ଜାଣନ୍ତୁ ଦୁନିଆର ୧୦ଟି ରହସ୍ୟମୟ ମୃତଦେହ, ଆଜି ବି ଦେହରୁ ଝରୁଛି ତାଜା ରକ୍ତ!

ସାଧାରଣତଃ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବାର କିଛି ସମୟ ପରେ ମୃତଦେହ ଖରାପ ହେବାରେ ଲାଗିଥାଏ। ଆଉ ତାହାକୁ ଅଧିକ ସମୟ ଯାଏ ରଖିବା ବହୁତ ମୁସ୍କିଲ ହୋଇଯାଏ। କିନ୍ତୁ ଦୁନିଆରେ ଏମିତି କିଛି ଲୋକଙ୍କ ମୃତଦେହ ଅଛି, ଯାହାକି ଅନେକ ବର୍ଷ ପରେ ମଧ୍ୟ ସେହିଭଳି ସତେଜ ଆଉ ସୁରକ୍ଷିତ ରହିଛି। ତେବେ ଏହି ମୃତଦେହଗୁଡ଼ିକ ମଧ୍ୟରୁ କେତେକ ମୃତଦେହକୁ ସତେଜ ରଖିବା ପାଇଁ କିଛି ଉପାୟ ଆପଣା ଯାଇଥିଲା, କିନ୍ତୁ କିଛି ମୃତଦେହ ଆପେ ଆପେ ସତେଜ ରହିଛି। ଏହି ମୃତଦେହ ବିଷୟରେ ଜାଣିଲେ, ଆପଣଙ୍କୁ ବି ଅଜବ ଲାଗିବ। ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ, ଏତେ ଲମ୍ବା ସମୟ ବିତିଯିବା ପରେ ବି କିପରି ଜଣଙ୍କ ମୃତଦେହ ସୁରକ୍ଷିତ ରହିପାରିବ? ଆସନ୍ତୁ ଜାଣିବା, ଦୁନିଆର ଏମିତି ହିଁ କିଛି ରହସ୍ୟମୟ ମୃତଦେହ ବିଷୟରେ।

dead1

୧.ସେଣ୍ଟ୍‌ ଜିଟା

ଇଟାଲିର ଲୁକାରେ ଥିବା ବାସିଲିକା ଡି ସାନ୍‌ ଫ୍ରେଡିଆନୋରେ ସେଣ୍ଟ୍‌ ଜିଟାଙ୍କୁ କବର ଦିଆଯାଇଛି। ସେ ଜଣେ କ୍ୟାଥୋଲିକ୍‌ ସନ୍ଥ ଥିଲେ। ଆଉ ଦରିଦ୍ରମାନଙ୍କର ଦେଖାଶୁଣା କରୁଥିଲେ। ଲୋକେ ଦାବି କରନ୍ତି, ୧୨୭୨ରେ ଯେବେ ସେଣ୍ଟ ଜିଟାଙ୍କ ମୃତ୍ୟୁ ଘଟିଥିଲା, ସେବେ ଆକାଶରେ ତାରା ଦେଖାଯାଇଥିଲା। ୧୫୮୦ରେ ତାଙ୍କ ମୃତଦେହକୁ ଯେତେବେଳେ ଖୋଳି ବାହାର କରାଗଲା, ସେତେବେଳେ ସେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଭାବେ ମିଳିଥିଲେ। ୧୬୯୬ରେ ତାଙ୍କୁ ସନ୍ଥ ଘୋଷିତ କରାଯାଇଥିଲା।

dead2

୨.ଜନ୍‌ ଟୋରିଙ୍ଗଟନ୍‌

୧୮୪୬ରେ ଇଂଲିଶ ଅଫିସର ଜନ୍‌ ଟୋରିଙ୍ଗଟନ୍‌ ନର୍ଥେଓ୍ଵଷ୍ଟ ପେସେଜ୍‌ ସନ୍ଧାନ ଅଭିଯାନରେ ଲାଗିଥିଲେ। ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ସେ ମାତ୍ର ୨୨ ବର୍ଷର ଥିଲେ। ମୃତ୍ୟୁ ପରେ ତାଙ୍କ ମୃତଦେହକୁ କାନାଡାରେ ଆର୍କଟିକ୍‌ ବାରୁନ୍‌ ଟୁନ୍ଦ୍ରାରେ କବର ଦିଆଯାଇଥିଲା। ୧୯୮୪ରେ ଯେତେବେଳେ ଏହି କବରକୁ ସ୍ଥାନାନ୍ତର କରିବା ପାଇଁ ଖୋଳାଯାଇଥିଲା, ସେତେବେଳେ ସମସ୍ତେ ଚକିତ ହୋଇଯାଇଥିଲେ। ଟୋରିଙ୍ଗଟନଙ୍କ ମୃତଦେହ ଯେମିତି ପୂର୍ବରୁ ଥିଲା, ସେମିତି ହିଁ ଦେଖିବାକୁ ମିଳିଥିଲା। ସେହି ସମୟରେ ମିଡିଆରେ ଏ ନେଇ ଅନେକ ଖବର ପବ୍ଲିସ୍‌ ହୋଇଥିଲା।

dead4

୩.ଲା ଡୋସେଁଲା

ଦକ୍ଷିଣ ଆମେରିକାରେ ୟୁରୋପିଆନ୍‌ ଲୋକ ପହଞ୍ଚିବା ପୂର୍ବରୁ ଇଣ୍ଡିଜ୍‌ ପର୍ବତର ଏକ ଉଚ୍ଚ ଜାଗାରେ ଜଣେ ଇଙ୍କା ମହିଳାଙ୍କୁ ବଳି ଦିଆଯାଇଥିଲା। ପାହାଡ଼ର ବାତାବରଣରେ ମହିଳାଙ୍କ ଶରୀର ସୁରକ୍ଷିତ ରହିଥିଲା। ପାଖାପାଖି ୫୦୦ ବର୍ଷ ପରେ ଲା ଡୋସେଁଲାଙ୍କ ମୃତଦେହ ବରଫରେ ଜମି ରହିଥିବା ଅବସ୍ଥାରେ ମିଳିଥିଲା।

dead3

୪.ଡେଶୀ-ଡୋର୍‌ଜହୋ ଇଟିଗିଲୋବ୍‌

ଡୋର୍‌ଜହୋ ଇଟିଗିଲୋବ୍‌ ଜଣେ ବୌଦ୍ଧ ଭିକ୍ଷୁ ଥିଲେ। ୧୯୨୭ରେ ଧ୍ୟାନ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତଦେହକୁ ଠିକ୍‌ ସେମିତି ହିଁ ପୋଜିଶନରେ ସମାଧି ଦିଆଯାଇଥିଲା। ୧୯୫୫ରେ ଡୋର୍‌ଜହୋଙ୍କ ଅନୁମାଗୀମାନେ ଯେତେବେଳେ ତାଙ୍କ ସମାଧିକୁ ଖୋଳିଥିଲେ, ସମସ୍ତେ ଚକିତ ହୋଇଗଲେ। କାରଣ, ଧ୍ୟାନ ପୋଜିଶନରେ ହିଁ ତାଙ୍କ ମୃତଦେହ ମିଳିଥିଲା। ଏହାପରେ ମୃତଦେହକୁ ଇଟିଗେଲ୍‌ ଖାମ୍ବୟନ ପ୍ୟାଲେସ ଟେମ୍ପଲରେ ରଖି ଦିଆଯାଇଥିଲା।

dead5

୫.ଲେଡି ଜିନ୍‌ ଝୁଇ

ଏହା ଦୁନିଆର ସବୁଠାରୁ ସୁରକ୍ଷିତ ମମି ମଧ୍ୟରୁ ଗୋଟିଏ। ଲେଡି ଜିନ୍‌ ଝୁଇ ହାନ୍‌ ରାଜବଂଶର ଜଣେ ରାଜନୀତିଜ୍ଞଙ୍କ ପତ୍ନୀ ଥିଲେ। ତାଙ୍କ ମୃତ୍ୟୁ ଖ୍ରୀଷ୍ଟପୂର୍ବ ୧୬୩ ଶତାବ୍ଦୀରେ ହୋଇଥିଲା। ୨୦୦୦ ବର୍ଷ ପରେ ୧୯୭୨ରେ ଯେବେ ତାଙ୍କ ସମାଧି ଖୋଳାଯାଇଥିଲା, ସେବେ ମୃତଦେହ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନଜର ଆସିଥିଲା। ଏପରି କି, ତାଙ୍କ ଶିରାପ୍ରଶିରାରୁ ରକ୍ତ ବାହାରୁଥିଲା। ହାର୍ଟ ରୋଗରେ ତାଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରିଥିଲେ।

dead6

୬.ରୋସାଲିଆ ଲୋମ୍ବାର୍ଡୋ

ସିିସଲିର ରାଜଧାନୀ ପାଲେର୍ମୋରେ ଦୁଇବର୍ଷର କୁନି ଝିଅ ରୋସାଲିଆ ଲୋମ୍ବାର୍ଡୋର ମୃତଦେହ ରଖାଯାଇଛି, ଯାହାଙ୍କ ମୃତ୍ୟୁ ୧୯୨୦ରେ ହୋଇଥିଲା। ତାଙ୍କ ବାପା ବିଶେଷଜ୍ଞଙ୍କ ମାଧ୍ୟମରେ ଝିଅର ମୃତଦେହକୁ ସୁରକ୍ଷିତ ରଖିଥିଲେ। ଏଥିପାଇଁ ବିଶେଷଜ୍ଞମାନେ ଆଲକୋହଲ, ସେଲିସାଇଲିକ୍‌ ଏସିଡ୍‌ ଏବଂ ଗ୍ଲିସରିନ୍‌ର ମିଶ୍ରଣକୁ ମିଶାଇ କେମିକାଲ ପ୍ରସ୍ତୁତ କରିଥିଲେ। ଆଉ ଏହାଦ୍ୱାରା ମୃତଦେହ ଆଜି ବି ସୁରକ୍ଷିତ ରହିଛି।

dead7

୭.ଭ୍ଲାଦିମିର୍‌ ଲେନିନ୍‌

ସୋଭିୟତ୍‌ ସଂଘର ନେତା ଭ୍ଲାଦିମିର୍‌ ଲେନିନ୍‌ ୧୯୨୪ରେ ମୃତ୍ୟୁବରଣ କରିଥିଲେ। ସୋଭିୟର୍‌ ସରକାର ଆଗାମୀ ପିଢ଼ିଙ୍କୁ ଜଣାଇବା ପାଇଁ ତାଙ୍କ ମୃତଦେହକୁ ସୁରକ୍ଷିତ ରଖିଥିଲେ। ଏଥିପାଇଁ ମୃତଦେହକୁ କେମିକାଲରେ ଗାଧୋଇ ଦିଆଯାଇଥାଏ। ଆଉ ଇଞ୍ଜେକ୍ସନ ଲଗାଯାଇଥାଏ। ଆଜି ମଧ୍ୟ ଲେନିନ୍‌ଙ୍କ ମୃତଦେହ ଜୀବିତ ଥିବା ଭଳି ମନେ ହୋଇଥାଏ।

dead8

୮.ଟୋଲୁଣ୍ଡ ମ୍ୟାନ୍‌

ଡେନମାର୍କର ଜଟଲ୍ୟାଣ୍ଡ ପେନିନ୍‌ସୁଲାରେ ଟୋଲୁଣ୍ଡ ମ୍ୟାନ୍‌ଙ୍କ ମୃତଦେହ ସୁରକ୍ଷିତ ଭାବେ ରହିଛି। ଏଠାରେ ମୃତଦେହକୁ ମାଟିରେ ଲେପ ଦିଆଯାଇ ରଖାଯାଇଛି। ଏହି ମୃତଦେହ ପାଖାପାଖି ୩୩୫୯ରୁ ୩୧୦୫ ବିସିଇ ମଧ୍ୟବର୍ତ୍ତୀ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି।

ଏହାସହ ପଢ଼ନ୍ତୁ: ଦାନ ଦେବା ବେଳେ କିନ୍ନରଙ୍କୁ କୁହନ୍ତୁ ଏହି ୩ଟି ଶବ୍ଦ, ଆପଣଙ୍କ ଘରେ ହେବ ଧନର ବର୍ଷା

daed9

୯.ଓତଜି

ଇଟାଲିର ସାଉଥ୍‌ ଟେୟରୋଲରେ ଥଣ୍ଡା ଯୋଗୁ ଏହି ମୃତଦେହ ଆଜି ବି ସୁରକ୍ଷିତ ରହିଛି। ଏହା ମଧ୍ୟ ୩୩୫୯ରୁ ୩୧୦୫ ବିସିଇ ମଧ୍ୟବର୍ତ୍ତୀ ବୋଲି କୁହାଯାଉଛି। ଏହା ୟୁରୋପର ସବୁଠାରୁ ପୁରାତନ ମିମି ଅଟେ। ମୃତଦେହରେ ଯେଉଁ କପଡ଼ା ରହିଛି, ତାହା ଘାସ ଏବଂ ଚମଡ଼ାରେ ତିଆରି ହୋଇଛି। ମୃତଦେହ ପାଖରେ ଏକ କୁରାଢ଼ି, ଛୁରୀ ଏବଂ ହାତ ମୁଠାରେ ଏକ ଫଳ ରହିଛି।

dead10

୧୦.ସନ୍ଥ ଫ୍ରାନ୍‌ସିସ ଜାଭିୟର

ଭାରତରେ ପୁରୁଣା ଗୋଆରେ ଥିବା ‘ବାସିଲିକା ଅଫ୍‌ ବୋମ୍‌ ଜିସୁସ୍‌’ରେ ସନ୍ଥ ଫ୍ରାନ୍‌ସିସ ଜାଭିୟରଙ୍କ ମୃତଦେହ ଆଜି ମଧ୍ୟ ସତେଜ ରହିଛି। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୪୬୦ ବର୍ଷ ହେବ ଏହି ମୃତଦେହ ଉପରେ କୌଣସି ଲେପ ଦିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.