, ସେ ନିଜକୁ ଛଡ଼ାଇବାରୁ ଚେଷ୍ଟା କରୁଥିଲା କିନ୍ତୁ ଦୁଇ ଜଣ ଅଧିକାରୀ ସାପକୁ ଧରି ତାଙ୍କ ବ୍ୟାଗ୍ରେ ପକାଇ ଦେଲେ।ଏହି ଭିଡ଼ିଓଟି ଏବେ ବହୁତ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.