ସ୍ପେଶାଲ

୧୦୦ କୋଟି ଟଙ୍କା ଦରମାରେ ନିଯୁକ୍ତ ହୋଇଥିଲେ କିନ୍ତୁ ବର୍ଷକରେ ଚାଲିଗଲା ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଟେକ୍ନୋଲୋଜି ଦୁନିଆରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଆଇଆଇଟିରେ ପଢ଼ିବାକୁ ଚାହାନ୍ତି । ଏବଂ ଦୁନିଆର ଭଲ ଭଲ କମ୍ପାନୀରେ ଚାକିରି କରିବାକୁ ଚାହାନ୍ତି । ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଅର୍ଥାତ୍ ଆଇଆଇଟିରୁ ଡିଗ୍ରୀ ହାସଲ କରିବା ପରେ ବିଶ୍ୱର ଅନେକ ବଡ ଟେକ୍ନୋଲୋଜି କମ୍ପାନୀ ଏହି ଛାତ୍ରମାନଙ୍କୁ ନିଜ କମ୍ପାନୀରେ ଚାକିରିର ଭଲ ଅଫର ମଧ୍ୟ ଦିଅନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ଆଇଆଇଟି ଗ୍ରାଜୁଏଟଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଦରମା କୋଟି କୋଟି ଟଙ୍କା ଥିଲା । ଏହି ବ୍ୟକ୍ତିଙ୍କ ଦରମା ମାସକୁ ଥିଲା ୧୦୦ କୋଟି ଥିଲା । କିନ୍ତୁ ସମୟ ସବୁବେଳେ ପରିବର୍ତ୍ତନଶୀଳ ଏବଂ ଏହି ବ୍ୟକ୍ତିଙ୍କ ସହ ମଧ୍ୟ କିଛି ଏପରି ହୋଇଥିଲା ଯାହା ପରେ ତାଙ୍କର ଚାକିରୀ ଗୋଟିଏ ବର୍ଷରେ ଚାଲି ଯାଇଥିଲା । ତେବେ ଏ ବ୍ୟକ୍ତି ଜଣଙ୍କ ଏବେ କଣ କରୁଛନ୍ତି ଏବଂ ଏ ବ୍ୟକ୍ତିଙ୍କୁ ଏତେ ଟଙ୍କା କାହିଁକି ମିଳୁଥିଲା ? ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଉଠୁଥିବ । ତେବେ ଆସନ୍ତୁ ଜାଣିବା ଏ ବ୍ୟକ୍ତି ଜଣଙ୍କ କିଏ ।

ଆଇଆଇଟି ବମ୍ବେରୁ ଗ୍ରାଜୁଏଟ ଡିଗ୍ରୀ ହାସଲ କରିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଏକ ବଡ଼ କମ୍ପାନୀରେ ସିଇଓ ପଦବୀରେ ଚାକିରୀ ମିଳିଥିଲା । ସେ ନିଜ କମ୍ପାନୀକୁ ବହୁ ଉଚ୍ଚରେ ପହଞ୍ଚାଇବା ପାଇଁ ବେଶ ଚେଷ୍ଟା କରିଥିଲେ । ତାଙ୍କ କାମ ଏତେ ଭଲ ଥିଲା ଯେ କମ୍ପାନୀ ମଧ୍ୟ ସଫଳତାର ଶିଖରରେ ପହଞ୍ଚିଥିଲା କିନ୍ତୁ ଧୀରେ ଧୀରେ ଏହି କମ୍ପାନୀକୁ କିଣିବା ପାଇଁ ଅନେକ ବଡ଼ ବଡ଼ ଧନୀ ବ୍ୟକ୍ତି ମାନେ ଇଚ୍ଛା କଲେ ଏବଂ ଶେଷରେ କମ୍ପାନୀ ବିକ୍ରି ହୋଇଗଲା । ଆମେ ଯେଉଁ କମ୍ପାନୀ ବିଷୟରେ କହୁଛୁ ତାହା ହେଉଛି ବର୍ତ୍ତମାନର ଏକ୍ସ ବା ପୂର୍ବତନ ଟ୍ଵିଟର । ୨୦୨୧ ମସିହାରେ ଏହି ବ୍ୟକ୍ତି ସାରା ବିଶ୍ୱରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଯେତେବେଳେ ଟ୍ଵିଟର ସିଇଓ ପଦବୀରେ ତାଙ୍କୁ ନିଯୁକ୍ତି ମିଳିଲା ସେ କେବଳ ଭାରତ ପାଇଁ ଗର୍ବ ଆଣିଥିଲେ ତାହା ନୁହେଁ ସାରା ବିଶ୍ୱ ତାଙ୍କ ପାଇଁ ଗର୍ବ ଅନୁଭବ କରିଥିଲା ।

ଆମେ କହୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟ୍ଵିଟରର ପୂର୍ବତନ ସିଇଓ ପରାଗ ଅଗ୍ରଓ୍ଵାଲ । ପରାଗ ଆଇଆଇଟି ବମ୍ବେରୁ ଡିଗ୍ରୀ ହାସଲ କରିବା ପରେ ୨୦୨୧ରେ ଟ୍ୱିଟରର ସିଇଓ ଭାବରେ ନିଯୁକ୍ତ ହୋଇଥିଲେ । କିନ୍ତୁ ସିଇଓ ଭାବରେ ତାଙ୍କର ଯାତ୍ରା ଅଧିକ ଦିନ ତିଷ୍ଠି ପାରି ନଥିଲା । କିନ୍ତୁ ମାଇକ୍ରୋ ବ୍ଲଗିଂ ସୋସିଆଲ ମିଡିଆ ୱେବସାଇଟର ସିଇଓ ଭାବରେ ନିଯୁକ୍ତ ହେବା ପରେ ଏବଂ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ପାଇବା ପରେ ପରାଗ ଅଗ୍ରୱାଲ ସର୍ବଭାରତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲେ ।

ପରାଗଙ୍କ ଦରମା ପ୍ରାୟ ୮ କୋଟି ଟଙ୍କା ଥିଲା । ଦରମା ସହିତ ତାଙ୍କୁ ପ୍ରାୟ ୯୪ କୋଟି ଟଙ୍କାର ସେୟାର ଦିଆଯାଇଥିଲା । ତାଙ୍କର ସମସ୍ତ ଦରମା ମିଶାଇଲେ ୧୦୦ କୋଟିରୁ ଅଧିକ ଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ କମ୍ପାନୀରେ ନିଯୁକ୍ତ ହେବାର ଏକ ବର୍ଷ ମଧ୍ୟରେ ତାଙ୍କୁ ବାହାର କରି ଦିଆଯାଇଥିଲା । ଆପଣଙ୍କୁ କହି ରଖବାକୁ ଚାହିଁବୁ ଯେ ଏଲନ୍ ମସ୍କ ଟ୍ଵିଟରକୁ ୪୪ ବିଲିୟନ ଡଲାର ଅର୍ଥାତ ସାଢ଼େ ୩ ଲକ୍ଷ କୋଟି ଟଙ୍କାରେ କମ୍ପାନୀକୁ କିଣି ନେଇଥିଲେ । ଏବଂ ଟ୍ଵିଟରର ଦାୟିତ୍ୱ ଗ୍ରହଣ କରିବା ପରେ ପରାଗ ଅଗ୍ରୱାଲଙ୍କୁ ଟ୍ଵିଟରରୁ ବାହାର କରାଯାଇଥିଲା ।

ପରାଗ ଅଗ୍ରୱାଲ ରାଜସ୍ଥାନର ଅଜମେରରେ ଏକ ଶିକ୍ଷିତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଭାରତୀୟ ପରମାଣୁ ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀ ଥିଲେ । ପରାଗଙ୍କ ମା ଜଣେ ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର । ଅଗରୱାଲ IIT JEE ପରୀକ୍ଷାରେ ସମସ୍ତ ଭାରତ ୭୭ ତମ ର‍୍ୟାଙ୍କ୍‌ ହାସଲ କରିଛନ୍ତି । ପରେ ସେ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ କମ୍ପ୍ୟୁଟର ବିଜ୍ଞାନରେ ପିଏଚଡି କରିବା ପାଇଁ ଆମେରିକା ଯାଇଥିଲେ ।
୩୯ ବର୍ଷିୟ ପରାଗ ଅଗ୍ରୱାଲ ଟ୍ୱିଟରରୁ ବାହାରିବା ପରେ ଅନ୍ୟ କୌଣସି କମ୍ପାନୀ ସହ ଯୋଡ଼ି ହୋଇନାହାଁନ୍ତି । ତାଙ୍କ ଲିଙ୍କଡିନ୍‌ ବାୟୋରେ କେବଳ ‘ଟ୍ୱିଟରର ପୂର୍ବତନ ସିଇଓ ଲେଖା ହୋଇଥିବା ଦେଖାଯାଇଛି । ପରାଗ ଅଗ୍ରୱାଲ ଭିନୀତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି । ପରାଗ ଏବଂ ଭିନୀତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

35 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago