Video ଦେଖିଲେ ହୋଇଯିବେ ସ୍ତବ୍ଧ ! ୧୦୩ ବର୍ଷର ବୃଦ୍ଧ ୧୪,୦୦୦ ଫୁଟ ଉଚ୍ଚରୁ ଡେଇଁଲେ, କଲେ ଗିନିଜ ୱାର୍ଲଡ ରେକର୍ଡ

ଗିନିଜ ୱାର୍ଲଡ ରେକର୍ଡ୍ସ ଏକ ନୂଆ ଭିଡ଼ିଓ ଟୁଇଟ କରିଛି। ଏହି ଭିଡ଼ିଓକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଥିରେ ବ୍ରିଟେନର ୧୦୩ ବର୍ଷୀୟ ଜଣେ ବୃଦ୍ଧ ଆକାଶରୁ ପାରସୁଟ ଜମ୍ପ କରୁଥିବାର ଦେଖିବାକୁ ମିଳୁଛି। ଅଲଫ୍ରେଡ ଅଲ ବଲାସ୍କେ ନାମକ ଏହି ବୃଦ୍ଧ ବ୍ୟକ୍ତି Oldest Tandem Parachute Jump ପାଇଁ ଗିନିଜ ୱାର୍ଲଡ ରେକର୍ଡ ନିଜ ନାଁରେ କରିଛନ୍ତି।
ସେ ଏହି ଦୁଃସାହସିକ କାର୍ଯ୍ୟ କରିବାରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି। ତେବେ ଅଲଫ୍ରେଡଙ୍କ ଏହି ଜମ୍ପ ଦେଖିବା ପାଇଁ ତାଙ୍କର ପୂରା ପରିବାର, ମିଡ଼ିଆ ଏବଂ ଚିହ୍ନା ପରିଚିତ ଲୋକ ରୁଣ୍ଡ ହୋଇଥିଲେ। ସେ ୫ ମିନିଟରେ ୧୪ ହଜାର ଫୁଟ ଡାଇଭକୁ ସମ୍ପୂର୍ଣ୍ଣ କରିଥିଲେ। ଅଲଫ୍ରେଡ ପ୍ରତି ଘଣ୍ଟା ୧୨୦ ମାଇଲ ବେଗରେ ୧୪,୦୦୦ ଫୁଟ ଉଚ୍ଚରୁ ଡେଇଁଥିଲେ। ଏହି ସମୟରେ ତାଙ୍କ ସହିତ ଇନଷ୍ଟ୍ରକଟର ମଧ୍ୟ ଥିଲେ।
ଏହାପୂର୍ବରୁ ୨୦୧୭ରେ ଅଲଫ୍ରେଡ ପ୍ରଥମ ଥର ୧୦୦ ବର୍ଷ ବୟସରେ ସ୍କାଇ ଡାଇଭିଂ କରିଥିଲେ। ସେ ନିଜ ୧୦୦ତମ ଜନ୍ମଦିନରେ ଏହା ପ୍ରତିଜ୍ଞା କରିଥିଲେ କି, ସେ ଏଭଳି କାର୍ଯ୍ୟକୁ ଜୀବନରେ ଆଉଥରେ ଦୋହରାଇବେ। ଗିନିଜ ୱାର୍ଲଡ ରେକର୍ଡ୍ସ ଭିଡ଼ିଓ ସେୟାର କରି କ୍ୟାପସନ ଲେଖିଛି, ‘୧୦୩ ବର୍ଷର ଏହି ବୃଦ୍ଧ କହିଥିଲେ କି ଯଦି ତାଙ୍କ ନାତି ଗ୍ରାଜୁଏସନ କରିନେବେ, ତା’ହେଲେ ସେ ଏମିତି କରିବେ’। ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ୩ ଅକ୍ଟୋବରରେ ସେୟାର କରାଯାଇଥିଲା।
The 103-year-old said he would do it if his grandsons graduated college! 😳
— GuinnessWorldRecords (@GWR) October 3, 2020