ଜାଣନ୍ତୁ ତାଜ ମହଲ ନିର୍ମାଣ ପଛର କିଛି ରୋଚକ କାହାଣୀ

ତାଜ ମହଲ ବିଷୟରେ ତ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ । ସ୍କୁଲ ପଢା ବହି ଠୁ ଆରମ୍ଭ କରି କଲେଜ ପାଠ ପର୍ଯ୍ୟନ୍ତ ସବୁଥିରେ ତାଜ ମହଲ ସମ୍ବନ୍ଧରେ କିଛି ନା କିଛି ଉଲ୍ଲେଖ କରାଯାଇଛି । ପୃଥିବୀର କୋଣ ଅନୁକୋଣରେ ପ୍ରେମର ପ୍ରତୀକ ଭାବେ ଏହା ବେଶ ପ୍ରସିଦ୍ଧି ଲାଭ କରିଛି । କେବେ ଯଦି ପ୍ରେମ କଥା ଉଠିଲେ ପ୍ରଥମେ ତାଜ ମହଲ ପ୍ରତିଛବି ହିଁ ସାମ୍ନାକୁ ଆସିଥାଏ । କିନ୍ତୁ ଜାଣନ୍ତିକି ତାଜ ମହଲ ସମ୍ପର୍କରେ ବହୁ ତଥ୍ୟ ସାଧାରଣ ଲୋକ ଲୋଚନାରେ ଆଜିବି ଅଜଣା ହୋଇ ରହିଯାଇଛି । ଅନ୍ୟ ପକ୍ଷରେ କହିଲେ ଏହା ଅପେକ୍ଷାକୃତ କମ ଲୋକ ଲୋଚନକୁ ଆସିଛି । କିନ୍ତୁ ଜାଣନ୍ତିକି ତାଜ ମହଲର ପ୍ରକୃତ ଇତିହାସ ବହୁ ରୋମାଞ୍ଚ ଭରା । ବହୁ ସୁନ୍ଦର ସୁନ୍ଦର କାହାଣୀ ଏହା ପଛରେ ଲୁଚି ରହିଛି । ଆଜି ଆମେ ସେହି ତାଜ ମହଲର କିଛି ଅଜଣା କଥା ବିଷୟରେ କହିବାକୁ ଯାଉଛୁ । ଯାହାକୁ ଜାଣିବା ପରେ ଆପଣ ଜୀବନରେ ଥରେ ହେଲେବି ନିଶ୍ଚିତ ରୂପେ ତାଜ ମହଲ ଯିବା ପାଇଁ ମନ ବଳାଇବେ ।

taj mahal

୧. ୧୬୩୨ ରୁ ୧୬୫୩ ମସିହାରେ ହିଁ ବିଶ୍ୱ ପ୍ରସିଦ୍ଧ ତାଜମହଲର ନିର୍ମାଣ କରାଯାଇଥିଲା । ସେ ସମୟରେ ସାହାଜାହାନ ପ୍ରାୟ ୩୨ ମିଲିୟନ ବା ୩ କୋଟି ୨୦ ଲକ୍ଷ ଟଙ୍କା ଏହାର ନିର୍ମାଣରେ ବ୍ୟୟ କରିଥିଲେ । ଯାହାକି ବର୍ତ୍ତମାନ ସମୟରେ ୧ ବିଲିୟନ ବା ପାଖାପାଖି ୧୦୦ କୋଟି ଟଙ୍କା ହେବ ।

୨. ଶୁଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ପ୍ରାୟ ୨୮ ପ୍ରକାରର ଦୁର୍ଲଭ ଓ ମୂଲ୍ୟବାନ ପଥର ଏହାର ନିର୍ମାଣରେ ବ୍ୟବହୃତ ହୋଇଥିଲା । ଏଗୁଡିକ ତିବତ, ଚାଇନା ଓ ଶ୍ରୀଲଙ୍କା ସମେତ ଭାରତର ଅନ୍ୟାନ ସ୍ଥାନରୁ ଅଣାଯାଇଥିଲା ।

୩. ଭାରତ ତଥା ଏସିଆର ବିଭିନ୍ନ ସ୍ଥାନ ମାନଙ୍କରୁ ତାଜ ମହଲ ନିର୍ମାଣ ନିମନ୍ତେ ବହୁ ଜରୁରୀ ଜିନିଷ ମାନ ଅଣା ଯାଇଥିଲା । ଜାଣନ୍ତି କି ଏଗୁଡ଼ିକୁ ଆଣିବାରେ ୧୦୦୦ ହାତୀଙ୍କୁ ନିୟୋଜିତ କରାଯାଇଥିଲା ।

tajmahal

୪. ଆଉ ଜାଣନ୍ତି କି ଏହି ପ୍ରେମ ପ୍ରତୀକର ଚାରି କଡରେ ଥିବା ଖମ୍ବ ଗୁଡିକ ବାହାର ଆଡକୁ ସାମାନ୍ୟ ଢଳି କରିଅଛି । କିନ୍ତୁ ଆମକୁ ଲାଗେ କି ଏହା ସମ୍ପୂର୍ଣ୍ଣ ସିଧା ଅବସ୍ଥାରେ ଅଛି । ଏହା ପଛର ପ୍ରକୃତ କାରଣ ହେଉଛି ଯଦି କେବେ ଭୂକମ୍ପ ପରି ସମସ୍ୟା ଆସେ ମୂଳ ଖମ୍ବର କୌଣସି ମଧ୍ୟ କ୍ଷତି ହେବ ନାହିଁ ।

୫. ଆପଣ ନିଶ୍ଚିତ ରୂପେ ଏକ କାହାଣୀ ଶୁଣିଥିବେ କି ତାଜ ମହଲ ନିର୍ମାଣରେ ଯେଉଁ କାରିଗର ମାନେ ନିୟୋଜିତ ହୋଇଥିଲେ ପରବର୍ତ୍ତି ସମୟରେ ସେମାନଙ୍କ ହାତ କାଟି ଦିଅଯାଇଥିଲା । ଏହା ପଛର ଲକ୍ଷ ଥିଲା କି ଭବିଷ୍ୟତରେ ତାଜ ମହଲ ପରି ଆଉ ୨ୟ କଳାକୃତ୍ତି କେହି ନିର୍ମାଣ କରିପାରିବେ ନାହିଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା । ତାଜ ମହଲ ନିର୍ମାଣ କରିଥିବା ଉସ୍ତାଜ ଅହମ୍ମଦ ଲାହାୟୁରୀ ଲାଲ କିଲ୍ଲାର ମଧ୍ୟ ନିର୍ମାଣ କରିଥିଲେ ।

୬. କିନ୍ତୁ ଜାଣନ୍ତି କି ଯମୁନା ନଦୀ କୂଳରେ ଏହାର ନିର୍ମାଣ ହୋଇଥିବାରୁ ହିଁ ତାଜମହଲ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଅବସ୍ଥାରେ ଅଛି । କାରଣ ତାଜ ମହଲ ଅଧିକାଂଶ ଭାଗ କାଠରେ ତିଆରି । ଯମୁନା କୂଳରେ ଥିବାରୁ ଏହାର ଆଦ୍ର ଜଳବାୟୁ କାରଣରୁ ତାଜମହଲରେ ବ୍ୟବହୃତ ହୋଇଥିବା କଥା ଅକ୍ଷୁର୍ଣ୍ଣ ହୋଇ ରହିଛି । ନଚେତ ଏହାର କାଠ ଗୁଡିକ ଅଳ୍ପ ଦିନରେ ହିଁ ନଷ୍ଟ ହୋଇଯାଇଥାନ୍ତା ।

taj mahal

୭. ତାଜ ମହଲର ନିର୍ମାଣ ଶୈଳୀ ଭାରତୀୟ,ପାର୍ସି ଓ ଇସ୍ଲାମ ଶୈଳୀରେ ନିର୍ମିତ ହୋଇଛି । ଏହାର ଆର୍କିଟେକ ବା ସ୍ଥପତି ବିଭିନ୍ନ ଦେଶର ନିର୍ମାଣ ଶୈଳୀକୁ ଅନୁକରଣ କରି ହିଁ ଏହାର ନିର୍ମାଣ କରିଥିଲେ ।

୮. ତାଜମହଲ କାନ୍ଥ ଗୁଡିକରେ ଲେଖା ଯାଇଥିବା ଭାଷା ବା କାଲିଗ୍ରାଫି ପବିତ୍ର ପୁସ୍ତକ ‘କୁରାନ ସରିଫ’ ରୁ ହିଁ ଆସିଅଛି । ତାଜମହଲର କାନ୍ଥ ଛଡା ଶାହଜାହାନ ଓ ମମତାଜଙ୍କ ସମାଧି ଉପରେ ବି ‘କୁରାନ ସରିଫ’ରୁ ହିଁ ଆସିଅଛି ।

୯.ଜାଣନ୍ତି କି ଦିଲ୍ଲୀର କୁତବ ମିନାର ଠୁ ବି ତାଜମହଲ ଉଚ୍ଚତା ଅଧିକ । ଏହା କୁତବ ମିନାର ଠୁ ପ୍ରାୟ ୫ ଫୁଟ ଅଧିକ ଉଚ୍ଚ । କିନ୍ତୁ ସାଧାରଣରେ ଅନୁମାନ ହୁଏ କି କୁତବ ମିନାର ହିଁ ଅଧିକ ଉଚ୍ଚତା ବିଶିଷ୍ଟ ।

ଏହା ସହ ପଢନ୍ତୁ: ମହିଳାଙ୍କ ଅଜବ ସଉକ, ଯାହାକୁ ପୂରା କରିବା ପାଇଁ ଖର୍ଚ୍ଚ କରି ଦିଅନ୍ତି କୋଟି କୋଟି ଟଙ୍କା!

୧୦.ଜାଣନ୍ତି କି ତାଜମହଲ ସକାଶେ ଖ୍ୟାତି ଲାଭ କରିଥିବା ଆଗ୍ରାକୁ ପ୍ରଥମେ ତାଜ ମହଲ ନିର୍ମାଣ କରିବା ପାଇଁ ସ୍ଥିର କରାଯାଇନଥିଲା । ପ୍ରଥମେ ମଧ୍ୟପ୍ରଦେଶର ବରହମପୁର ଠାରେ ହିଁ ଏହାର ନିର୍ମାଣ କରାଯିବାକୁ ଠିକ କରାଯାଇଥିଲା । କିନ୍ତୁ ଆବଶ୍ୟକ ପରିମାଣରେ ଧଳା ମାର୍ବଲ ଏଠାରେ ଆୟୋଜନ ନହୋଇ ପାରିବାରୁ ହିଁ ଆଗ୍ରାରେ ହିଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶାହାଜାହାନଙ୍କ ବେଗମ ମମତାଜ ନିଜ ପ୍ରସବ କାଳରେ ଏହି ଠାରେ ହିଁ ପ୍ରାଣ ତ୍ୟାଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.