ଏଠାରେ ୧୦୮ ଥର ବେଢ଼ା ପରିକ୍ରମା କଲେ ପୂରଣ ହୁଏ ଭକ୍ତର ସବୁ ଇଚ୍ଛା, ଦୂର ହୋଇଯାଏ ସବୁ ସଙ୍କଟ

ଇଶ୍ୱର ବିଶ୍ୱାସୀ ମଣିଷ ନିଜ ଭଗବାନଙ୍କକୁ ଯେତିକି ପୂଜା କରନ୍ତି ସେତିକି ଶ୍ରଦ୍ଧା ମଧ୍ୟ କରନ୍ତି। ସେମାନଙ୍କର ବିଶ୍ୱାସ ଥାଏ ଯେ ପ୍ରଭୁଙ୍କୁ ନିମିତ୍ତ ପୂଜା କରି ନିଜ କଷ୍ଟ ବଖାଣିଲେ ପ୍ରଭୁ ତାଙ୍କର ସବୁ ସମସ୍ୟାକୁ ଦୂର କରି ସମସ୍ତ ମନୋକାମନା ପୂର୍ଣ୍ଣ କରିବେ। ତେଣୁ କିଛି ଜଣ ଯେଉଁମାନେ ପ୍ରଭୁଙ୍କୁ ଉପସ୍ଥିତିକୁ ମାନନ୍ତି ନାହିଁ ସେମାନେ ମଧ୍ୟ ପରିସ୍ଥିିତି ପଡ଼ିଲେ ପ୍ରଭୁଙ୍କ ପାଖକୁ ଯାଇ ହାତ ଯୋଡ଼ନ୍ତି। କାଳେ ଭଗବାନ ତାଙ୍କ ଦୂଃଖ ବି ଶୁଣିନେବେ। ଆଉ ତାଙ୍କୁ ସବୁ ବିପଦରୁ ରକ୍ଷା କରିବେ। ତେବେ ସମସ୍ତ ଦେବାଦେବୀଙ୍କ ପାଇଁ ପ୍ରତ୍ୟେକ ମଣିଷ ତାଙ୍କ ପାଇଁ ଭକ୍ତ ହୋଇଥାନ୍ତି। ଯିଏ ମନରୁ ସୁମିରଣ କରେ ଖୁସି ଓ ଶ୍ରଦ୍ଧା ଭାବ ସହ ତାଙ୍କ ପୂଜା କରେ ତେବେ ଭଗବାନଙ୍କର ସିଏ ପ୍ରିୟ ଭକ୍ତ ହୋଇଯାଏ।

ସମସ୍ତ ଦେବାଦେବୀ କଳିଯୁଗରେ ପଥର ମୂର୍ତ୍ତିରେ ପୂଜା ପାଆନ୍ତି। ପ୍ରତ୍ୟେକ ଭକ୍ତ ସେଠାକୁ ଯାଇ ତାଙ୍କ ଉପସ୍ଥିତିକୁ ଅନୁଭବ କରିଥାଏ। କିନ୍ତୁ ଏସମସ୍ତ ଙ୍କ ମଧ୍ୟରୁ ସଙ୍କଟମୋଚନ ହନୁମାନ ରହିଛନ୍ତି ସର୍ବୋପରି.. କାରଣ ପୌରାଣିକ ତଥ୍ୟ ଓ ବିଶ୍ୱାସ ଅନୁଯାୟୀ ପ୍ରଭୁ ହନୁମାନ ଆଜି ବି କଳିଯୁଗରେ ବଞ୍ଚି ରହିଛନ୍ତି। ତାଙ୍କୁ କେହି ଦେଖିପାରୁନାହାନ୍ତି ସତ; କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କ ଅସ୍ତିତ୍ୱ ଜୀବନ୍ତ ହୋଇ ରହିଛି। ମନାଯାଏ ଜଣେ ଦୁଃଖରେ ଭାଙ୍ଗିପଡ଼ି ଭଗବାନଙ୍କୁ ଡାକିଦେଲେ ସେ ଭକ୍ତର ସବୁ କଷ୍ଟ କୁ ଦୂର କରିଦିଅନ୍ତି। ଭକ୍ତକୁ କେବଳ ଏଥିପାଇଁ ଭଗବାନଙ୍କ ଉପରେ ଭରସା କରିବାକୁ ପଡ଼େ।

ସଙ୍କଟମୋଚନ ଭକ୍ତର ସବୁ ସଙ୍କଟକୁ ମୋଚନ ବା ଦୂର କରିଦିଅନ୍ତି। ସାରା ଦୁନିଆରେ ପ୍ରଭୁ ବିଭିନ୍ନ ନାମରେ ପୂଜା ପାଉଛନ୍ତି ସତ। ତେବେ ଏହାରିୁ ମଧ୍ୟରୁ ଆମ ଓଡ଼ିଶା ବି କେମିତି ବାଦ ପଡ଼ିବ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ରହିଛି ହନୁମାନଙ୍କର ସର୍ବପୁରାତନ ମନ୍ଦିର। ସେମିତିରେ ଏହି ଏକାମ୍ର କ୍ଷେତ୍ରରେ ଆପଣ ଅନେକ ମନ୍ଦିର ଦେଖିବାକୁ ପାଇବେ। ତେବେ ବି ଏହି ମନ୍ଦିର କୀନ୍ତୁ ରହିଛି ଟିକେ ସ୍ୱତନ୍ତ୍ର। ଏହି ମନ୍ଦିରର ନାମ ୧୦୮ ହନୁମାନ ମନ୍ଦିର। ଯାହାକି ଭୁବନେଶ୍ୱରର ୧ ନମ୍ବର ମାର୍କେଟ ନିକଟରେ ଅବସ୍ଥିତ। ତେବେ ମନ୍ଦିର ନା ଁ ଶୁଣି ଭାବୁଥିବେ ସତରେ କଣ ଏଠି ୧୦୮ ହନୁମାନଙ୍କର ମୂର୍ତ୍ତି ଅଛି?

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ୧୦୮ ହନୁମାନ ମୂର୍ତ୍ତିକୁ ସ୍ଥାପନା କରାଯାଇ ପୂଜା କରଯାଉଛି। ଭଗବାନ ଏଠାରେ ୧୦୮ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଠାରେ ହେଉଥିବା ଆଳତୀ ର ରହିଛି ସବୁଠୁ ଅଧିକ ମହତ୍ତ୍ୱ। ମନ୍ଦିରରେ ଥିବା ମୁର୍ତ୍ତି ପଥରରେ ତିଆରି ହୋଇଛି। ପାଖରେ ଛୋଟ ଛୋଟ ହନୁମାନ ମୁର୍ତ୍ତି ଥିବା ବେଳେ ମଝିରେ ବଡ଼ ହନୁମାନଙ୍କର ମୂର୍ତ୍ତି ରହିଛି। ସିନ୍ଦୁର ଭରା ଭଗବାନଙ୍କ ମୂର୍ତ୍ତି ଖୁବ ସୁନ୍ଦର ଦେଖାଯାଉଛି। ଏଠାରେ ଆପଣ ପ୍ରଭୁଙ୍କର ଅନ୍ୟାନ୍ୟ ମୂର୍ତ୍ତି ମଧ୍ୟ ଦେଖିବାକୁ ପାଇବେ।

ତେବେ ଏହି ମନ୍ଦିରରେ ପ୍ରଭୁଙ୍କ ସାମ୍ନାରେ ଅଖଣ୍ଡ ଦୀପ ସବୁସମୟରେ ଜଳୁଥାଏ। ଏଠାରେ ପ୍ରଭୁଙ୍କ ବାମ ପାର୍ଶ୍ୱରେ ଶ୍ରୀଗଣେଶ ଅଷ୍ଟ ବିନାୟକ ରୁୂପରେ ପୂଜା ପାଉଛନ୍ତି। ଏହସହ ନବଗ୍ରହ ମଧ୍ୟ ଏଠାରେ ପୂଜା ପାଉଛନ୍ତି। ମନ୍ଦିରରେ ରାଧା କୃଷ୍ଣ ମନ୍ଦିର ସହିତ ଲକ୍ଷ୍ମୀ ନାରାୟଣ ଅନନ୍ତ ଶୟନରେ ଅଛନ୍ତି। ମନ୍ଦିର ପରିସରରେ ଶିବ ମନ୍ଦିର ମଧ୍ୟ ରହିଛି। ଏହି ମନ୍ଦିରର ଏକ ସ୍ୱତନ୍ତ୍ର କଥା ରହିଛି। ଯେ ଏଠାରେ ଭକ୍ତ ହନୁମାନଙ୍କୁ ଶହେ ଆଠଥର ମୁଣ୍ଡିଆ ମାରନ୍ତି। ସେମିତି ଆଳତୀମଧ୍ୟ ୧୦୮ ଥର ହୋଇଥାଏ। ଥରେ ବେଢ଼ା ପରିକ୍ରମା କଲେ ୧୦୮ ଥର ବେଢ଼ା ପରିକ୍ରମା କରାଯାଏ। ପୂଜକଙ୍କ କହିବା ଅନୁସାରେ ଏଠାରେ ମାନସିକ ତଥା ସଂକଳ୍ପ କରି ପୂଜା ର୍ଚ୍ଚନା କଲେ ନିଶ୍ଚିତ ଭାବେ ଭକ୍ତଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ। ଆପଣ ଯଦି ଏଯାଏଁ ଯାଇ ନାହାନ୍ତି ତେବେ ଥରେ ଯାଇ ବୁଲି ଆସନ୍ତୁ। ଦେଖିବେ ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.