ଚାଣକ୍ୟଙ୍କୁ ଭାରତର ବଡ଼ ବିଦ୍ବାନ ମାନଙ୍କ ମଧ୍ୟରେ ଗଣାଯାଏ । ଜଣେ ଅବୋଧ ବାଳକକୁ ନିଜ ବିଦ୍ବତା ଦମରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବନାଇଦେଇଥିଲେ ଚାଣକ୍ୟ । ତାଙ୍କୁ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଜଣାଯାଉଥିଲା । ଚାଣକ୍ୟ ଜଣେ ଭଲ ଶିକ୍ଷକ ହେବା ସହ ଅର୍ଥଶାସ୍ତ୍ର, ନୀତିଶାସ୍ତ୍ର ଏବଂ ଦର୍ଶନଶାସ୍ତ୍ରରେ ମଧ୍ୟ ବିଦ୍ବାନ ଥିଲେ ।
ଚାଣକ୍ୟଦ୍ବାରା ରଚିତ ନୀତିଶାସ୍ତ୍ର ଏକ ଏମିତି ଗ୍ରନ୍ଥ, ଯଦି ସେଥିରେ ଲେଖାଯାଇଥିବା ପ୍ରତ୍ୟେକ କଥାକୁ ନିଜ ଜୀବନରେ ଲାଗୁକରିବେ ତେବେ ସୁଖର ସ୍ବାଦ ଚାଖିପାରିବେ । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଦ୍ବାରା କୁହାଯାଇଥିବା ୧୦ ଟି କଥା ଯାହାକୁ ନିଜ ଜୀବନରେ ପ୍ରୟୋଗ କଲେ ମିଳିବ ସୁଖ ।
– ଯେଉଁ ବ୍ୟକ୍ତି ସକାଳୁ ଶୀଘ୍ର ଉଠିଥାଏ ଏବଂ ବ୍ୟାୟାମ କରିଥିାଏ ତାକୁ ରୋଗର ସାମ୍ନା କରିବାକୁ ପଡିନଥାଏ ।
– ଯେଉଁ ବ୍ୟକ୍ତି ଜୀବନରେ କଠିନ ପରିଶ୍ରମ ଉପରେ ଭରସା ରଖିଥାଏ ଏବଂ ସମସ୍ୟା ସମୟରେ ପଛଘୁଂଚା ଦେଇନଥାଏ ସେ କେବେ ଅସଫଳ ହୋଇନଥାଏ ।
– ନିଜର ବ୍ୟକ୍ତିଗତ ସମ୍ପର୍କ ଏବଂ ଗୁପ୍ତ କଥା କାହା ସାମ୍ନାରେ କହିଲେ ପରେ ଦୁଃଖ ହିଁ ମିଳିଥାଏ । ଭଲ ହେବ ଯଦି ଏଭଳି କଥା କାହା ସାମ୍ନାରେ ନକହି ନିଜ ମଧ୍ୟରେ ରଖନ୍ତୁ ।
– ଯେଉଁ ବ୍ୟକ୍ତି କହିବାଠୁ ବେଶୀ ଶୁଣିବାରେ ବିଶ୍ବାସ ରଖେ ତାର ସମସ୍ତ ସମ୍ପର୍କ ଭଲରେ କଟିଥାଏ । ଏବଂ ବୈବାହିକ ଜୀବନ ଖୁସି ଭରି ହୋଇଯାଏ ।
– ନିଜ ଗୁଣଗାନ ଲୋକଙ୍କ ସାମ୍ନାରେ କରିବା ଠିକ୍ ନୁହେଁ ।
– ଯେଉଁ ବ୍ୟକ୍ତି ସମସ୍ୟା ସମୟରେ ନିଜ ବନ୍ଧୁମାନଙ୍କ ସହ ଯୋଡିହୋଇଥାଏ ତାକୁ କଷ୍ଟ ସମୟରେ ସେହି ସାଙ୍ଗମାନଙ୍କଠୁ ହିଁ ସାହାଯ୍ୟ ମିଳିଥାଏ ।
– ଯାହା ଆପଣଙ୍କ ନିକଟରେ ଅଛି ଏବଂ ଆପଣ ସେଥିରେ ଖୁସି ଅଛନ୍ତି ତେବେ ଜୀବନରେ କେବେ ଦୁଃଖର ସାମ୍ନା କରିବେ ନାହିଁ । ଇଛା ହିଁ ଦୁଃଖର କାରଣ ।
– ଯେଉଁ ବ୍ୟକ୍ତି ଧର୍ମର ରାସ୍ତାରେ ଥାଏ ଏବଂ ଅଧର୍ମଠୁ ଦୂରେଇ ରହେ ତାର ଜୀବନ ସଫଳ ହୋଇଥାଏ । ଏବଂ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥାଏ ।
– ପ୍ରତିକୂଳ ପରିବେଶରେ ସାହସର ସହ ସାମ୍ନା କରୁଥିବା ଲୋକକୁ ସଫଳତା ମିଳେ । ଆଉ ଜୀବନ ସୁଖରେ କଟିଥାଏ ।
– ଯେଉଁ ବ୍ୟକ୍ତି ସବୁ ବୟସର ଲୋକଙ୍କ ଆଦର ସମ୍ମାନ କରିଥାଏ ଏବଂ ସମସ୍ତଙ୍କ ସୁଖ ଦୁଃଖରେ ଛିଡା ହୋଇଥାଏ ତାକୁ ଜୀବନସାରା ପ୍ରେମ ମିଳିଥାଏ ।