ମହିଳା ଦିବସରେ କମ୍ପି ଉଠିଲା ବାରାଣସୀ, ଗଙ୍ଗା ନଦୀ କୂଳରେ ଛିଡ଼ା ହୋଇ ‘ଶିବ ତାଣ୍ଡବ ସ୍ତୋତ୍ର’ ପାଠ କଲେ ୧ ହଜାର ମହିଳା
![woman](https://knewsodisha.com/wp-content/uploads/2021/03/woman-5.jpg)
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାରାଣସୀରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ୧ ହଜାର ମହିଳା ଗଙ୍ଗା ନଦୀ କୂଳରେ ଛିଡ଼ା ହୋଇ ସମୂହ ଶିବ ତାଣ୍ଡବ ସ୍ତୋତ୍ର ପାଠ କରିଥିଲେ। ମହିଳାମାନଙ୍କର ଏହି ଗାୟନରେ ପୂରା ପରିବେଶ ଭକ୍ତିମୟ ହୋଇପଡ଼ିଥିଲା।
ଏହି ବିରାଟ ଆୟୋଜନର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ସବୁଠାରୁ ବଡ଼ କଥା ହେଉଛି, ବାରାଣସୀର ଅସୀ ଘାଟରେ ମହିଳାମାନେ କୋଭିଡ୍ ନିୟମ ପାଳନ କରି ସ୍ତୋତ୍ର ପାଠ କରୁଥିବାର ଦେଖାଯାଇଥିଲା।
ସୂଚନାଥାଉ କି, ମୁମ୍ବାଇର ଏକ ସଂସ୍ଥା ‘ଫାଉଣ୍ଡେଶନ ଫର୍ ହୋଲିଷ୍ଟିକ୍ ଡେଭେଲପ୍ମେଣ୍ଟ ଇନ୍ ଏକାଡେମିକ୍ ଫିଲ୍ଡ’ ତରଫରୁ ଏହି ଆୟୋଜନ କରାଯାଇଥିଲା। ଭାରତର ୧୪ ରାଜ୍ୟରୁ ୧ ହଜାର ମହିଳା ଏଥିରେ ଯୋଗଦାନ କରିଥିଲେ। ଶିବ ତାଣ୍ଡବ ସ୍ତୋତ୍ର ପାଠ ସମୟରେ ସମସ୍ତେ ହାତରେ ଦୀପ ଧରିଥିଲେ ଏବଂ ଅସୀ ଘାଟର ପାହାଚରେ ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥିଲେ। ୧ ହଜାର ଦୀପର ଜ୍ୟୋତିରେ ବାରାଣସୀର କୋଣ ଅନୁକୋଣ ଶିବମୟ ହୋଇଉଠିଥିଲା।
On International Women’s Day, these amazing women recited Shiv Tandav Stotram on the banks of Maa Ganga Ji in Varanasi. It’s truly mesmerizing and enthralling. pic.twitter.com/z1Vtm5uDMz
— Abhijeet Tripathi (@AbhiNationalist) March 9, 2021